ଜୀବନରେ କରଜ ସମସ୍ୟା ବ୍ୟକ୍ତିକୁ ଚିନ୍ତାରେ ପକାଇ ଦିଏ । କରଜ ନେବା ଜୀବନର ସବୁଠାରୁ ଅଶାନ୍ତି ଜନକ କାର୍ଯ୍ୟ ହୋଇଥାଏ । ଯେଉଁ ବ୍ୟକ୍ତି କରଜରେ ବୁଡ଼ି ରହିଥାଏ ସେ ସବୁବେଳେ ଚିନ୍ତାରେ ରହିଥାଏ । ଅନେକ ସମୟରେ କରଜ ନେବା ବ୍ୟକ୍ତି ଉପରେ ମହଙ୍ଗା ପଡ଼ିଥାଏ । ଯାହାଦ୍ୱାରା ସାରା ଜୀବନ କରଜ ଜନିତ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ ।
ଏହାଦ୍ବାରା ପୁରା ପରିବାର ସମସ୍ୟା ମଧ୍ୟ ଦେଇ ଗତି କରିଥାଏ । କରଜ ନେବା ଯେତେ ସହଜ ତାହାକୁ ସୁଝିବା ସେତେ କଷ୍ଟକର ଅଟେ । ଏହାଦ୍ବାରା ପାରିବାରିକ କଳହ ଦେଖା ଯାଏ ଏବଂ ମାନ ସମ୍ମାନ ମଧ୍ୟ ପ୍ରଭାବିତ ହୋଇଥାଏ । ତେଣୁ କରଜ ନେବା ସମୟରେ କିଛି ସାବଧାନତା ଅବଲମ୍ବନ କରିବା ଉଚିତ , ଯାହାଦ୍ଵାରା ଭବିଷ୍ୟତରେ କେବେ ସମସ୍ୟା ହେବ ନାହିଁ ।
ମନେ ରଖନ୍ତୁ ଯେ କେବେବି ମଙ୍ଗଳବାର କିମ୍ବା ଶନିବାର ଦିନ କରଜ ନେବା ଉଚିତ ନୁହେଁ । ଏହିଦିନ ନେଇଥିବା କରଜ କେବେ ସୁଝି ନଥାଏ । ଶନିବାର ଦିନ ବିଶେଷ କରି କରଜ ନେବା ପାଇଁ ଆବେଦନ କିମ୍ବା କରଜ ପେପରରେ ହସ୍ତାକ୍ଷର ମଧ୍ୟ କରନ୍ତୁ ନାହିଁ । ମନେ ରଖନ୍ତୁ ଯେପରି କରଜ ନେବା ସମୟରେ ଧନୁ , ମେଷ , ମକର , ତୁଳା ରାଶିରେ ଯେମିତି ଅଷ୍ଟମ ଏବଂ ନବମ ସ୍ଥାନରେ କୌଣସି ଗ୍ରହ ନରହୁ । ନଚେତ ଏହାଦ୍ବାରା କରଜ ବଢ଼ିଥାଏ ।
8 ଅଙ୍କରି ଶନିଙ୍କର ମାନା ଯାଇଥାଏ । ତେଣୁ 8 , 17 ଏବଂ 26 ତାରିଖରେ କରଜ ନିଅନ୍ତୁ ନାହିଁ । ଏହି ତାରିଖରେ ନିଆ ଯାଇଥିବା କରଜ ଆପଣଙ୍କ ଜୀବନକୁ ସମସ୍ୟାରେ ପକାଇ ଥାଏ । କରଜ ଆବେଦନ ପତ୍ରରେ କଳା କାଳିରେ ହସ୍ତାକ୍ଷର କରନ୍ତୁ ନାହିଁ । ନଚେତ ଏହି କରଜ ସୁଝି ନଥାଏ ଏବଂ କେବେବି ପିଛା ଛାଡ଼ି ନଥାଏ ।
ମନେ ରଖନ୍ତୁ କରଜ ନେବାକୁ ଚାହୁଁଥିଲେ । ସୋମବାର , ବୁଧବାର ଏବଂ ଶୁକ୍ରବାର କରଜ ନିଅନ୍ତୁ । ଏହି ଦିନ ନେଇଥିବା କରଜ ଜଲଦି ସୁଝି ଯାଏ । କରଜ ନେବା ସମୟରେ ହସ୍ତାକ୍ଷର କରିବା ବେଳେ ଭଗବାନଙ୍କୁ ଆରାଧନା କରନ୍ତୁ ଯେ ‘ ଭଗବାନ ଏହି ଧନ ଆପଣଙ୍କର ଏବଂ ମୁଁ ମଧ୍ୟ ଆପଣଙ୍କର , ଏହି କରଜ ସୁଝିବାରେ ମୋତେ ସାହାଯ୍ୟ କରନ୍ତୁ । ‘ ଏହି ଉପାୟ କରିବା ଦ୍ୱାରା ନିଶ୍ଚିତ ଭାବରେ କରଜ ସମସ୍ୟା ଶୀଘ୍ର ଦୂରେଇ ଯିବ ।
କରଜରୁ ମୁକ୍ତି ପାଇବା ସହଜ ନୁହେଁ କିନ୍ତୁ ଏତେ କଷ୍ଟସାଧ୍ୟ ମଧ୍ୟ ନୁହେଁ । ତେଣୁ ଆପଣ ଚାହିଁଲେ ପାନ ପତ୍ରକୁ ବ୍ୟବହାର କରି କିଛି ବିଶେଷ ଉପାୟ ମଧ୍ୟ କରି ପାରିବେ । ପାନ ମାତ୍ର ସବୁ ଶୁଭ କାର୍ଯ୍ୟ ଏବଂ ପୂଜା ପଦ୍ଧତିରେ ପ୍ରଥମେ ବ୍ୟବହୃତ ହୋଇଥାଏ । ତେବେ ଏହି ଉପାୟ କରିବା ପାଇଁ ଏକ ଗୋଟା ପାନ ପତ୍ର ନିଅନ୍ତୁ ଏବଂ ମଙ୍ଗଳବାର ଦିନ ସ୍ନାନ କରି ସେହି ପାନ ପତ୍ର ଉପରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ରଖି ପାନ ବନାଇ ଦିଅନ୍ତୁ ।
ଏହାପରେ ତାହାକୁ ନେଇ ଏକ ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କୁ ଅର୍ପିତ କରି ଦିଅନ୍ତୁ । ତିନି ଥର ଲଗାତାର ଅର୍ଥାତ ତିନୋଟି ସପ୍ତାହରେ ପ୍ରତ୍ୟକ ମଙ୍ଗଳବାର ଏହି ଉପାୟ କରନ୍ତୁ । ଏହିଦିନ ସମ୍ପୂର୍ଣ୍ଣ ସାତ୍ଵିକତା ବଜାୟ ରଖନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ କରଜ ସମସ୍ୟା ବହୁତ ଜଲଦି ଦୂର ହୋଇଯିବ । ଆପଣଙ୍କ ସବୁ କରଜ କ୍ଷମା ହୋଇଯିବ କିମ୍ବା କରଜ ସୁଝିବାର ରାସ୍ତା ଖୋଲିଯିବ । ଅନେକ ସମୟରେ କରଜ ସମସ୍ୟା ସହିତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଆସିଥାଏ ।
ସେହି ସମୟରେ ଅନ୍ୟାନ୍ୟ ସବୁ ସମସ୍ୟା ମଧ୍ୟ ଆସିଯାଏ । ତେଣୁ ଏଭଳି ପରିସ୍ଥିତିରେ ଏକ ପାନ ପତ୍ର ନେଇ ତାହାର ଡେମ୍ଫକୁ ଛିଡ଼ାଇ ଦିଅନ୍ତୁ । ଏହାର ମସୃଣ ଭାଗକୁ ତଳକୁ ରଖି ରୁକ୍ଷ ପାର୍ଶ୍ଵରେ ଦୁଇଟି ଲବଙ୍ଗ ରଖି ପ୍ରବାହିତ ପାଣିରେ ଭସାଇ ଦିଅନ୍ତୁ । ଏହି ସମୟରେ ନିଜର କରଜ କ୍ଷମା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ପଛକୁ ନବୁଲି ଘରକୁ ପଳାଇ ଆସନ୍ତୁ । ଦେଖିବେ ବହୁତ ଜଲଦି ଆପଣଙ୍କ କରଜ ସମସ୍ୟା ଦୂରେଇ ଯିବ ।