ମଙ୍ଗଳବାର ନାମ ରେ ହିଁ ଏହାର ବିଶେଷ୍ୟତ ବର୍ଣିତ ଅଛି | ମଙ୍ଗଳ ଅର୍ଥାତ ଶୁଭ, ଅର୍ଥାତ କୁଶଳ ଏହି ମଙ୍ଗଳବାର ମଙ୍ଗଳ ଦେବ ଏବଂ ବଜରଙ୍ଗ ୱାଲୀ ଙ୍କୁ ଅର୍ପିତ ଅଟେ | ଏମିତି ରେ ତ ସପ୍ତାହ ର ସବୁ ବାର ମଧ୍ୟ ରୁ ମଙ୍ଗଳବାର କୁ ଉଗ୍ର ମାନାଯାଏ | କିନ୍ତୁ ସଦାଚାରୀ ଙ୍କ ପାଇଁ ଏହା ମଙ୍ଗଳକାରୀ ହୋଇଥାଏ | ଆଜି ଆମେ ଆପଣଙ୍କୁ ମଙ୍ଗଳବାର ରେ କରାଯାଉଥିବା କିଛି ନିୟମ ବିଷୟରେ କହିବୁ | ଏହି ଦିନ ହନୁମାନ ଜୀ ଙ୍କୁ ପୂଜା କରିବା ଦ୍ୱାରା କିଛି ଉପାୟ କରିବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ | ଏହା ସହିତ ଏହି ଦିନ ବ୍ରତ ରଖିବା ଦ୍ୱାରା ମଙ୍ଗଳ ଉତ୍ତମ ହୋଇଯାଇଥାଏ | ଆସନ୍ତୁ ଜାଣିବା କଣ କରିବା ଏହି ଦିନ ;
ବଜରଙ୍ଗୱାଲୀ ଙ୍କୁ କେଉଁ ସମୟରେ ପୂଜା କରିବା ଉଚିତ?
ରାତି ସମୟ ରେ ପ୍ରଭୁ ଶ୍ରୀରାମ ଶୋଇବା ପରେ ହନୁମାନ ଜୀ ଙ୍କୁ ପୂଜା କରିବା ସର୍ବୋତ୍ତମ ହୋଇଥାଏ | ଏହି ସମୟ ରେ ପୂଜା କରିବା ଦ୍ୱାରା ଆପଣଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ | ରାମ ଚରିତ ମାନସର ସୁନ୍ଦର କାଣ୍ଡରେ ହନୁମାନ ଜୀ କହିଛନ୍ତି – ” ପ୍ରାତଃ ଲେଈ ଜୋ ନାମ ହାମାରା,ତେହି ଦିନ ତାହି ନା ମିଳେ ଆହାରା ” ଅର୍ଥାତ ସକାଳୁ ଅନ୍ନ ଜଳ ଗ୍ରହଣ ନକରି ହନୁମାନ ଜୀ ଙ୍କ ନାମ ନେବା ଉଚିତ ନୁହେଁ | ଶାସ୍ତ୍ର ରେ ହନୁମାନ ଜୀ ଙ୍କ ପୂଜା ପାଠ ବିଷୟରେ ଅନେକ ନିୟମ କୁହାଯାଇଛି | ଯାହାକୁ ପାଳନ କରି ହନୁମାନ ଜୀ ଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଯାଏ | ତେବେ ଆସନ୍ତୁ ଜାଣିବା କିପରି ପୂଜା କରିବା ;
ବଜରଙ୍ଗୱାଲୀ ଙ୍କୁ କିପରି ପୂଜା କରିବା ଉଚିତ?
ଧର୍ମ ଶାସ୍ତ୍ର ଅନୁସାରେ ମହାବୀର ହନୁମାନ ସର୍ବଦା ବ୍ରହ୍ମଚର୍ଯ୍ୟର ପାଳନ କରିଛନ୍ତି | ସେଥିପାଇଁ ଯିଏ ବି ହନୁମାନ ଙ୍କୁ ପୂଜା କରିବେ ତାଙ୍କୁ ବ୍ରହ୍ମଚର୍ଯ୍ୟ ର ପାଳନ କରିବା ଉଚିତ | ତନ ସହ ମନ କୁ ବି ପବିତ୍ର ରଖିବା ଉଚିତ | ହନୁମାନ ଜୀ ଙ୍କୁ ନିୟମିତ ରୂପରେ କରିବା ଉଚିତ | ମଙ୍ଗଳବାର ଦିନ ମାଛ, ମାଂସ, ଅଣ୍ଡା, ମଦ ଆଦି ର ସେବନ କରିବା ଉଚିତ ନୁହେଁ,ଏହା ଦ୍ୱାରା ମହାପାପ ଲାଗିଥାଏ | ହନୁମାନ ଜୀ ବାଳ ବ୍ରହ୍ମଚାରୀ ଅଟନ୍ତି ସେଥିପାଇଁ ମହିଳାଙ୍କୁ କିଛି ନିୟମ ପାଳନ କରିବା ଉଚିତ | ମହିଳାଙ୍କୁ ହନୁମାନ ଙ୍କ ମୂର୍ତ୍ତି କୁ ଛୁଇଁବା ଉଚିତ ନୁହେଁ |
ମଙ୍ଗଳବାର ଦିନ କଣ କରିବା ଉଚିତ ନୁହେଁ?
ମଙ୍ଗଳବାର ଦିନ କଳା କିମ୍ବା ଗଭୀର ରଙ୍ଗର କପଡା କିଣନ୍ତୁ ନାହିଁ ଏବଂ ପିନ୍ଧନ୍ତୁ ନାହିଁ | ଏହି ଦିନ ଲାଲ ବସ୍ତ୍ର ପରିଧାନ କରିବା ଦ୍ୱାରା ମଙ୍ଗଳ ଶାନ୍ତ ହୋଇଥାନ୍ତି | ମଙ୍ଗଳବାର ଦିନ ସାଧାରଣ ଲୁଣ ଖାଇବା ଉଚିତ ନୁହେଁ ଏହା ଦ୍ୱାରା ଜୀବନ ରେ ବାଧା ଏବଂ ସ୍ୱାସ୍ଥ୍ୟ ଉପରେ ବି ଏହାର ଖରାପ ପ୍ରଭାବ ପଡିଥାଏ | ମଙ୍ଗଳବାର ଦିନ ପଶ୍ଚିମ ଏବଂ ଉତ୍ତର ଦିଗ ରେ ଯାତ୍ରା କରିବା ଉଚିତ ନୁହେଁ |
ମଙ୍ଗଳବାର ଦିନ କଣ କିଣିବା ଉଚିତ ନୁହେଁ?
ମଙ୍ଗଳବାର ଦିନ ଲୁହ କିଣିବା ଉଚିତ ନୁହେଁ,ଏହା ଦ୍ୱାରା ଅର୍ଥହାନୀ ହୋଇଥାଏ | ଏହି ଦିନ ଷ୍ଟିଲ ଜିନିଷ ଏବଂ ଧାର ଥିବା ଜିନିଷ କିଣିବା ଉଚିତ ନୁହେଁ | ଏହି ଦିନ ଯାନ ବାହାନ କିଣିବା ଉଚିତ ନୁହେଁ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ କାଚ ଜିନିଷ ମଧ୍ୟ କିଣିବା ଉଚିତ ନୁହେଁ ଏହା ଦ୍ୱାରା ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ | ମଙ୍ଗଳବାର ଦିନ ଜୋତା ଚପଲ, ଏବଂ ଜମି କିଣା ବିକା ଆଦୌ କରିବା ଉଚିତ ନୁହେଁ | ଯେଉଁ ବ୍ୟକ୍ତି ଏହି ଦିନ ଏପରି କରିଥାଏ ତାହାକୁ ମଙ୍ଗଳ ଦୋଷ ଲାଗିଥାଏ | ଏହି ଦିନ ଶ୍ରୀଙ୍ଗାର ଜିନିଷ କିଣିବା ଉଚିତ ନୁହେଁ, ଶ୍ରୀଙ୍ଗାର ଜିନିଷ କିଣିବା ପାଇଁ ସୋମବାର ଏବଂ ଶୁକ୍ରବାର ଅତି ଉତ୍ତମ ହୋଇଥାଏ | ଏହି ଦିନ କ୍ଷୀରରେ ତିଆରି କୌଣସି ଜିନିଷ ଖାଇବା ଉଚିତ ନୁହେଁ |
ମଙ୍ଗଳବାର ଦିନ କେଉଁ ଉପାୟ କରିବେ?
ମଙ୍ଗଳବାର ସନ୍ଧ୍ୟା ରେ ନିମ ଗଛ ତଳେ ଚାମେଲୀ ତେଲ ର ଦୀପ ନିଶ୍ଚନ୍ତ ଜଳାନ୍ତୁ | ଏହି ପରି 11 ମଙ୍ଗଳବାର କରିବା ଦ୍ୱାରା ବଡ଼ ରୁ ବଡ଼ କରଜ,ସଙ୍କଟ ଏବଂ ତ୍ୱଚା ସମ୍ବଧୀୟ ରୋଗ ଦୂର ହୋଇଯିବ | ମଙ୍ଗଳବାର ଦିନ ବହୁଥିବା ପାଣି ରେ ତିଲ ସହ ଗୁଡ଼ ରେ ତିଆରି ଜିନିଷ ପ୍ରଭାହିତ କରିବା ଦ୍ୱାରା କିମ୍ବା ଏହି ଦିନ ମଶୁର ଡାଲି ଦାନ କରିବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ତୁରନ୍ତ ସମାପ୍ତ ହୋଇଯାଏ | କୌଣସି ବି ମଙ୍ଗଳବାର ଦିନ ହନୁମାନ ମନ୍ଦିର କୁ ଯାଇ ଭଗବାନ ଙ୍କ ବାମ କାନ୍ଧ ଏବଂ ବାମ ପାଦ ରୁ ସିନ୍ଦୁର ଆଣି ଘର କିମ୍ବା ଅଫିସ ରେ ଶ୍ରୀରାମ ଲେଖିବା ଦ୍ୱାରା ସମସ୍ତ କାର୍ଯ୍ୟ ସଫଳ ହୁଏ |
କୌଣସି ପ୍ରକାରର ବିଶେଷ କାମନା କୁ ପ୍ରାପ୍ତ କରିବା ପାଇଁ ଆପଣ ମଙ୍ଗଳବାର ଦିନ ବ୍ରାହ୍ମଣ ଙ୍କୁ ନାଲି କପଡା ଦାନ କରନ୍ତୁ | ଏହା ଦ୍ୱାରା ଆପଣଙ୍କ କୌଣସି ବି ପ୍ରକାରର ମନୋକାମନା ଥାଉ ନା କାହିଁକି ତାହା ପୂର୍ଣ୍ଣ ହୋଇଯିବ | ମଙ୍ଗଳବାର ଦିନ ଲାଲ ବସ୍ତ୍ର, ଲାଲ ଫଳ, ଲାଲ ଫୁଲ,ଲାଲ ଚନ୍ଦନ, ଲାଲ ରଙ୍ଗର ମିଠା ଆଦି ବଜରଙ୍ଗ ୱାଲୀ ଙ୍କୁ ଅର୍ପଣ କରିବା ଦ୍ୱାରା ମଧ୍ୟ ପ୍ରତ୍ୟକ ଇଛା ପୂର୍ଣ୍ଣ ହୋଇଯାଏ | ମଙ୍ଗଳବାର ଦିନ ଶ୍ରୀରାମ ନାମ ଲେଖା ଥିବା ଧ୍ବଜା 5 ମଙ୍ଗଳବାର ଅର୍ପଣ କରିବା ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ |