ରାତିରେ ଶୋଇବା ପୂର୍ବରୁ ଭଗବାନଙ୍କୁ ୧୧ ଥର କହି ଦିଅନ୍ତୁ ଏପରି , ରାତାରାତି ଚମକିବ ଭାଗ୍ୟ :-

ରାତିରେ ଶୋଇବା ସମୟରେ ମନୁଷ୍ୟର ବାହ୍ୟ ଶରୀର କେବଳ ଶୋଇଥାଏ କିନ୍ତୁ ଅବଚେତନ ଶରୀର ଏବଂ ସୂକ୍ଷ୍ମ ଶରୀର ଜାଗ୍ରତ ଅବସ୍ଥାରେ ଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ରାତିରେ ଶୋଇବା ପୂର୍ବରୁ କେଉଁ ଶବ୍ଦ ଏଗାର ଥର କହିବା ଦ୍ୱାରା ଭଗବାନ ପ୍ରସନ୍ନ ହୁଅନ୍ତି ଏବଂ ରାତାରାତି ଚମତ୍କାର ହୋଇଥାଏ ।

ବାହ୍ୟ ଶରୀର ଦ୍ୱାରା ମନୁଷ୍ୟ କେବଳ ବାହ୍ୟ ଜିନିଷ ଏବଂ ବାହ୍ୟ କାର୍ଯ୍ୟ କଳାପକୁ ଅନୁଭବ କରିପାରେ । କିନ୍ତୁ ରାତିରେ ଶୋଇବା ପୂର୍ବରୁ କିଛି ଭଗବାନଙ୍କୁ କଣ ପ୍ରାର୍ଥନା କଲେ ନିଦ ଭଲ ଆସିବା ସହିତ ଭୂତ ପ୍ରେତ ଆତ୍ମାର ଚିନ୍ତାଧାରା ମଧ୍ୟ ଦୂରେଇ ଯାଏ । ସେହି ବିଷୟରେ କହିବୁ । ରାତିରେ ସ୍ୱାମୀ ସ୍ତ୍ରୀ ଶୋଇବା ସମୟରେ କିଛି ନିୟମ ମାନି ନେବା ଉଚିତ ।

ଦାମ୍ପତ୍ୟ ଜୀବନରେ ଭଲ ତାଳ ମେଳ ରହିବା ପାଇଁ ସ୍ତ୍ରୀକୁ ସର୍ବଦା ସ୍ୱାମୀର ବାମ ପାର୍ଶ୍ଵରେ ଶୋଇବା ଉଚିତ । ସ୍ୱାମୀକୁ ସ୍ତ୍ରୀ ର ସବୁବେଳେ ଡାହାଣ ଦିଗରେ ଶୋଇବା ଉଚିତ । ସ୍ତ୍ରୀକୁ ସ୍ୱାମୀର ବାମ ଅଙ୍ଗ କୁହାଯାଉଥିବା ବେଳେ ସ୍ୱାମୀକୁ ସ୍ତ୍ରୀର ଡାହାଣ କୁହାଯାଇ ଥାଏ । ଯାହାଦ୍ୱାରା ପାରିବାରିକ ଜୀବନରେ ସନ୍ତୁଳନ ବଜାୟ ରହିଥାଏ । ମନୁଷ୍ୟକୁ ସର୍ବଦା ଉତ୍ତର ଦିଗକୁ ମୁହଁ କରି ଶୋଇବା ଉଚିତ ।

ବିଦ୍ୟାର୍ଥୀ କିମ୍ବା ବ୍ୟବସାୟୀ ନିଜର ସ୍ମରଣ ଶକ୍ତି ଦୃଢ଼ କରିବାକୁ ଉତ୍ତର ଦିଗକୁ ମୁହଁ କରି ଶୋଇବା ନିତାନ୍ତ ଜରୁରୀ ଅଟେ । ଏହାଦ୍ବାରା ପୂର୍ବରୁ କରିଥିବା ପାପର ପ୍ରାୟଶ୍ଚିତ ହୋଇଥାଏ । ଏହାବ୍ୟତୀତ ଭଗବାନଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଜୀବନରେ ସୁଖ ଶାନ୍ତି ବଜାୟ ରହିଥାଏ ।

ରାତିରେ ଶୋଇବା ପୂର୍ବରୁ ୧୧ ଥର ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ନିଦ ଭଲ ଆସିଥାଏ । ଏହାଦ୍ବାରା ଗଭୀର ନିଦ ଆସିଥାଏ । ମାତ୍ର ଗାୟତ୍ରୀ ମନ୍ତ୍ରକୁ କେବେ ମୁହଁରେ ଜୋରରେ ଜପ କରିବା ଉଚିତ ନୁହେଁ ବରଂ ମନରେ ଜପ କରିବା ଉଚିତ । ଗାୟତ୍ରୀ ଜପ କରିବା ସମୟରେ ଏହି ନିୟମ ମାନିବା ଉଚିତ । ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ଶରୀରରେ ଶକ୍ତି ଆସିଯାଏ । ବ୍ୟକ୍ତିଙ୍କୁ ରାତି ୧୧ଟା ପୂର୍ବରୁ ଶୋଇଯିବା ଉଚିତ । ଏମିତିରେ ତ ରାତି ୯ ପୂର୍ବରୁ ଶୋଇଯିବା ଉଚିତ । କିନ୍ତୁ ସମୟ ନଥିଲେ ରାତି ୧୧ ପୂର୍ବରୁ ନିଶ୍ଚିତ ଶୋଇଯିବା ଉଚିତ ।

ଏହାବ୍ୟତୀତ ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିଯିବା ଉଚିତ । ଏହି ବ୍ୟକ୍ତି ଜୀବନରେ ସଫଳତା ଅର୍ଜନ କରିଥାଏ । ରାତିରେ ଶୋଇବା ପୂର୍ବରୁ ଏବଂ ଶୋଇ ସାରି ସକାଳୁ ଉଠିବା ପରେ ନିଜର ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରିବା ଉଚିତ । ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରି ଶୋଇବା ଦ୍ୱାରା ଗଭୀର ନିଦ ଆସିଥାଏ । ରାତିରେ ଶୋଇବା ପୂର୍ବରୁ ନିଜ ଇଷ୍ଟ ଦେବତାଙ୍କର ୧୧ ଥର ଜପ କରନ୍ତୁ ।

ଏହାପରେ ନିଜର ମନସ୍କାମନା ପୂରଣ କରିବାକୁ ଦ୍ଵିତୀୟରେ ନିଜ ଦ୍ୱାରା ଯେପରି କିଛି ପାପ ନହେଉ ବୋଲି ପ୍ରାର୍ଥନା କରନ୍ତୁ । ତୃତୀୟରେ ଆପଣଙ୍କୁ ଯେପରି ଭଗବାନ ସବୁବେଳେ ସହାୟତା କରନ୍ତୁ , ପଞ୍ଚମରେ ନିଜର ଉନ୍ନତି ହେଉ ବୋଲି ପ୍ରାର୍ଥନା କରନ୍ତୁ । ଏହି ସବୁ ଜପ କରି ଶୋଇବା ଦ୍ୱାରା ନିଦ ଭଲ ଆସିଥାଏ ଏବଂ ଭଗବାନ ମଧ୍ୟ ପ୍ରସନ୍ନ ହୁଅନ୍ତି ।

Leave a Reply

Your email address will not be published. Required fields are marked *