ଚାକିରୀ ଆଉ ବ୍ୟାପାର ଉଭୟରେ ବହୁତ ଉନ୍ନତି ହେବ ବାସ ଟିକିଏ ଗୁଡ ତାପରେ ଦେଖିବେ କେମିତି ଘରେ ବରଷିବ ଛପର ଫଡ଼ା ଧନ ଦୌଲତ..

ଆଜି ଆମେ ଗୁଡର ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାର ସିଧା ସମ୍ବଦ୍ଧ ମଙ୍ଗଳ ଏବଂ ସୂର୍ଯ୍ୟ ସହ ରହିଛି | ଏହି ଉପାୟରେ କୌଣସି କ୍ଷତି ହେବ ନାହିଁ କିନ୍ତୁ ଫାଇଦା ତ ନିଶ୍ଚିନ୍ତ ହେବ | ଆଜି ଆମେ ଆପଣଙ୍କୁ ଗୁଡ଼ର ଏକ ଛୋଟିଆ ଉପାୟ ବିଷୟରେ କହିବୁ,ଯାହା ଆଖୁରୁ ତିଆରି ହୋଇଥାଏ | ଏହି ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ | ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଅନୁସାରେ ଗୁଡ଼ର ସେହି ଛୋଟ ପ୍ରୟୋଗ ବିଷୟରେ..

ତେବେ ବନ୍ଧୁଗଣ ଅନେକ ଥର ଦେଖାଯାଏ କି ଆପଣ ଙ୍କର ଛୋଟ ମୋଟା ଦୁର୍ଘଟଣା, ଖଣ୍ଡିଆ ହୋଇଯାଇଥାଏ | ଏହିପରି ହେବାର କାରଣ ଆପଣଙ୍କ ମଙ୍ଗଳ ଗ୍ରହ ହୋଇଥାନ୍ତି | ତେବେ ଆପଣ ଏହି ବିପତ୍ତି ରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଦିନ ହନୁମାନ ଜୀ ଙ୍କୁ ଗୁଡ ଅର୍ପଣ କରନ୍ତୁ | ଆପଣଙ୍କର ସବୁ ଦୁର୍ଘଟଣା ଜନିତ ସମସ୍ୟାର ସମାଧାନ ହୋଇଯିବ |

ଯଦି ଆପଣଙ୍କ କୁଣ୍ଡଳୀ ରେ ଶନିଦେବ ଙ୍କ ପିତା ସୂର୍ଯ୍ୟ ଦେବ କମ୍ ଯୋର ଥାନ୍ତି ତେବେ ଆପଣଙ୍କୁ ରୋଗ, ବ୍ୟାଧି ହୋଇଥାଏ | ତେବେ ଏହିପରି ପରିସ୍ଥିତିରେ ଆପଣ ଗୁଡ଼ ନିଅନ୍ତୁ ଏବଂ ଏହାକୁ ଗହମ ରେ ମିଶେଇ ପାଖ ରେ କୌଣସି ମନ୍ଦିରରେ ଶନିବାର ଦେଇ ଆସନ୍ତୁ କିମ୍ବା ଓସ୍ତ ଗଛ ମୂଳେ ରଖି ଆସନ୍ତୁ ଆପଣଙ୍କର ଶନିଦେବ ଶାନ୍ତ ହେବେ ଏବଂ ଆପଣ ଆରୋଗ୍ୟ ଲାଭ କରିବେ |ଏଥି ସହିତ ଆପଣ ସକାଳୁ ଖାଦ୍ୟରେ ଗୁଡ ମଧ୍ୟ ଖାଇପାରିବେ ଶରୀର ପାଇଁ ଗୁଡ ଭଲ ହୋଇଥାଏ |

ବନ୍ଧୁଗଣ ଭୂମି ସହ ମଧ୍ୟ ସୂର୍ଯ୍ୟ ଏବଂ ଶନିଙ୍କର ପ୍ରଭାବ ରହିଥାଏ, ତେଣୁ ଏହିପରି ପରିସ୍ଥିତିରେ ଆପଣ ହଜାରେ ଚେଷ୍ଠା କଲା ପରେ ମଧ୍ୟ ଆପଣଙ୍କ ଘର କିମ୍ବା ଜମି କିଣିପାରୁନାହାନ୍ତି, ତିଆରି କରିପାରୁନାହାନ୍ତି | ତେବେ ଏହି ଛୋଟ ପ୍ରୟୋଗ କରନ୍ତୁ
ରବିବାର ଦିନ କୌଣସି ଏକ ଗାଈକୁ ଗୁଡ ଖାଇବାକୁ ଦିଅନ୍ତୁ | ଏହା କରିବା ଦ୍ଵାରା ଆପଣଙ୍କୁ ଭୂମି ପ୍ରାପ୍ତ ହୋଇଥାଏ | ତେବେ ରବିବାର ଦିନ ଘର ପୋଛା ଲଗେଇବା ସମୟ ରେ ପାଣି ରେ ଲୁଣ, ଫିଟିକିରି ପକେଇ ପୋଛା ଲଗାନ୍ତୁ | ଆପଣଙ୍କୁ ଧନ ପ୍ରାପ୍ତି ହେବ

ତେବେ କେବେ କେବେ ଆପଣଙ୍କ ପାଖ ରେ ଧନର ଅଭାବ ହୋଇଥାଏ | ଯେତେ ରୋଜଗାର କଲେ ମଧ୍ୟ ଆପଣଙ୍କ ଖର୍ଚ ହୋଇଯାଏ | ଧନ ସଂଚୟ କରିପାରୁ ନାହାନ୍ତି ତେବେ ଏହି ଛୋଟ ଉପାୟ କରନ୍ତୁ ବହୁତ ପ୍ରଭାବଶାଳୀ ଅଟେ | କୌଣସି ରବିବାର ଦିନ 7ଟି ଛୋଟ ଛୋଟ ଗୁଡ ଖଣ୍ଡ, ହଳଦିଆ କପଡା ଏବଂ ସାତୋଟି ହଳଦୀ ଗଣ୍ଠି କୁ ଏକତ୍ର ବାନ୍ଧି ଦିଅନ୍ତୁ | ଏବଂ ନିଜ ମନସ୍କାମନା କହି ଏହାକୁ କୌଣସି ରେଳ ଟ୍ରକ କିମ୍ବା ରାସ୍ତାରେ ଫିଙ୍ଗି ଦିଅନ୍ତୁ | ଅଳ୍ପ ଦିନରେ ଆପଣଙ୍କୁ ଧନ ପ୍ରାପ୍ତି ହେବ |

ତେବେ ବନ୍ଧୁଗଣ ଧନର ଅଭାବ ରୁ ବଂଚିବା ପାଇଁ ନିୟମିତ ଗୁଡ଼ର ଏହି ପ୍ରୟୋଗ କରନ୍ତୁ | ଯଦି ଆପଣ କେଉଁଠି ଋଣ ଆଣିଛନ୍ତି କିମ୍ବା ରୋଜଗାର ଯେତେ କରୁଛନ୍ତି ଖର୍ଚ ହେଇଯାଉଛି | ଧନର ଅଭାବ ସବୁବେଳେ ରହୁଛି ତେବେ ଏମିତି ପରିସ୍ଥିତିରେ ଆପଣ ହନୁମାନ ଜିଙ୍କୁ ମଙ୍ଗଳବାର ଦିନ ଗୁଡ଼ ଅର୍ପଣ କରନ୍ତୁ ସବୁ ସମସ୍ୟାର ସମାଧାନ ହୋଇଯିବ |

ଆପଣ ଜାଣିଛନ୍ତି କି ମଙ୍ଗଳ ଗ୍ରହର ପ୍ରଭାବ ଭାଇ ଭଉଣୀ ସହ ରହିଥାଏ,ସମ୍ପର୍କ ରେ ଅନେକ ସମସ୍ୟା ଆସିଥାଏ | ଏହାକୁ ଦୂର କରିବା ପାଇଁ ଆପଣ ଗୁଡ଼ ର ଏହି ଛୋଟ ପ୍ରୟୋଗ କରିପାରିବେ | ରବିବାର ଦିନ ସୂର୍ଯ୍ୟ ଙ୍କୁ ଗୁଡ ଦାନ କରନ୍ତୁ ଦେଖିବେ ସମ୍ପର୍କ ରେ ମଧୁରତା ଆସିବ | ଏବଂ ସବୁ ରବିବାର ଦିନ ଗାଈ କୁ ରୁଟି ଏବଂ ଗୁଡା ଖାଉବାକୁ ଦିଅନ୍ତୁ ସବୁ ସମସ୍ୟାରେ ସମାଧାନ ହୋଇଯିବ |

ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଚାକିରୀ କ୍ଷେତ୍ର ରେ କୌଣସି ଅସୁବିଧା ହେଉଛି | କିମ୍ବା ରୋଜଗାର କରିବାକୁ ଚେଷ୍ଠା କରିଲା ପରେ ମଧ୍ୟ ଯଦି ଆପଣଙ୍କୁ କୌଣସି ରୋଜଗାର ପନ୍ଥା ଦେଖା ଯାଉନାହିଁ | ତେବେ ଏହି ଭଳି ପରିସ୍ଥିରେ ଆପଣ ମଙ୍ଗଳା ବାର ଦିନ ହନୁମାନ ଜି ଙ୍କୁ ଗୁଡ ଅର୍ପଣ କରନ୍ତୁ ଆପଣଙ୍କ ସବୁବେଳେ ସମସ୍ୟା ଦୂର ହେବ |

Leave a Reply

Your email address will not be published. Required fields are marked *