19 ଡିସେମ୍ବର ସୋମବାର ” ସଫଳା ଏକାଦଶୀ ” ତୁଳସୀ ରେ ବାନ୍ଧି ଦେବେ ଏହି 1 ଜିନିଷ କ୍ଷଣ କରେ ଚମକି ଯିବ ଭାଗ୍ୟ |

ପୌଷ ମାସ ର ଶୁକ୍ଲପକ୍ଷର ଏକାଦଶୀ କୁ ” ସଫଳା ଏକାଦଶୀ ” କୁହାଯାଏ | ଏବଂ ହିନ୍ଦୁ ଧର୍ମ ରେ ଏକାଦଶୀ ତିଥି ଭଗବାନ ବିଷ୍ଣୁ ଙ୍କୁ ସମର୍ପିତ ଅଟେ | ଏହି ଦିନ ଭଗବାନ ବିଷ୍ଣୁ ଙ୍କ ପୂଜା କରାଯାଏ ଏବଂ କିଛି ଉପାୟ ମଧ୍ୟ କରାଯାଏ, ଯାହା ଦ୍ୱାରା ସୁଖ ସୌଭାଗ୍ୟ ବଢିଥାଏ ଏବଂ ମନୋବାଞ୍ଛା ପୂର୍ଣ୍ଣ ହୁଏ | ତେବେ ଏହା ହେଉଛି ବର୍ଷ ର ଅନ୍ତିମ ଏକାଦଶୀ 19 ଡିସେମ୍ବର 2022 ସୋମବାର | ଯଦି ଏହି ଦିନ ଭଗବାନ ଶ୍ରୀହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଙ୍କୁ ବିଧି ବିଧାନ ରେ ପୂଜା କରଯାଏ ତେବେ ସମସ୍ତ ସଙ୍କଟ ରୁ ମୁକ୍ତି ମିଳେ | ତେବେ ଆସନ୍ତୁ ଜାଣିବା ପୂଜା ର ବିଧି କଣ, ଶୁଭ ମୁହୂର୍ତ୍ତ କଣ ଏବଂ ଉପାୟ କଣ କରିବା?

” ସଫଳା ଏକାଦଶୀ ” ଶୁଭ ମୁହୂର୍ତ୍ତ, ଅମୃତ ବେଳା, ଶୁଭ ବେଳା? –

ଏହି ବର୍ଷ ସଫଳା ଏକାଦଶୀ ର ଆରମ୍ଭ 19 ଡିସେମ୍ବର ସୋମବାର ଦିନ ସକାଳ 3 ଟା ବାଜି 32 ମିନିଟ କୁ ହେଉଛି | ଏବଂ ଏହାର ସମାପ୍ତି 20 ଡିସେମ୍ବର ମଙ୍ଗଳବାର ଦିନ ସକାଳ 2 ଟା ବାଜି 32 ମିନିଟ ରେ ହେବ | ବ୍ରତ ପାଳନ ଆପଣ 19 ଡିସେମ୍ବର ସକାଳ 8 ଟା ବାଜି 15 ମିନିଟ ରୁ 9 ଟା ବାଜି 16 ମିନିଟ ଭିତରେ କରନ୍ତୁ | ତେବେ ଯଦି ଆମେ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ କହିବା ତେବେ ଅମୃତ ବେଳା ହେଉଛି ସକାଳ 7 ଟା ବାଜି 19 ମିନିଟ ରୁ ସକାଳ 8 ଟା ବାଜି 29 ମିନିଟ ହେବ | ଏହା ସହିତ ସକାଳ 9 ଟା ବାଜି 11 ମିନିଟ ରୁ 11 ଟା ବାଜି 29 ମିନିଟ ଶୁଭ ମୁହୂର୍ତ୍ତ ରହିଛି | ଶୁଭ ବେଳା ଅପରାହ୍ନ 2 ଟା ବାଜି 29 ମିନଟ ରୁ ସନ୍ଧ୍ୟା 5 ଟା ବାଜି 45 ମିନିଟ ଯାଏଁ ରହିବ |

କିପରି କରିବେ ପୂଜା?

ସକାଳୁ ଶୀଘ୍ର ଉଠି ସ୍ନାନ କରନ୍ତୁ, ଭଗବାନ ଶ୍ରୀହରି ବିଷ୍ଣୁ ଙ୍କ ସହ ମା ଲକ୍ଷ୍ମୀ ଙ୍କ ପୂଜା କରନ୍ତୁ | ତାଙ୍କୁ ପୁଷ୍ପ ମାଳା ଧୂପ ଦୀପ ଅର୍ପଣ କରନ୍ତୁ | ଏହି ଦିନ ଆପଣ ଉପବାସ କରିପାରିବେ କିମ୍ବା ଫଳ ବି ଖାଇପାରିବେ | ଏହି ଦିନ ନିରାମିଷ ଖାଦ୍ୟ ଖାଇବା ଉଚିତ ହୋଇ ଥାଏ | ମାଂସ, ମଦ, ଅଣ୍ଡା, ପିଆଜ, ରଶୁଣ ଇତ୍ୟାଦି ର ସେବନ କରନ୍ତୁ ନାହିଁ | ଏହି ଦିନ ଭାତ ବିଲକୁଲ ବି ଖାଇବେ ନାହିଁ, ଏବଂ ହଳଦିଆ, କମଳା ଏହା ସହ ହାଲକା ରଙ୍ଗର କପଡା ବ୍ୟବହାର କରନ୍ତୁ | ଏହା ସହ ଯଦି ଆପଣ ବ୍ରତ କରୁଛନ୍ତି ତେବେ ପାଉଁଶିଆ ରଙ୍ଗ, ନୀଳ ଏବଂ ଗଭୀର ରଙ୍ଗର କପଡା ବିଲକୁଲ ବି ପିନ୍ଧନ୍ତୁ ନାହିଁ | ଏହି ଦିନ ଏକାଦଶୀ କଥା ମଧ୍ୟ ଶୁଣନ୍ତୁ ଏହା ଦ୍ୱାରା ମନ ଶାନ୍ତ ରହିଥାଏ | ଏବଂ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହୁଏ |

ଏକାଦଶୀ ରେ କରନ୍ତୁ ତୁଳସୀର ଏହି ଉପାୟ ;

– ବନ୍ଧୁଗଣ ଧ୍ୟାନ ରଖନ୍ତୁ ଏହି ଦିନ ତୁଳସୀ କୁ ଛୁଇଁବା କିମ୍ବା ଜଳ ଅର୍ପଣ କରିବା ଉଚିତ ନୁହେଁ | କିନ୍ତୁ ଏହି ଦିନ ସନ୍ଧ୍ୟା ସମୟ ରେ ତିଲ ର ତେଲ ରେ ତୁଳସୀ ମୂଳରେ ଗୋଟିଏ ଦୀପ ନିଶ୍ଚିନ୍ତ ଜଳାନ୍ତୁ | ଏହା ସହ କୌଣସି ମିଠା ବସ୍ତୁ ସହ ତୁଳସୀ ପତ୍ର ମିଶାଇ ଭଗବାନ ବିଷ୍ଣୁ ଙ୍କୁ ଅର୍ପଣ କରନ୍ତୁ | ପୂଜା କରିବା ସମୟ ରେ ଓଁ ନମଃ ଭଗବତେ ବାସୁ ଦେବାୟ ଏହି ମନ୍ତ୍ର ପାଠ କରନ୍ତୁ | ଏହା ଦ୍ୱାରା ଆପଣଙ୍କ ଗୁରୁ ଗ୍ରହ ସଠିକ ହୋଇଥାନ୍ତି |ଏହି ଦିନ ଦୀପ ରେ ଗୋଟିଏ ଲବଙ୍ଗ ରଖି ଜଳେଇବା ଦ୍ୱାରା ଆପଣଙ୍କ ମନୋକାମନା ପୂର୍ଣ୍ଣ ହୋଇଥାଏ |

ଏକାଦଶୀ ରେ ଏହି ଉପାୟ ଆପଣଙ୍କ ଭାଗ୍ୟ ଚମକେଇ ଦେବ ;

– ଯଦି ଆପଣଙ୍କ ଚାକିରୀ, ବ୍ୟବସାୟ, ଘର ପରିବାର ରେ କୌଣସି ସମସ୍ୟା ରହିଛି ତେବେ ଏହି ଉପାୟ ନିଶ୍ଚିନ୍ତ କରନ୍ତୁ | ଏହି ଦିନ ସିନ୍ଦୁର ଏବଂ ତେଲ ନେଇ କୌଣସି ବି ପାଖରେ ଥିବା ମନ୍ଦିର କୁ ଯାଆନ୍ତୁ ଏବଂ ସେହି ମନ୍ଦିରର କାନ୍ଥ ରେ ଓଲଟା ସ୍ୱସ୍ତିକ ଚିହ୍ନ ବନାନ୍ତୁ | ଏହା ସହ ଭଗବାନ ଙ୍କୁ ପ୍ରଣାମ କରି ନିଜର ମନୋକାମନା ଏବଂ ସମସ୍ୟା ବିଷୟ ରେ ଜାଣନ୍ତୁ | ଏହିପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ମନୋସ୍କାମନା ପୂର୍ଣ୍ଣ ହେବ |

– ଏହି ଦିନ ଭଗବାନ ଶ୍ରୀହରି ଙ୍କୁ ପୂଜା କରିବା ସମୟ ରେ ଗୋଟିଏ ମୁଦ୍ରା ନିଶ୍ଚିନ୍ତ ଅର୍ପଣ କରନ୍ତୁ | ଏହା ସହ ଆପଣ ତୁଳସୀ ପତ୍ର ରେ ଶ୍ରୀଂ ଲେଖନ୍ତୁ ଏବଂ ଏହା କୁ ରାତିରେ ଶୋଇବା ସମୟ ରେ ନିଜ ମଥା ରେ କିମ୍ବା ନାଭି ଅବା ତକିଆ ତଳେ ରଖି ସୁଅନ୍ତୁ | ଏହା ପରେ ପରଦିନ ସକାଳେ ଏହାକୁ ମାଟି ତଳେ ପୋତିଦିଆନ୍ତୁ | ଏହି ପରି କରିବା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୁଃଖ କଷ୍ଟ ଦୂର ହୋଇଯିବ |

– ଏହି ଦିନ ତୁଳସୀ ଗୋଟିଏ ରେଶମୀ ସୁତା ନିଶ୍ଚନ୍ତ ବାନ୍ଧନ୍ତୁ ନିଜର ମନୋସ୍କାମନା ପୂର୍ଣ୍ଣ ହେବ | ଏହା ସହ ଏହି ଦିନ ଭଗବାନ ଶ୍ରୀହରି ଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ | ଏହା ସହ ଏହି ଦିନ ବେଲ ଗଛ ତଳେ ଦୀପ ଜାଳିବା ଦ୍ୱାରା ଜୀବନ ର ସମସ୍ତ ଦୁଃଖ କଷ୍ଟ ଏବଂ ଦୁର୍ଭାଗ୍ୟ ଦୂର ହୋଇଥାଏ | ଏହା ସହ ପିତୃ ପୁରୁଷ ଙ୍କ ଆତ୍ମା ଙ୍କୁ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ |

Leave a Reply

Your email address will not be published. Required fields are marked *