ଘରକୁ ଏହି 9 କୀଟ ଆସିବା ବହୁତ ଶୁଭ ହୋଇଥାଏ ସାକ୍ଷାତ ମା ଲକ୍ଷ୍ମୀ ଘରକୁ ଆସିଥାନ୍ତି ହୋଇଥାଏ ଧନର ବର୍ଷା |

ହିନ୍ଦୁ ଧର୍ମ ଶାସ୍ତ୍ର ରେ ଅନେକ ପଶୁ ଏବଂ ପକ୍ଷୀ କୁ ପୂଜନୀୟ ବୋଲି ବିଶ୍ୱାସ କରାଯାଏ | ଏହି ପଶୁ ପକ୍ଷୀ ଦେବୀ ଦେବତା ଙ୍କ ବାହାନ ରୂପରେ ପରିଗଣିତ, ଶାସ୍ତ୍ର ଅନୁସାରେ ଏହି ପଶୁ ପକ୍ଷୀ ଆମ ଘରକୁ ଆସିବା ଏକ ବିଶେଷ ପ୍ରକାରର ସଂକେତ ବୋଲି ବିଶ୍ୱାସ କରାଯାଏ | ଏହାର ପଛରେ ଶାସ୍ତ୍ରୀୟ ଏବଂ ବୈଜ୍ଞାନିକ ଉଭୟ କାରଣ ରହିଛି |

ଶାସ୍ତ୍ର ଅନୁସାରେ କିଛି ବିଶେଷ ପଶୁ ପକ୍ଷୀ ପ୍ରକୃତି ର ସକାରାତ୍ମକ ବାତାବରଣ କୁ ଅନୁଭବ କରିଥାନ୍ତି | ଏବଂ ସେହି ସକାରାତ୍ମକ ଉର୍ଜା କୁ ନେଇ ସେ ବିବିଧ ସ୍ଥାନ କୁ ଯାଇଥାନ୍ତି | ଯେମିତି ଆମ ମନ ମନ୍ଦିର କୁ ଯିବା ଦ୍ୱାରା ପ୍ରସନ୍ନ ହୋଇଥାଏ ଠିକ ସେମିତି ଏହି ପଶୁ ପକ୍ଷୀ ଙ୍କୁ ସକାରାତ୍ମକ ଏବଂ ପବିତ୍ର ସ୍ଥାନ କୁ ଯିବା ଦ୍ୱାରା ପ୍ରସନ୍ନତା ମିଳିଥାଏ |

ଏବଂ ଏହି କାରଣରୁ ସେମାନେ ସେହି ଘରକୁ ଯାଆନ୍ତି ଯେଉଁ ଘରର ବାତାବରଣ ସୁଦ୍ଧ ଏବଂ ପବିତ୍ର ହୋଇଥାଏ | ସେଥିପାଇଁ ବାସ୍ତୁ ଶାସ୍ତ୍ର ରେ ସର୍ବଦା କୁହାଯାଇଥାଏ କି ଘରକୁ ସ୍ଵଛ ଏବଂ ପବିତ୍ର ରଖିବା ଉଚିତ | ନକାରାତ୍ମକ ଉର୍ଜା ପ୍ରବାହ କରୁଥିବା କୀଟ ଏବଂ ଜୀବ ଙ୍କୁ ଘରୁ ସର୍ବଦା ଦୂର ରେ ରଖିବା ଉଚିତ |

ଏହା ଦ୍ୱାରା ଘରର ବାତାବରଣ ଅଶୁଭ ହୋଇଥାଏ ଏବଂ ଘରେ ବସ ବାସ କରୁଥିବା ସଦସ୍ୟ ଙ୍କୁ ଅଶୁଭ ଫଳ ମିଳିଥାଏ | କିନ୍ତୁ ଶାସ୍ତ୍ର ରେ କିଛି ଜୀବ ଙ୍କୁ ଶୁଭ ବୋଲି କୁହାଯାଏ, ସେମାନେ ଘରକୁ ଆସିବା ଦ୍ୱାରା ଘରର ଉନ୍ନତି ଏବଂ ଶୁଭ ହୋଇଥାଏ | କେବେ କେବେ ଆମେ ଘରେ ବସୁଥିବା ପଶୁ ପକ୍ଷୀ ଙ୍କ ଠୁ ଜାଣିପାରିବା କି ସେଇ ଘରେ ବସ ବାସ କରୁଥିବା ବ୍ୟକ୍ତି ଙ୍କ ସ୍ୱଭାବ କିପରି ଅଟେ?

ଯଦି ଘରେ ଶୁଭ ପକ୍ଷୀ ବସୁଛନ୍ତି ତେବେ ଏହାର ଅର୍ଥ ସେହି ଘରେ ଭଲ ଗୁଣ ଏବଂ ଭଲ ସ୍ଵଭାବର ଲୋକ ବାସ କରୁଛନ୍ତି | ଏବଂ ଯଦି ସେହି ଘରକୁ ନକାରାତ୍ମକ ଉର୍ଜା ପ୍ରବାହ କରୁଥିବା ପଶୁ ପକ୍ଷୀ ଆସୁଛନ୍ତି ତେବେ ଏହାର ଅର୍ଥ ସେହି ଖରାପ ଏବଂ ନକାରାତ୍ମକ ସ୍ଵଭାର ଲୋକ ବସ ବାସ କରୁଛନ୍ତି |

ଆଜି ଆମେ ଏଇ ପୋଷ୍ଟ ଜାଣିବା କିଛି ବିଶେଷ ଜୀବ ବିଷୟରେ ଯାହା ଘର କୁ ଆସିବା ଦ୍ୱାରା ଶୁଭ ଏବଂ ଅଶୁଭ ସଂକେତ ମିଳିଥାଏ | ବେଦ ଏବଂ ପୁରାଣ ରେ ଏହିପରି ଅନେକ ଜୀବ ଙ୍କ ବିଷୟରେ ଲେଖା ହୋଇଛି ଯାହାଙ୍କ ଘରକୁ ଆସିବା ଦ୍ୱାରା ଶୁଭ ଏବଂ ଅଶୁଭ ଲକ୍ଷଣ ପ୍ରକଟ ହୋଇଥାଏ | ତେବେ ଏହାକୁ କେବେ ବି ଅଣଦେଖା କରିବା ଉଚିତ ନୁହେଁ, ତେବେ ଆସନ୍ତୁ ଜାଣିବା ନେବା ସେହି ବିବିଧ କୀଟ ତଥା ପଶୁ ପକ୍ଷୀ ଙ୍କ ଠାରୁ ମିଳୁଥିବା ସଂକେତ ବିଷୟରେ ;

1.ଚୁଚୁନ୍ଦରା – ବନ୍ଧୁଗଣ ଘରେ ଚୁଚୁନ୍ଦରା ରହିବା ଅତ୍ୟନ୍ତ ଶୁଭ ହୋଇଥାଏ | ବାସ୍ତୁ ଏବଂ ଜ୍ୟୋତିଷ ଅନୁଯାଇ ଯେଉଁ ଘରେ ଚୁଚୁନ୍ଦରା ରହିଥାନ୍ତି ସେଇଠି ମା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ | ଏହା ବ୍ୟତୀତ ଯଦି ଚୁଚୁନ୍ଦରା କୌଣସି ବ୍ୟକ୍ତିର ଚତୁର୍ପାଶ୍ୱ ରେ ବୁଲିଯାଏ ତେବେ ବୁଝିନିଅନ୍ତୁ କି ସେହି ବ୍ୟକ୍ତି କୁ ବହୁତ ବଡ ଲାଭ ହେବାକୁ ଯାଉଛି | ଏହା ସହିତ ଦୀପାବଳି ଦିନ ଚୁଚୁନ୍ଦରା ଦେଖିବା ଶୁଭ ହୋଇଥାଏ ଏବଂ ଘର ଚାରିପଟେ ଚୁଚୁନ୍ଦରା ବୁଲିବା ଦ୍ଵାରା ଘରର ଉନ୍ନତି ହୋଇଥାଏ |

2.ମୂଷା – ବନ୍ଧୁଗଣ ଅବଶ୍ୟ ମୂଷା ହେଉଛି ଗଣେଶ ଭଗବାନ ଙ୍କ ବାହାନ କିନ୍ତୁ ଏହାକୁ ଅଶୁଭ ପ୍ରତୀକ ବୋଲି କୁହାଯାଏ | ଘରେ ଅଧିକ ସଂଖ୍ୟକ ମୂଷା ଘରେ ଥିବା ଲୋକ ଙ୍କ ବୁଦ୍ଧି ଏବଂ ନକାରାତ୍ମକ ଚିନ୍ତାର କାରଣ ହୋଇଥାନ୍ତି | ମୂଷା ଘରକୁ ଆସିବା ଅଶୁଭ ହୋଇଥାଏ ଏବଂ ଏହା ଘରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାନ୍ତି | ମୂଷା ଘରେ ରହିବା ଦ୍ୱାରା ଘରର ଖର୍ଚ୍ଚ ବଢିଥାଏ | ମୂଷା ଘରେ ରହିବା ଦ୍ୱାରା ଅନେକ କ୍ଷତି ହୋଇଥାଏ | ଏଣୁ ଘରକୁ ମୂଷା ଆସିବା ଦ୍ୱାରା ଅଶୁଭ ହେବା ସହ କ୍ଷତି ବି ହୋଇଥାଏ |

3.ମହୁମାଛି – ବନ୍ଧୁଗଣ ଏହିପରି କୁହାଯାଏ କି ମହୁମାଛି ଖରାପ ଭାଗ୍ୟ ଏବଂ ଗରିବୀ କୁ ଆଣିଥାଏ | ସେଥିପାଇଁ ଏହାକୁ ଘରୁ ବାହାର କରିଦେବା ହିଁ ଉଚିତ ହୋଇଥାଏ | ଘରେ ମହୁମାଛି ର ଫେଣା ରହିବା ବି ଅଶୁଭ ହୋଇଥାଏ | ସେଥିପାଇଁ ଏହାକୁ ଘରୁ ତୁରନ୍ତ ହଟେଇ ଦେବା ରେ ହିଁ ଉଚିତ ହୋଇଥାଏ |

4.ବୁଢିଆଣୀ ଜାଲ – ବାସ୍ତୁ ଅନୁଯାଇ ଘରେ ବୁଢିଆଣୀ ଜାଲ ରହିବା ଅଶୁଭ ହୋଇଥାଏ | ଏହା ଆପଣଙ୍କ ଜୀବନ ରେ ଦୁର୍ଭାଗ୍ୟ ଏବଂ ସଙ୍କଟ ଉତ୍ପନ କରିଥାଏ | ଏହା ଆପଣଙ୍କ ଉନ୍ନତି ରେ ମଧ୍ୟ ବାଧା ଦେଇଥାଏ | ତେଣୁ ଏହାକୁ ଘରୁ ତୁରନ୍ତ ହଟେଇ ଦିଅନ୍ତୁ |

5.ପ୍ରଜାପତି – ପ୍ରଜାପତି ଘରକୁ ଆସିବା ସୌଭାଗ୍ୟ ର ବିଷୟ ହୋଇଥାଏ | ପ୍ରଜାପତି ଘରକୁ ଆସିବାର ଅର୍ଥ ଆପଣଙ୍କୁ ବହୁତ ଶୀଘ୍ର କୌଣସି ଶୁଭ ସମାଚାର ମିଳିବାକୁ ଯାଉଛି | ପ୍ରଜାପତି ରଙ୍ଗ ବେରଙ୍ଗ ର ହୋଇଥାନ୍ତି, ତେଣୁ ସେମାନେ ଆପଣଙ୍କ ଜୀବନ କୁ ରଙ୍ଗୀନ କରିବା ପାଇଁ ଆସିଥାନ୍ତି | ସେଥିପାଇଁ ଭୁଲ ରେ ବି ଏହି ଜୀବ ର କ୍ଷତି କରିବା ଉଚିତ ନୁହେଁ |

6.ଭଅଁର – ଘରକୁ କଳା ରଙ୍ଗର ଭଅଁର ଆସିବା ଶୁଭ ହୋଇଥାଏ | ଭଅଁର କୁ ଭୁଲ ରେ ବି ମାରିବା ଉଚିତ ନୁହେଁ, ଏହା ଆପଣଙ୍କ ଖରାପ ସମୟର ଅନ୍ତର ସମ୍ବାଦ ନେଇ ଆପଣଙ୍କ ପାଖକୁ ଆସିଥାଏ | ଏହା ଆପଣଙ୍କ ଜୀବନ କୁ ଆସିବା ପରେ ଆପଣଙ୍କ ଜୀବନ ରେ କିଛି ଶୁଭ ହେବାର ସଂକେତ ମିଳିଥାଏ |

7.ବିଛା – କୁହାଯାଏ କି ଯଦି ସ୍ବପ୍ନ ରେ ବିଛା ଦେଖାଯାଏ ତେବେ ଆପଣଙ୍କ ଉପରେ କିଛି ସଙ୍କଟ ଆସିବାର ଏହା ସଂକେତ ହୋଇଥାଏ | ଯେଉଁ ଘରୁ ବିଛା ଚାଲିଯାଏ ତେବେ ବୁଝିନିଅନ୍ତୁ କି ମା ଲକ୍ଷ୍ମୀ ମଧ୍ୟ ସେହି ଘରୁ ଚାଲିଗଲେ | କିନ୍ତୁ ହଳଦିଆ ବିଛା ମାୟା ର ପ୍ରତିକ ହୋଇଥାଏ, ଏହା ଘରୁ ଯିବାର ଅର୍ଥ ମା ଲକ୍ଷ୍ମୀ ଙ୍କ ଆଗମନ ହେବାର ସଂକେତ ହୋଇଥାଏ |

8.ପିମ୍ପୁଡି – ଯଦି ଆପଣଙ୍କ ଘରକୁ କଳା ପିମ୍ପୁଡି ଆସୁଛନ୍ତି,ତେବେ ଖୁସି ହୋଇଯାନ୍ତୁ କି ଏହିପରି ମାନ୍ୟତା ରହିଛି | କଳା ପିମ୍ପୁଡି ଘରକୁ ଆସିବା ଦ୍ୱାରା ସୁଖ ସମୃଦ୍ଧି ରେ ବୃଦ୍ଧି ହୋଇଥାଏ | କଳା ପିମ୍ପୁଡି କୁ ଶୁଭତାର ସଂକେତ ବୋଲି କୁହାଯାଏ | ଏହା ଆସିବା ଦ୍ୱାରା ଘରେ ଉନ୍ନତି ହୋଇଥାଏ ଏବଂ ସୁଖ ସମୃଦ୍ଧି ବଢିଥାଏ |

9.ଗେଣ୍ଡା – ଶାସ୍ତ୍ର ଅନୁସାରେ ଅଚାନକ ଘର କାନ୍ଥ ରେ କିମ୍ବା ଘରେ ଗେଣ୍ଡା ଆସିଯିବା ଶୁଭ ସଂକେତ ହୋଇଥାଏ | ଏହା ଆପଣଙ୍କ ଜୀବନ ରେ କୌଣସି ବଡ କାର୍ଯ୍ୟ ସଫଳ ହେବାର ସଂକେତ ହୋଇଥାଏ |

10.ଝିଟିପିଟି – ଝିଟିପିଟି ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ | ଏହାକୁ ମା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି କୁହାଯାଏ | ଯଦି ଝିଟିପିଟି ଆପଣଙ୍କ ପୂଜା ଘରେ ଦେଖାଯାଏ ତେବେ ଏହା ଚମତ୍କାର ଫଳାଫଳ ଦେଇଥାଏ | କିନ୍ତୁ କଳା ରଙ୍ଗର ଝିଟିପିଟି ଘରକୁ ଆସିବା ଅଶୁଭ ହୋଇଥାଏ ଏହାର ସମ୍ବନ୍ଧ ଅଲକ୍ଷ୍ମୀ ଙ୍କ ସହ ହୋଇଥାଏ |

Leave a Reply

Your email address will not be published. Required fields are marked *