ସକାଳୁ ଉଠି କରି ଦିଅନ୍ତୁ ଏହି କାମ , ଅମାପ ଧନ ଏବଂ ଐଶ୍ୱର୍ଯ୍ୟ ହେବ ପ୍ରାପ୍ତ ।

ସକାଳୁ ଉଠିବା ମାତ୍ରେ ମାତ୍ର କିଛି କାମ କରିବା ଦ୍ୱାରା ବ୍ୟକ୍ତି ହୋଇଥାଏ ଧନବାନ । ସ୍ତ୍ରୀ ହେଉ କିମ୍ବା ପୁରୁଷ ସମସ୍ତେ ସକାଳୁ ଉଠିବା ମାତ୍ରେ ହାତ ଯୋଡ଼ି ନିଜ ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରି ଦିନର ଆରମ୍ଭ କରିବା ଉଚିତ । ଏହାଦ୍ବାରା ସାରା ଦିନ ଶାନ୍ତିରେ କଟିଥାଏ ଏବଂ ସବୁ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ । ସକାଳୁ ଉଠି ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରି ମାଟି ମା’ ଙ୍କୁ ସ୍ପର୍ଶ କରି ପ୍ରଣାମ କରିବା ପରେ ହିଁ ଭୂଇଁରେ ପାଦ ରଖିବା ଉଚିତ ।

ସକାଳୁ ଉଠି ସ୍ନାନ କରିବା ଅନିର୍ବାର୍ଯ୍ୟ ହୋଇଥାଏ । ବିଶେଷ କରି ମହିଳାଙ୍କ ପାଇଁ ଏହା ନିତାନ୍ତ ଜରୁରୀ ଅଟେ । ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ସକାଳୁ ଉଠି ସ୍ନାନ କରିବା ଦ୍ୱାରା ମହିଳାଙ୍କ ରକ୍ତ ଚାପ ନିୟନ୍ତ୍ରିତ ରହିଥାଏ ।ସ୍ନାନ କରିବା ପରେ ମହିଳା ପରିବାର ଲୋକଙ୍କ ପାଇଁ ଖାଦ୍ୟ ମଧ୍ୟ ବନାଇ ପାରିବେ । ସକାଳୁ ସ୍ନାନ କଲେ ସ୍ଵର୍ଗରେ ସ୍ଥାନ ମିଳିଥାଏ ଏବଂ ମୋକ୍ଷ ମଧ୍ୟ ପାପ୍ତ ହୋଇଥାଏ ।

ଭଗବାନ ବିଷ୍ଣୁଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି ସ୍ନାନ କରି ନଥାଏ , ସେହି ବ୍ୟକ୍ତି ଉପରେ ରାହୁ କେତୁର ପ୍ରଭାବ ପଡ଼ିବା ସହିତ ସେ ନର୍କ ଦଣ୍ଡ ଭୋଗିଥାଏ । ସକାଳୁ ସ୍ନାନ କରୁ ନଥିବା ବ୍ୟକ୍ତି ମହା ପାପୀ ମଧ୍ୟ ହୋଇଥାଏ । ମହିଳା ମାନେ ସକାଳୁ ସ୍ନାନ କରି ତୁଳସୀରେ ଜଳ ଅର୍ପଣ କରିବା ସହିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ । ଏହାଦ୍ବାରା ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ । ତୁଳସୀ ଗଛ ମୂଳରେ ପ୍ରତ୍ୟେକ ଦିନ ଦୀପ ନିଶ୍ଚୟ ଜାଳିବା ଉଚିତ । ଏହାଦ୍ବାରା ନକରାତ୍ମକତା ଦୂର ହୋଇଥାଏ ।

ସକାଳୁ ଉଠି ପ୍ରତ୍ୟେକ ବ୍ୟକ୍ତି ଶାରୀରିକ ବ୍ୟାୟାମ କରିବା ଉଚିତ । ଏହାଦ୍ବାରା ଶରୀର ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ । ସକାଳ ସମୟରେ ସ୍ୱାମୀ ସ୍ତ୍ରୀ କିଛି ସମୟ ରୋମାନ୍ସ କରିବା ଉଚିତ । ଏହାଦ୍ବାରା ମାନସିକ ଚିନ୍ତା ସମସ୍ୟା ଦୂରେଇ ଯାଏ । ମାତ୍ର ଏହି କାମ ସୂର୍ଯ୍ୟ ଉଦୟ ପରେ ହିଁ କରନ୍ତୁ । କାରଣ ସୂର୍ଯ୍ୟ ଉଦୟ ପୂର୍ବରୁ ପୂଜା ପଦ୍ଧତିର ସମୟ ହୋଇଥାଏ । ସକାଳୁ ଉଠି ସବୁକିଛି ଭଲ ଜିନିଷ ଦେଖିବାକୁ ଚେଷ୍ଟା କରନ୍ତୁ ।

ଅର୍ଥାତ ଭଲ ଜିନିଷ ଦେଖିବା ଦ୍ୱାରା ପୁରା ଦିନ ସକାରାତ୍ମକତା ଦେଇ ଗତି କରିଥାଏ । ସକାଳୁ ଉଠିବା ମାତ୍ରେ ସର୍ବପ୍ରଥମେ ଦୁଇ ହାତ ପାପୁଲିର ଦର୍ଶନ କରିବା ଉଚିତ । ଭୂଇଁରେ ପାଦ ରଖିବା ପୂର୍ବରୁ ପୃଥିବୀ ମାତାଙ୍କୁ କ୍ଷମା ମାଗିବା ଉଚିତ । ଏହାଦ୍ବାରା ଶରୀରରୁ ସବୁ ଦୋଷ ଦୂର ହୋଇଥାଏ ଏବଂ ଏକ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ।

ସକାଳୁ ଉଠି ସ୍ନାନ କରିବା ସମୟରେ ସବୁ ପବିତ୍ର ତୀର୍ଥସ୍ଥାନ ଏବଂ ପବିତ୍ର ନଦୀର ନାମ ଜପ କରିବା ଉଚିତ । ଏହାଦ୍ବାରା ସବୁ ପବିତ୍ର ନଦୀ ସ୍ନାନର ପୁଣ୍ୟ ଏବଂ ତୀର୍ଥସ୍ଥାନ ଭ୍ରମଣ କରିବାର ପୁଣ୍ୟ ପ୍ରାପ୍ତ ହୋଇଥାଏ । ଆହୁରି ଭଲ ହେବ ପ୍ରତ୍ୟେକ ଦିନ ସକାଳୁ ସ୍ନାନ ସମୟରେ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ । ଏହା ଅତ୍ୟନ୍ତ ଉତ୍ତମ ହେବ । ସ୍ନାନ ପରେ ତମ୍ବା ପାତ୍ରରେ ଜଳ ଭରି ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ । ଏହାଦ୍ବାରା ଦିନର ପ୍ରାରମ୍ଭ ଅତ୍ୟନ୍ତ ଭଲ ହୋଇଥାଏ ଏବଂ ସବୁ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ ।

ଏସବୁ ବ୍ୟତୀତ ଜାତକରେ ସୂର୍ଯ୍ୟଙ୍କ ଶୁଭ ସ୍ଥିତି ରହିଥାଏ । ଏହାର ପ୍ରଭାବ ମନୁଷ୍ୟର ବୁଦ୍ଧି ଉପରେ ପଡ଼ିଥାଏ ଏବଂ ମାନ ସମ୍ମାନ ପାପ୍ତ ହୋଇଥାଏ । ଏହାଦ୍ବାରା ଆର୍ଥିକ ବୃଦ୍ଧି ମଧ୍ୟ ହୋଇଥାଏ । ଏହାପରେ ତୁଳସୀରେ ନିଶ୍ଚୟ ଜଳ ଚଢାନ୍ତୁ ଏବଂ ଘରର ମନ୍ଦିରରେ ପୂଜା ଅର୍ଚ୍ଚନା ଏବଂ ଆରତୀ କରି ନିଶ୍ଚୟ ଭୋଗ ଲଗାନ୍ତୁ । ଏପରି କରିବା ଦ୍ୱାରା ସବୁ ଦେବଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ସକାଳୁ ଗାଈକୁ ରୋଟି ଖୁଆଇଲେ ମଧ୍ୟ ପୁଣ୍ୟ ମିଳିଥାଏ ।

Leave a Reply

Your email address will not be published. Required fields are marked *