ଡିସେମ୍ବର 23 ପୌଷ ଅମାବାସ୍ୟା , ଗାଈକୁ ଖୁଆଇ ଦିଅନ୍ତୁ କେବଳ ଏହି ଗୋଟିଏ ଛୋଟ ଜିନିଷ , ଜନ୍ମ ଜନ୍ମର ପିତୃ ଦୋଷ ହୋଇଯିବ ଦୂର :-

ହିନ୍ଦୁ ଧର୍ମରେ ଅମାବାସ୍ୟା ଏବଂ ପୂର୍ଣ୍ଣିମାର ଅନେକ ଖାସ ମହତ୍ତ୍ୱ ରହିଛି । ବିଶେଷ କରି ସୋମବାର , ବୁଧବାର ଏବଂ ଶନିବାରରେ ପଡୁଥିବା ଅମାବାସ୍ୟାର ଅଧିକ ମହତ୍ତ୍ୱ ରହିଥାଏ । ତେବେ ଅମାବାସ୍ୟା ଦିନ ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ଭୋଜନ ଦିଆଯାଇଥାଏ ଏବଂ ଏହାସହିତ ଦାନ ଧର୍ମ କରିବାର ମଧ୍ୟ ନିୟମ ରହିଛି । ଗାଈକୁ ସନାତନ ଧର୍ମର ଭଗବାନ ମାନା ଯାଏ ।

ଏମିତିକି ଗାଈ ଦେହରେ ତେତିଶି କୋଟି ଦେବଦେବୀ ବାସ କରିଥାନ୍ତି । ତେଣୁ ଯଦି ଗାଈକୁ ନିଃସ୍ୱାର୍ଥ ଭାବରେ ଖାଇବାକୁ ଦିଆଯାଏ ତେବେ ସବୁ ଦେବଦେବୀଙ୍କ ଆଶୀର୍ବାଦ ସହିତ ପୁଣ୍ୟ ପ୍ରାପ୍ତ ହୋଇଥାଏ । ଗାଈକୁ ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ । ଗାଈକୁ ପ୍ରତ୍ୟେକ ଦିନ ରୁଟି ଖୁଆଇବା ଉଚିତ । ସହର ମାନଙ୍କରେ ଗାଈ ପାଳିବା ସମ୍ଭବ ନହେଲେ ପ୍ରତ୍ୟେକ ଦିନ ଗାଈକୁ ଗୋଟିଏ ରୁଟିଆ ନିଶ୍ଚିତ ଖୁଆଇ ପାରିବେ । ତେବେ ଗାଈକୁ କିଛି ଜିନିଷ ଆଦୋୖ ଖୁଆଇବା ଉଚିତ ନୁହେଁ ।

ଗାଈକୁ ପ୍ରତ୍ୟେକ ଦିନ ସକାଳୁ ପ୍ରଥମ ରୁଟି ଖୁଆଇ ଦିଅନ୍ତୁ । ଗୁରୁ ଗ୍ରହକୁ ମଜବୁତ କରିବା ପାଇଁ ଗୁରୁବାର ଦିନ ରୁଟିରେ ଏକ ଚିମୁଟା ହଳଦୀ ମିଶାଇ , ମାନସିକ ଚିନ୍ତା ସମସ୍ୟା ଥିଲେ ରୁଟି ସହିତ ଅଳ୍ପ ଗୁଡ଼ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଜାତକ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯିବ । ତେବେ ଏହାବ୍ୟତୀତ ଗାଈକୁ ବାସୀ ରୁଟି , ପଚା ସଢ଼ା ଜିନିଷ କିମ୍ବା ଘାସ ସହିତ ବାସୀ ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ ।

ନଚେତ ଏହାଦ୍ବାରା ଆପଣଙ୍କ ପରିବାର ଉପରକୁ ମଧ୍ୟ ବିପଦ ଆସିଥାଏ । ଏହାଦ୍ବାରା ଗୋମାତାଙ୍କ ଅପମାନ ହୋଇଥାଏ । ଯାହାଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । ଯଦି ଆପଣ କୌଣସି ସ୍ଥାନରେ ଘର ବନାଇବାକୁ ଚାହୁଁଛନ୍ତି ତେବେ ସେହି ସ୍ଥାନରେ ପ୍ରଥମେ ୧୫ ଦିନ ପାଇଁ ଗାଈ ବାଛୁରୀ ବାନ୍ଧି ଦିଅନ୍ତୁ । କାରଣ ଗାଈର ସକାରାତ୍ମକ ଶକ୍ତି ଦ୍ୱାରା ସେହି ସ୍ଥାନ ପବିତ୍ର ହୋଇଯିବ । ଯଦି ଆପଣ କୌଣସି ସ୍ଥାନକୁ ଯିବା ସମୟରେ ରାସ୍ତାରେ ଗାଈ ବାଛୁରୀକୁ ସାଥିରେ ଦେଖୁଛନ୍ତି ତେବେ ଆପଣଙ୍କ କାମ ସଫଳ ହେବ

ଏହାବ୍ୟତୀତ ଯଦି ଆପଣଙ୍କ ଘର ଚାରିପଟେ ଗାଈ ବାଛୁରୀ ବୁଲୁଥିବାର ଦେଖୁଛନ୍ତି ତେବେ ଖୁବଶୀଘ୍ର ଆପଣଙ୍କ ଘରର ସଙ୍କଟର ସମାଧାନ ହେବାକୁ ଯାଉଛି । ଆପଣ ମାନଙ୍କୁ କହି ରଖୁଛୁ ଯେ ଯଦି ଆପଣ ଘରେ ଗାଈ ରଖିବାକୁ ଅସମର୍ଥ ତେବେ ଅତି କମରେ ଗାଈକୁ ରୋଟି ଖୁଆନ୍ତୁ ।ଗାଈ ଠାରୁ ପଞ୍ଚଗବ୍ୟ ଯଥା କ୍ଷୀର , ମୂତ୍ରା , ଘିଅ , ଦହି ଏବଂ ଗୋବର ଏହି ପାଞ୍ଚଟି ଜିନିଷ ଦ୍ୱାରା ସବୁ ପ୍ରକାରର ରୋଗର ଚିକିତ୍ସା କରାଯାଇ ପାରିବ । ତେବେ ଗାଈ ଦେହରେ ଅନେକ ଦେବତାଙ୍କ ବାସ ହେବା ସତ୍ତ୍ୱେ ବି ସେ ଅଇଁଠା ଖାଇବାର କାରଣ ହେଉଛି ତ୍ରେତୟା ଯୁଗରେ ମାତା ସୀତାଙ୍କ ଅଭିଶାପ । ତେଣୁ ଗୋମାତା ସେହି ଅଭିଶାପ କାରଣରୁ ଅଇଁଠା ଖାଆନ୍ତି ।

ତେଣୁ ଘରେ ପ୍ରସ୍ତୁତ ହେଉଥିବା ରୁଟିର ପ୍ରଥମ ରୁଟି ଗାଈକୁ ନିଶ୍ଚୟ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ସବୁ ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଘରେ ସର୍ବଦା ବାସ କରନ୍ତି । ଏହାବ୍ୟତୀତ ଲୁଣ ମନୁଷ୍ୟ ଜୀବନରେ ଅନେକ ଭଲ ପ୍ରଭାବ ପକାଇ ଥାଏ । ତେବେ ଲୁଣ ଭୋଜନ ପାଇଁ ଯେତିକି ଜରୁରୀ ସେତିକି ମନୁଷ୍ୟ ଜୀବନ ପାଇଁ ଅଟେ ।

ତେବେ ଲୁଣକୁ ଉପଯୋଗ କରି ଯଦି ଆପଣ କିଛି ଉପାୟ କରନ୍ତି ତେବେ ଜୀବନର ଅଧିକାଂଶ ସମସ୍ୟା ଦୂରେଇ ଯିବ । ତେବେ ସେହି ଉପାୟ ଅନୁଯାୟୀ ଘରେ ପ୍ରସ୍ତୁତ ହୋଇଥିବା ପ୍ରଥମ ରୁଟି ନିଅନ୍ତୁ ଏବଂ ତାହା ଉପରେ କିଛି ଲୁଣ ରଖି ଦିଅନ୍ତୁ । ଆପଣ ସାଦା ଲୁଣ ହିଁ ରଖନ୍ତୁ । ଏହାକୁ କୌଣସି କପିଲା ଗାଈକୁ ଖାଇବାକୁ ଦେଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଜୀବନର ଅତି ବଡ଼ କରଜ ସମସ୍ୟାରେ ସୁଧାର ଆସିବ ଏବଂ ଧନ ଲାଭ ମଧ୍ୟ ହେବ ।

Leave a Reply

Your email address will not be published. Required fields are marked *