ପାଉଁଜି ଏବଂ ଝୁଣ୍ଟିଆ ସ୍ବାମୀଙ୍କ ଜୀବନରେ ଆଣି ଥାଏ ଦୁଃଖକଷ୍ଟ। ଜାଣନ୍ତୁ ସେହି ବିଷୟରେ ବିସ୍ତାର ରୂପରେ –

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଗୋଡ଼ ମୁଦି ଓ ପାଉଁଜି କେଉଁ ପ୍ରକାର ବ୍ୟବହାର କରିବା ଆବଶ୍ୟକ। ଜ୍ୟୋତିଷ ଶାସ୍ତ୍ରରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବାର ଅନେକ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଭାରତୀୟ ମହିଳା ମାନଙ୍କର ବେଶ ଭିନ୍ନ ପ୍ରକାରର ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳା ମାନେ ବିବାହ ପରେ ଷୋହଳ ଶୃଙ୍ଗାର ପିନ୍ଧି ଥାଆନ୍ତି। ସେଥିମଧ୍ୟରୁ ପାଉଁଜି ଓ ଝୁଣ୍ଟିଆ ଅନ୍ୟତମ। ମହିଳା ମାନେ ଏହି ଦୁଇଟି ଜିନିଷକୁ ଭୁଲ ଭାବରେ ବ୍ୟବହାର କଲେ, ତାଙ୍କ ଜୀବନ ଉପରେ ସଙ୍କଟ ମାଡି ଆସିଥାଏ। ତେବେ ଆସନ୍ତୁ ଜାଣିବା ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିଲେ କିପରି ଲାଭ ବା କ୍ଷତି ମିଳିଥାଏ, ଆସନ୍ତୁ ଜାଣିବା।

ବିବାହ ପରେ ମହିଳା ମାନେ ନିଜର ପାଉଁଜି ଓ ଝୁଣ୍ଟିଆ ବା କୌଣସି ଶୃଙ୍ଗାର ଅନ୍ୟମାନଙ୍କୁ ପିନ୍ଧିବାକୁ ଦିଅନ୍ତୁ ନାହିଁ। କାରଣ ଏଭଳି କରିବା ଦ୍ୱାରା ଆପଣଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟ ଓ ଆୟୁଷ ଉପରେ ପ୍ରଭାବ ପଡିଥାଏ। ଏହାସହିତ ଘରେ କଳି ଝଗଡା ଓ ବାଦବିବାଦ ଲାଗି ରହିଥାଏ। ଏଭଳି ମାନ୍ୟତା ରହିଛି କି, ଯେଉଁ ମହିଳାଙ୍କ ପାଉଁଜିରୁ ଘୁଙ୍ଗୁର ଶବ୍ଦ ଶୁଣା ଯାଇ ନଥାଏ, ତାହେଲେ ଅଶୁଭ ପରିଣାମ ଭୋଗିବାକୁ ପଡ଼ିଥାଏ।

ତେଣୁ ସର୍ବଦା ପାଉଁଜି ଓ ଝୁଣ୍ଟିଆ ଭାଙ୍ଗି ଗଲେ ତାକୁ ତୁରନ୍ତ କାଢି ନୂଆ ପିନ୍ଧନ୍ତୁ। ଯଦି ଆପଣଙ୍କୁ କେବେବି ରାସ୍ତାରେ ଝୁଣ୍ଟିଆ ଓ ପାଉଁଜି ଦେଖୁଛନ୍ତି ତାହେଲେ ଏହାକୁ କେବେବି ଘରକୁ ଆଣନ୍ତୁ ନାହିଁ। ନଚେତ ଏହା ଆପଣଙ୍କ ଘରକୁ ବର୍ବାଦ କରି ଦେଇପାରେ। ଏହାସହିତ ନକାରାତ୍ମକ ଶକ୍ତି ଆପଣଙ୍କ ଘରକୁ ପ୍ରବେଶ କରିପାରେ।

ଏବେ ଆସନ୍ତୁ ଜାଣିବା ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ଵାରା କେଉଁ ପ୍ରକାରର ଲାଭ ମିଳିଥାଏ। ପ୍ରତ୍ୟେକ ବିବାହିତ ମହିଳା ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ଵାରା ଅଧିକ ସୁନ୍ଦର ଓ ଆକର୍ଷକ ଦେଖା ଯାଇଥାନ୍ତି। ଏହାସହିତ ତାଙ୍କ ସ୍ଵାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ପାଉଁଜିର ଧ୍ଵନି ଘରର ନକାରାତ୍ମକ ଶକ୍ତିକୁ ଦୂର କରି ଦେଇଥାଏ।

Leave a Reply

Your email address will not be published. Required fields are marked *