ନୂଆବର୍ଷରେ ଅଶୋକ ପତ୍ରକୁ ନେଇ କରନ୍ତୁ ଏହି ଖାସ ଉପାୟ, ଖୁବ୍ ଶୀଘ୍ର ବଦଳି ଯିବ ଆପଣଙ୍କ ଭାଗ୍ୟ।

ବନ୍ଧୁଗଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନୂଆବର୍ଷ ଆରମ୍ଭ ହେବା ପାଇଁ ଆଉକିଛି ଦିନ ବାକି ରହିଛି। ନୂଆବର୍ଷରେ ଶୁଭ କାର୍ଯ୍ୟ ଆରମ୍ଭ କଲେ ବର୍ଷ ସାରା ଶୁଭ ହୋଇଥାଏ ବୋଲି ମାନା ଯାଇଥାଏ। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରେ କୌଣସି ଶୁଭ ଅବସରରେ ସାଜସଜ୍ଜା ପାଇଁ ଅଶୋକ ପତ୍ର ଓ ଆମ୍ବ ପତ୍ରରେ ମାଳା କରି ଘରର ଦୁଆର ମୁହଁରେ ଟାଙ୍ଗି ଦିଆ ଯାଇଥାଏ।

ଶାସ୍ତ୍ର ଅନୁସାରେ ଏଭଳି କରିବା ଦ୍ୱାରା ନକାରାତ୍ମକ ଶକ୍ତି ଘର ମଧ୍ୟକୁ ପ୍ରବେଶ କରି ପାରେ ନାହିଁ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଅଶୋକ ପତ୍ରକୁ ନେଇ କେଉଁ ଖାସ ଉପାୟ କଲେ ଆପଣଙ୍କ ଭାଗ୍ୟ ବୃଦ୍ଧି ହେବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଅଶୋକ ଗଛକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ଗଛ ବୋଲି ମାନା ଯାଇଛି। କହିବାକୁ ଗଲେ ଅଶୋକ ଶବ୍ଦର ଅର୍ଥ ହେଉଛି ସମସ୍ତ ଦୁଃଖର ନାଶ କରିବା। ରାମାୟଣରେ ଅଶୋକ ବାଟିକା ବିଷୟରେ ଅନେକ ବର୍ଣ୍ଣନା ରହିଛି। ଯେତେବେଳେ ରାବଣ ଦେବୀ ସୀତାଙ୍କୁ ହରଣ କରି ଲଙ୍କା ନେଇ ଯାଇଥିଲା ଏବଂ ଦେବୀ ସୀତା ଅଶୋକ ବାଟିକାରେ ଶରଣ ନେଇ ଥିଲେ।

ଜ୍ୟୋତିଷ ଶାସ୍ତ୍ରରେ ଅଶୋକ ପତ୍ରକୁ ନେଇ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଉପାୟକୁ ପ୍ରୟୋଗ କରିବା ଦ୍ଵାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇ ଯାଇଥାଏ। ତେବେ ଆସନ୍ତୁ ଜାଣିବା ନୂଆବର୍ଷରେ ଅଶୋକ ପତ୍ରକୁ ନେଇ କଣ ଖାସ ଉପାୟ କରିବେ, ଯାହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।

ଆର୍ଥିକ ସଙ୍କଟ ଦୂର କରିବା ପାଇଁ :-

ନୂଆବର୍ଷ ଦିନ ଅଶୋକ ଗଛର କିଛି ମୂଳ ବା ଚେର ଘରକୁ ଆଣନ୍ତୁ। ଏହାକୁ ଭଲଭାବରେ ଧୋଇ ପରିଷ୍କାର କରି ଆଲମାରୀ ବା ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଘର ସର୍ବଦା ଧନଧାନ୍ୟରେ ପରିପୂର୍ଣ ହୋଇଯିବ ଏବଂ କେବେବି ଆର୍ଥିକ ସଙ୍କଟ ଦେଖା ଯିବ ନାହିଁ। ଦେବୀ ଲକ୍ଷ୍ମୀଙ୍କର କୃପା ସର୍ବଦା ଆପଣଙ୍କ ପରିବାର ଉପରେ ରହିବ।

ରୋଗରୁ ମୁକ୍ତି ପାଇବା ପାଇଁ :-

ଯଦି ଆପଣଙ୍କ ଘରେ ଅଧିକାଂଶ ସମୟରେ ପରିବାର ଲୋକଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଛି ଏବଂ ଦୁର୍ଭାଗ୍ୟ ଆପଣଙ୍କ ପରିବାର ଉପରକୁ ମାଡି ଆସୁଛି, ତାହେଲେ ଘରର ମୁରବୀଙ୍କୁ ଅଶୋକ ଗଛର ଡାଳ ଆଣି ଜାଳିବା ଉଚିତ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ କ୍ଳେଶ, ବାଦବିବାଦ ଦୂର ହେବା ସହିତ ସୁଖଶାନ୍ତି ବିଦ୍ୟମାନ ହେବ। ଏହାସହିତ ସମସ୍ତ ରୋଗରୁ ମଧ୍ୟ ମୁକ୍ତି ପାଇବେ ଏବଂ ଦୁର୍ଭାଗ୍ୟ ଆପଣଙ୍କ ଘରକୁ ପ୍ରବେଶ କରି ପାରିବ ନାହିଁ।

ଶୀଘ୍ର ବିବାହ ପାଇଁ :-

ଯଦି କୌଣସି କାରଣ ବଶତଃ ଆପଣଙ୍କ ବିବାହରେ ବାଧା ସୃଷ୍ଟି ହେଉଛି ବା ବୈବାହିକ ଜୀବନରେ କିଛି ସମସ୍ୟା ସୃଷ୍ଟି ହେଉଛି, ତାହେଲେ ଆପଣ ସ୍ନାନ କରିବା ପୂର୍ବରୁ ପାଣିରେ କିଛି ଅଶୋକ ଗଛର ପତ୍ରକୁ ପକାଇ ସ୍ନାନ କରନ୍ତୁ। ସ୍ନାନ କରି ସାରି ଏହି ପତ୍ର ଗୁଡ଼ିକ ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ବୈବାହିକ ଜୀବନରେ ସମସ୍ତ ବାଧାବିଘ୍ନ ଦୂର ହୋଇଯିବ।

ନକାରାତ୍ମକ ଉର୍ଜାକୁ ଦୂର କରିବା ପାଇଁ :-

ନୂଆବର୍ଷର ଆରମ୍ବରେ ଅଶୋକ ଗଛର ପତ୍ରକୁ ମାଳା ବନେଇ ଘରର ଦୁଆର ମୁହଁରେ ଲଗାଇ ଦିଅନ୍ତୁ। ତିନିରୁ ଚାରିଦିନ ପରେ ଏହି ପତ୍ର ଝାଉଁଳି ଗଲା ପରେ ଏହାକୁ କାଢି ପୁଣି ଅଶୋକ ପତ୍ରରେ ମାଳା ପ୍ରସ୍ତୁତ କରି ଟାଙ୍ଗି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଘର ମଧ୍ୟକୁ କେବେବି ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ। ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ହେବ। ଯାହାଫଳରେ ପରିବାର ଲୋକଙ୍କର ଉନ୍ନତି ହେବ।

Leave a Reply

Your email address will not be published. Required fields are marked *