ଶନିବାର ଦିନ ଚୁପଚାପ ଏହି ସ୍ଥାନରେ ରଖି ଦିଅନ୍ତୁ ଫିଟିକିରି , ଦୂର ହେବ ଧନ ସମ୍ବନ୍ଧୀୟ ସମସ୍ୟା :-

ଆଜି ଆମେ ଆପଣଙ୍କୁ କହିବୁ ଯେ କିଛି ସାଧାରଣ ଉପାୟ ଦ୍ୱାରା ମନୁଷ୍ୟର ସବୁ ସମସ୍ୟା ଦୂରେଇ ଯାଏ । ସାଧାରଣ ଦେଖା ଯାଉଥିବା ଫିଟିକିରି ନିଜ ମଧ୍ୟରେ ଅନେକ ନକରାତ୍ମକ ଶକ୍ତିକୁ ଅବଶୋଷିତ କରିବାର କ୍ଷମତା ରଖିଥାଏ । ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଫିଟିକିରି ଦ୍ୱାରା କରାଯାଉଥିବା କିଛି ସହଜ ଉପାୟ ବିଷୟରେ କହିବୁ , ଯାହାକୁ କରିବା ଦ୍ୱାରା ମନୁଷ୍ୟର ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ । ମନୁଷ୍ୟ ଜୀବନରେ ଦୁଃଖ କଷ୍ଟ ଖୁସି ଦୁଃଖ ସବୁକିଛି ଆସିବା ସ୍ୱାଭାବିକ । ମାତ୍ର ମନୁଷ୍ୟକୁୟ ଏସବୁକୁ ଅଣଦେଖା କରି ନିଜକୁ ସଂଯତ ଏବଂ ଖୁସିରେ ବଞ୍ଚିବା ଆବଶ୍ୟକ । ଏହାବ୍ୟତୀତ ମନୁଷ୍ୟ କିଛି କିଛି ଉପାୟକୁ ଆପଣେଇ ନିଏ ତେବେ ତାର ବଞ୍ଚିବାର ରାସ୍ତା ସହଜ ହୋଇଯିବ ।

୧ . ଯଦି ଆପଣ ନିଜ ଘରକୁ କୌଣସି ଖରାପ ନଜର ଠାରୁ ଦୂରେଇ ରଖିବାକୁ ଚାହୁଁଛନ୍ତି ତେବେ ତେବେ ଏକ ଉପାୟକୁ କରିବା ପାଇଁ କୌଣସି ଏକ ସନ୍ଧ୍ୟା ସମୟରେ ଅର୍ଥାତ ସୂର୍ଯ୍ୟାସ୍ତ ପରେ ଘରର ମନ୍ଦିରରେ ଏକ ନାଲି କପଡ଼ା ବିଛାଇ ଦିଅନ୍ତୁ । ସେଥିରେ ଅକ୍ଷତ , ସିନ୍ଦୁର ଏବଂ ଛୋଟ ଫିଟିକିରି ଦାନା ରଖି ଧୂପ ଜଳାଇ ସବୁ ଜିନିଷକୁ ଶୁଦ୍ଧ କରନ୍ତୁ । ବର୍ତ୍ତମାନ ସେହି କପଡ଼ାକୁ ବାନ୍ଧି ସେଥିରେ ଏକ ନାଲି ମୋୖଲି ସୂତା ବାନ୍ଧି ଦିଅନ୍ତୁ । ତାହାକୁ ନେଇ ଘରର ସବୁ କୋଣରେ ଭଲ ଭାବରେ ବୁଲାଇ ଦିଅନ୍ତୁ ଏବଂ ଘରର ମୁଖ୍ୟଦ୍ୱାରର ପଛ ପଟେ ଏକ ଲୁହା କଣ୍ଟା ମାରି ଝୁଲାଇ ଦିଅନ୍ତୁ । ଦେଖିବେ ଅଳ୍ପ କିଛି ଦିନ ମଧ୍ୟରେ ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ । ଏହାସହିତ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିବ ।

୨ . ଯଦି ଆପଣ ଅନେକ ଦିନ ହେବ ବଡ଼ କରଜ ସମସ୍ୟାରେ ରହିଛନ୍ତି କିମ୍ବା ଅତ୍ୟଧିକ ପରିଶ୍ରମ ସତ୍ତ୍ୱେବି ସଫଳତା ପ୍ରାପ୍ତ ହେଉନାହିଁ ତେବେ ଏକ ପାନ ପତ୍ରରେ କିଛି ଫିଟିକିରି ଦାନା ନେଇ ସେଥିରେ ସିନ୍ଦୁର ସିଞ୍ଚି ତାହାକୁ ଏକ ମୋୖଲି ସୂତାରେ ଗୁଡ଼ାଇ ଦିଅନ୍ତୁ । ଏହାପରେ ବୁଧବାର ଦିନ କୌଣସି ଏକ ଅଶ୍ୱତ୍ଥ ବୃକ୍ଷ ତଳେ ଏକ ପଥର ତଳେ ଦବାଇ ଦିଅନ୍ତୁ । ସେଠାରେ ନିଜର ମନସ୍କାମନା କହି ଆଉ ପଛକୁ ନବୁଲି ଘରକୁ ପଳାଇ ଆସନ୍ତୁ । ଏହାଦ୍ବାରା ଆପଣଙ୍କର ଅତି ପୁରୁଣା କରଜ ସମସ୍ୟା ଦୂର ହେବା ସହିତ ସବୁ ପ୍ରକାରର ସଫଳତା ପ୍ରାପ୍ତ ହେବ ।

୩ . ବୈବାହିକ ଜୀବନରେ ସମସ୍ୟା ଥିଲେ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ କିଛି ଫିଟିକିରି ଦାନା ପକାଇ ଶୋଉଥିବା ବେଡ଼ ତଳେ ରଖି ଦିଅନ୍ତୁ । ଏହାପରେ ଆଗାମୀ ଦିନ ସକାଳୁ ଉଠି ସେହି ପାଣିକୁ ଅଶ୍ୱତ୍ଥ ଗଛ ମୂଳରେ ଢ଼ାଳି ଦିଅନ୍ତୁ । ଏହାଦ୍ବାରା ପରିବାରରେ ସୁଖ ଶାନ୍ତି ବଜାୟ ରହିବା ସହିତ ବୈବାହିକ ଜୀବନରେ ମଧ୍ୟ ସୁଖ ଶାନ୍ତି ବଜାୟ ରହିଥାଏ । ଏହି ଉପାୟକୁ ଏକ ମାସ ପର୍ଯ୍ୟନ୍ତ କଲେ ଭଲ ଫଳ ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ କଳା କପଡ଼ାରେ ଫିଟିକିରି ବାନ୍ଧି ରାତିରେ ଶୋଇବା ସମୟରେ ତକିଆ ତଳେ ରଖିଲେ ଖରାପ ସ୍ୱପ୍ନ ଆସିବା ବନ୍ଦ ହୋଇଯାଏ ।

୪ . ବିଶେଷ କରି ବାସ୍ତୁ ଦୋଷ କାରଣରୁ ପରିବାରରେ ସୁଖ ଶାନ୍ତି ସବୁବେଳେ ରହେନାହିଁ । ତେଣୁ ଏପରି ପରିସ୍ଥିତିରେ ଏକ ପାତ୍ରରେ ଫିଟିକିରି ନେଇ ଘରର ବାଥରୁମରେ ଏକ ପରିଷ୍କାର ସ୍ଥାନରେ ରଖି ଦିଅନ୍ତୁ । ପ୍ରତ୍ୟେକ ମାସ ସେହି ଫିଟିକିରିକୁ ବଦଳାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ପରିବାରରେ ଶାନ୍ତି ସୌହାର୍ଦ୍ଦ୍ୟ ବଜାୟ ରହିବ ଏବଂ ଧନ ପ୍ରାପ୍ତି ହେବ ।

୫ . ପ୍ରତ୍ୟେକ ଦିନ ଶୋଇବା ଆଗରୁ ଫିଟିକିରିରେ ଦାନ୍ତ ସଫା କଲେ ଧନ ଲାଭ ହୋଇଥାଏ । ପ୍ରତିଦିନ ପାଣିରେ ଅଳ୍ପ ଫିଟିକିରି ଏବଂ ଲୁଣ ମିଶାଇ ପୋଛା ଲଗାଇଲେ ବାସ୍ତୁ ଦୋଷ ଦୂର ହୋଇଯାଏ । ଯଦି କୌଣସି ବ୍ୟକ୍ତି ନଜର ଦୋଷରେ ପୀଡିତ ତେବେ ସେହି ବ୍ୟକ୍ତିକୁ ବିଛଣାରେ ଶୁଆଇ ଦିଅନ୍ତି ଏବଂ କିଛି ଫିଟିକିରିକୁ ହାତ ମୁଠାରେ ରଖି ପୀଡ଼ିତ ବ୍ୟକ୍ତିର ମୁଣ୍ଡ ପାଖରୁ ଗୋଡ଼ ପର୍ଯ୍ୟନ୍ତ ସାତ ଥର ବୁଲାଇ ଦିଅନ୍ତୁ । ଶେଷରେ ପାଦରେ ସ୍ପର୍ଶ କରାନ୍ତୁ । ଏହାପରେ ତାହାକୁ ନିଆଁରେ ପକାଇ ଦିଅନ୍ତୁ । ଦେଖିବେ ନଜର ଦୋଷ ଦୂର ହୋଇଯିବ । ଯଦି ଛୋଟ ପିଲାଙ୍କୁ ନଜର ଲାଗିଥାଏ ତେବେ ରାତିରେ ତକିଆ ତଳେ ଦୁଇଟି ଫିଟିକିରି ମଙ୍ଗଳବାର କିମ୍ବା ରବିବାର ଦିନ ରଖି ଦିଅନ୍ତୁ । ନଜର ଦୋଷ ଦୂର ହେବା ସହିତ ଖରାପ ସ୍ୱପ୍ନ ମଧ୍ୟ ଆସିବ ନାହିଁ ।

୬ . ଯଦି ପିଲାର ପାଠପଢ଼ାରେ ଆଗ୍ରହ ନଥାଏ ତେବେ ପଢ଼ା ଘରେ ଗୋଟିଏ ଗୋଲାପୀ ଏବଂ ଗୋଟିଏ ଧଳା ଫିଟିକିରି ଏକ କାଚ ପାତ୍ରରେ ରଖନ୍ତୁ । ଏହାଦ୍ବାରା କିଛିଦିନ ପରେ ପିଲାର ପାଠପଢ଼ାରେ ଆଗ୍ରହ ଆସିବ । ଯଦି ଆପଣଙ୍କ ବ୍ୟବସାୟ ଉପରେ ନଜର ଲାଗିଥାଏ ତେବେ କୌଣସି ଶନିବାର ଦିନ ଏକ କଳା କପଡ଼ାରେ ଫିଟିକିରି ବାନ୍ଧି ବ୍ୟବସାୟ କିମ୍ବା ଦୋକାନ ସାମ୍ନାରେ ଝୁଲାଇ ଦିଅନ୍ତୁ । ଏହାଦ୍ବାରା ନଜର ଦୋଷ ଦୂର ହୋଇଯିବ ଏବଂ ଉନ୍ନତି ହେବ ।

Leave a Reply

Your email address will not be published. Required fields are marked *