ସୋମବାର ଦିନଟି ଅତ୍ୟନ୍ତ ଖାସ ହୋଇଥାଏ । ଏହି ଦିନଟି ମହାଦେବଙ୍କ ବାର ହୋଇଥାଏ । ଯେଉଁଦିନ ଅଧିକାଂଶ ଲୋକ ଭଗବାନ ଶିବଙ୍କ ଆରାଧନା କରିବା ସହିତ ବ୍ରତ କରିଥାନ୍ତି । କିନ୍ତୁ ଏହିଦିନ କିଛି ବିଶେଷ ଭୁଲ ଆଦୋୖ କରିବା ଉଚିତ ନୁହେଁ । ଯେଉଁ ସବୁ ଭୁଲକୁ ଭୁଲରେବି ସୁଦ୍ଧା କରିବା ଉଚିତ ନୁହେଁ । ନଚେତ ଭଗବାନ ଶିବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ । ତେବେ ଚାଲନ୍ତୁ ସେହି ଭୁଲ ବିଷୟରେ ଜାଣିନେବା । ତେବେ ସୋମବାର ଦିନ ସକାଳୁ ଉଠି ପ୍ରଥମ କାମ ସ୍ନାନ ଏବଂ ତାପରେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ଅର୍ଚ୍ଚନା ଏବଂ ଭୋଗ ଲଗାଯାଏ ଏବଂ ନିଜର ମନସ୍କାମନା ପ୍ରାର୍ଥନା ସ୍ୱରୂପ କରାଯାଏ ।
ଆମ ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ଦେବଦେବୀଙ୍କୁ ପୂଜା କରିବାର ବିଧି ରହିଛି । ଯେମିତି ମୋତେକି ସୋମବାର ଦିନ ମହାଦେବ , ମଙ୍ଗଳବାର ହନୁମାନ , ବୁଧବାର ଶ୍ରୀଗଣେଶ , ଗୁରୁବାର ଭଗବାନ ବିଷ୍ଣୁ , ଶୁକ୍ରବାର ମାତା ଲକ୍ଷ୍ମୀ , ଶନିବାର ହନୁମାନ ଏବଂ ଶନିଦେବ ଏବଂ ରବିବାରରେ ଭଗବାନ ସୂର୍ଯ୍ୟଙ୍କୁ ପୂଜା କରିବାର ବିଧି ରହିଛି ।
ତେବେ ଏହି ଦିନ ଉପବାସ କରି ଭଗବାନଙ୍କ ନିଜକୁ ଆକର୍ଷିତ କରିବାର ବିଧି ରହିଛି । ଯେଉଁଥିରେ ଏକ ଓଳି କିମ୍ବା ଦୁଇ ଓଳି ଖାଦ୍ୟ ନଖାଇ ନିଜକୁ କଷ୍ଟ ପହଞ୍ଚାଇ ଭଗବାନଙ୍କୁ ପ୍ରସନ୍ନ କରାଯାଇ ଥାଏ । ହିନ୍ଦୁ ଧର୍ମରେ ଉପବାସ କହିଲେ ଶ୍ରେଷ୍ଠ ଦିନ ସୋମବାରକୁ ମାନା ଯାଇଥାଏ । ଏହିଦିନ ଉପବାସ କଲେ ମହାଦେବ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଇଥାଏ । ମାତ୍ର ଉପବାସ କରିବାରେ କିଛି ନିୟମ ରହିଛି ଯାହାକୁ ନମାନିଲେ ପୁରା ଉପବାସ ନିରର୍ଥକ ହୋଇଯାଏ ।
ସୋମବାର ଦିନ ଉପାସ କଲେ ପୁରା ଦିନ ଲୁଣ ସେବନ କରିବା ଉଚିତ ନୁହେଁ । ନଚେତ ମହାଦେବ କ୍ରୋଧିତ ହୁଅନ୍ତି । ସୋମବାର ଉପବାସ ଦିନ ସ୍ତ୍ରୀ ପୁରାଣ ଉଭୟ ବ୍ରହ୍ମଚର୍ଯ୍ୟର ପାଳନ କରିବା ଉଚିତ । ସ୍ୱାମୀ ସ୍ତ୍ରୀ ସଂଯମତା ରକ୍ଷା କରିବା ଉଚିତ ଏବଂ ସମ୍ବନ୍ଧ ବନାଇବା ଉଚିତ ନୁହେଁ । ଏହାବ୍ୟତୀତ ଏହିଦିନ ଗୁରୁଜନଙ୍କୁ ଅପମାନ କରିବା ଉଚିତ ନୁହେଁ । ଯଦି ଆପଣ ଗୁରୁଜନଙ୍କ ଅପମାନ କରନ୍ତି ତେବେ ଆପଣଙ୍କୁ ଦଣ୍ଡିତ ହେବାକୁ ମଧ୍ୟ ପଡ଼ିପାରେ ।
ଏହାବ୍ୟତୀତ ସୋମବାର ଦିନ କୌଣସି ପ୍ରକାରର ହିଂସା ମଧ୍ୟ କରିବା ଉଚିତ ନୁହେଁ । ସୋମବାର ଦିନ ସମ୍ପୂର୍ଣ୍ଣ ସାତ୍ଵିକ ଭୋଜନ କରନ୍ତୁ । ଏହାବ୍ୟତୀତ ଏହିଦିନ ଜୀବ ହତ୍ୟା ମଧ୍ୟ କରିବା ଉଚିତ ନୁହେଁ । ନଚେତ ପାପ ଲାଗିବା ସହିତ ଉପବାସ ଗ୍ରହଣୀୟ ହୋଇ ନଥାଏ । ସୋମବାର ଦିନ କାହାକୁ ଅପଶବ୍ଦ କିମ୍ବା ଗାଳି ଗୁଲଜ କିମ୍ବା ମାନସିକ ନିର୍ଯାତନା ଦେବା ଭଳି କାମ କରନ୍ତୁ ନାହିଁ । ନଚେତ ମହାଦେବଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ ।
ଉପବାସ ଦିନ ଦୁଇ ସମୟ ଅର୍ଥାତ ସକାଳୁ ଏବଂ ସନ୍ଧ୍ୟା ସମୟରେ ମହାଦେବଙ୍କ ସାମ୍ନାରେ ବସି ଆରତୀ କରିବା ଉଚିତ । ଧୂପ , ଦୀପ ଏବଂ ଜଳ ଅର୍ପଣ କରନ୍ତୁ । ଅଳ୍ପ କଞ୍ଚା କ୍ଷୀର ଏବଂ ପଞ୍ଚାମୃତ ଦ୍ୱାରା ଅଭିଷେକ କରନ୍ତୁ । ଦହି ଚିନି କ୍ଷୀର ଦ୍ୱାରା ଅଭିଷେକ କରନ୍ତୁ । ମୌସୁମୀ ଫଳ ଭୋଗ ଆକାରରେ ଚଢାନ୍ତୁ । ସୋମବାର ଦିନ ଶିବ ମନ୍ଦିର ନିଶ୍ଚିତ ଯାଇ ନଡ଼ିଆ ଫଟାନ୍ତୁ । ସୋମବାର ଦିନ ଆଦୋୖ ମିଛ କୁହନ୍ତୁ ନାହିଁ ।
ନଚେତ ମହାଦେବଙ୍କ ପ୍ରକୋପର ସାମ୍ନା କରିବାକୁ ପଡ଼ିପାରେ । ପୂଜା ଏବଂ ଭୋଗ ଆକାରରେ ମହାଦେବଙ୍କୁ ଧୁତୁରା , ବେଲପତ୍ର , ଫଳ ଆଦି ଚଢ଼ାଇ ଦିଅନ୍ତୁ ମାତ୍ର ତୁଳସୀ ପତ୍ର ଭୁଲରେ ବି ଚଢାନ୍ତୁ ନାହିଁ । ନଚେତ ମହାଦେବଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିଥାଏ । ପୁରା ପରିବାର ସହିତ ସନ୍ଧ୍ୟା ସମୟରେ ଆରତୀ କରିବା ବେଳେ ସମସ୍ତେ ମିଶି ତାଳି ମାରି ଆରାଧନା ଏବଂ ଆରତୀ କରିବା ଉଚିତ । ଏହାଦ୍ବାରା ଏକତା ଆସିଥାଏ ।