ମାତା ଲକ୍ଷ୍ମୀ ସ୍ୱୟଂ କହିଛନ୍ତି ଘରର ଏହି ଜାଗା ରେ ଯିଏ ଝାଡୁ ରଖିଥାଏ ମୁଁ ତାକୁ ଗୋଟିଏ ମାସ ରେ କୋଟିପତି ବନେଇ ଦିଏ |

ଆମ ହିନ୍ଦୁ ଧର୍ମ ରେ ଘରକୁ ମନ୍ଦିର ବୋଲି କୁହାଯାଏ ସେଥିପାଇଁ ଆମେ ଘରକୁ ସର୍ବଦା ସଫା ସୁତର ରଖିଥାଉ | ଶାସ୍ତ୍ର ରେ କୁହାଯାଇଛି ଯେଉଁ ଘର ସଫା ନଥାଏ ସେହି ଘରେ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ ସେଥିପାଇଁ ସେହି ଘର ଦରିଦ୍ର ହୋଇଯାଏ | ସେଥିପାଇଁ ସର୍ବଦା ଘରକୁ ସଫା ସୁତର ରଖନ୍ତୁ କାରଣ ଏହା ଦ୍ୱାରା ନକାରାତ୍ମକ ଉର୍ଜା ଘରୁ ବାହାର ହୋଇଯାଏ ଏବଂ ସକାରାତ୍ମକ ଉର୍ଜା ଘରକୁ ପ୍ରବେଶ କରେ |

ରାତି ରେ ଅନେକ ନକାରାତ୍ମକ ଉର୍ଜା ଘରେ ପ୍ରବେଶ କରିଯାନ୍ତି ତେବେ ସୂର୍ଯ୍ୟ ଆସିବା ପୂର୍ବରୁ ଯଦି ଘରକୁ ସଫା କରାଯାଏ ତେବେ ଏହି ନକାରାତ୍ମକ ଉର୍ଜା ଘରୁ ଚାଲିଯାନ୍ତି | ବନ୍ଧୁଗଣ ହିନ୍ଦୁ ଧର୍ମ ର ପ୍ରାଚୀନ ଗ୍ରନ୍ଥ ରେ ଝାଡୁ କୁ ପବିତ୍ର ବୋଲି ବିଶ୍ୱାସ କରାଯାଏ ଏହା ସହ ଝାଡୁ କୁ ମା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି ମଧ୍ୟ ବିଶ୍ୱାସ କରାଯାଏ | ଝାଡୁ ସଫେଇ ର ଅଭିନ୍ନ ଅଙ୍ଗ ହୋଇଥାଏ ଏବଂ ଏହିପରି ଘରେ ମା ଲକ୍ଷ୍ମୀ ବାସ କରନ୍ତି ଯେଉଁ ଘର ସଫା ସୁତୁରା ରହିଥାଏ |

ଯେଉଁ ଘରେ ମଇଳା, ବୁଢିଆଣୀ ଜାଲ, ଅଳିଆ ଆବର୍ଜନା ରହିଥାଏ ଏମିତି ଘରେ ମା ଲକ୍ଷ୍ମୀ କେବେ ବି ପ୍ରବେଶ କରନ୍ତି ନାହିଁ | ଏହି କାରଣ ରୁ ଝାଡୁ କୁ ମା ଲକ୍ଷ୍ମୀ ଙ୍କ ପ୍ରତୀକ କୁହାଯାଏଁ ଏବଂ ଅସନା ମଇଳା କୁ ଅଲକ୍ଷ୍ମୀ କୁହାଯାଏ | ଅଲକ୍ଷ୍ମୀ ମା ଲକ୍ଷ୍ମୀ ବଡ ଭଉଣୀ ଅଟନ୍ତି ଯିଏ କି ମା ଲକ୍ଷ୍ମୀ ଙ୍କର ବିପରୀତ ଅଟନ୍ତି ଯାହା ଙ୍କ ଆଗମନ ଦ୍ୱାରା ଘରେ ଦରିଦ୍ରତା ଆସିଥାଏ | କେବେ କେବେ ଆମେ ଝାଡୁ ସହ କିଛି ଏମିତି ଭୁଲ କରିଦେଉ ଯାହା ଆମ ଗରିବୀ ର କାରଣ ହୋଇଯାଏ |

ଏହି ଭୁଲ ଆମେ ଅଜାଣତ ରେ କରିଥାଉ ଯାହା ପାଇଁ ଆମକୁ ଆର୍ଥିକ ସମସ୍ୟା ପରି ଦଣ୍ଡ ମିଳିଥାଏ | କଣ ଆପଣ ମଧ୍ୟ ଅଜାଣତ ରେ ଏହି ଭୁଲ କରୁଛନ୍ତି କି ତେବେ ଆଜି ଆମେ ଏହି ପୋଷ୍ଟ ରେ ଝାଡୁ ବିଷୟରେ କିଛି ମହତ୍ୱପୂର୍ଣ ତଥ୍ୟ ବିଷୟ ରେ କହିବୁ | ଯାହା ଆପଣ ସାଫ ସଫେଇ କରିବା ସମୟ ରେ ଧ୍ୟାନ ରେ ରଖିବା ଉଚିତ ନହେଲେ ଆପଣଙ୍କ ଘରେ ମା ଲକ୍ଷ୍ମୀ ଙ୍କ ଜାଗାରେ ଅଲକ୍ଷ୍ମୀ ବାସ କରିଯିବେ | ତେବେ ଆସନ୍ତୁ ଜାଣିବା ;

1. ଝାଡୁ କୁ ନଜର ରୁ ଦୂର ରେ ରଖନ୍ତୁ, ଧ୍ୟାନ ରଖନ୍ତୁ ବାହାରୁ ଆସୁଥିବା ଲୋକ ଙ୍କ ନଜର ରେ ଝାଡୁ ରଖିବା ଉଚିତ ନୁହେଁ | ଏହା ଦ୍ୱାରା ଅଫିସ ଏବଂ ବିଜନେସ ରେ ଏହାର ନକାରାତ୍ମକ ପ୍ରଭାବ ପଡିପାରେ | ସେଥିପାଇଁ ଝାଡୁ କୁ ନଜର ରୁ ଲୁଚେଇକି ରଖନ୍ତୁ |

2. ପୁରୁଣା ଝାଡୁ ବ୍ୟବହାର କରିବା ଅଶୁଭ ହୋଇଥାଏ | ଶାସ୍ତ୍ର ରେ ପୁରୁଣା କିମ୍ବା ଖରାପ ଝାଡୁ କୁ ଘରେ କିମ୍ବା ଅଫିସ ରେ ବ୍ୟବହାର କରିବା ଅଶୁଭ ହୋଇଥାଏ | ଏହା ସହ ଝାଡୁ କୁ କେବେ ବି ଛିଡା କରି ରଖନ୍ତୁ ନାହିଁ | ଏହା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିଥାଏ, ଝାଡୁ କୁ ସର୍ବଦା ତଳେ ଶୁଆଇ କି ରଖନ୍ତୁ |

3.ବାସ୍ତୁ ଶାସ୍ତ୍ର ଅନୁଯାଇ ସୂର୍ଯ୍ୟାସ୍ତ ପରେ କିମ୍ବା ରାତି ରେ ଝାଡୁ କରିବା ଉଚିତ ନୁହେଁ | ଏହା ଦ୍ୱାରା ଆର୍ଥିକ ସମସ୍ୟା ଆସିଥାଏ | ଯଦି ରାତିରେ ଝାଡୁ ଲଗେଇବା ଅତ୍ୟନ୍ତ ଜରୁରୀ ହୋଇଥାଏ ତେବେ ଝାଡୁ କରିବା ପରେ ସେହି ଅଳିଆ କୁ ବାହାରେ ଫୋପାଡ଼ନ୍ତୁ ନାହିଁ ଏହାକୁ ସକାଳେ ଘରୁ ବାହାର କରନ୍ତୁ |

4.ଶାସ୍ତ୍ର ଅନୁସାରେ ଘରେ ଝାଡୁ ଲଗେଇବା ର ଶୁଭ ମୁହୁର୍ତ ହେଉଛି ସୂର୍ଯ୍ୟଦୋୟ ର ସମୟ | ଏହି ସମୟ ରେ ଝାଡୁ ଲଗେଇବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି | ଯଦି ସକାଳୁ ଝାଡୁ ନକରି ପାରୁଛନ୍ତି ତେବେ ଦ୍ୱିପ୍ରହର ପୂର୍ବରୁ ନିଶ୍ଚିନ୍ତ ଲଗାନ୍ତୁ | ଏହା ସହ ଶାସ୍ତ୍ର ଅନୁଯାୟୀ ଝାଡୁ କୁ ପାଦ ଲଗେଇବା ଉଚିତ ନୁହେଁ କାରଣ ଝାଡୁ କୁ ଶାସ୍ତ୍ର ଅନୁଯାଇ ମା ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ |

5.ବାସ୍ତୁ ଏକ୍ସପର୍ଟ ଙ୍କ କହିବା ଅନୁଯାଇ ଘରକୁ ଝାଡୁ ଆଣିବାର ବି କିଛି ଖାସ ଦିନ ରହିଥାଏ | କୌଣସି ବି ଦିନ ଝାଡୁ କିଣିବା ଆପଣଙ୍କ ସମସ୍ୟା କୁ ବଢ଼େଇ ପାରେ | ବାସ୍ତୁ ବିଶେଷଜ୍ଞ ଙ୍କ ଅନୁସାରେ ଏହାକୁ ମଙ୍ଗଳବାର, ଶନିବାର, ରବିବାର କୁ କିଣିବା ଶୁଭ ହୋଇଥାଏ | ଏହା ଦ୍ୱାରା ଘରେ ମା ଲକ୍ଷ୍ମୀ ସର୍ବଦା ପାଇଁ ନିବାସ କରିଥାନ୍ତି |

6.ଯଦି ଆପଣଙ୍କୁ ପୁରୁଣା ଝାଡୁ ବାହାର କରିବାର ଥାଏ ଏବଂ ନୂଆ ଝାଡୁ ଆଣିବାର ଥାଏ, ତେବେ କୌଣସି ବି ଦିନ ଫୋପାଡ଼ିବା ବ୍ୟତୀତ ଶନିବାର ଦିନ ହିଁ ଝାଡୁ କୁ ଘରୁ ବାହାର କରିବା ଉଚିତ | ଏହି ଦିନ ଦରିଦ୍ରତା କୁ ଘରୁ ବାହାର କରାଯାଇଥାଏ | କିନ୍ତୁ ଭୁଲ ରେ ବି ଶୁକ୍ରବାର ଦିନ ଝାଡୁ କୁ ଘରୁ ବାହାର କରନ୍ତୁ ନାହିଁ | ଏହି ଦିନ ମା ଲକ୍ଷ୍ମୀ ଙ୍କ ଦିନ ହୋଇଥାଏ | ଏହିପରି କରିବା ଦ୍ୱାରା ଘରକୁ ସମ୍ପନ୍ନତା ଏବଂ ସ୍ଥିରତା ଘରକୁ ଆସିଥାଏ |

7.ନାଲି ବହି ଅନୁଯାଇ ଆପଣ ଘରେ ଯେଉଁ ଦିନ ନୂଆ ଝାଡୁ ଆଣିବେ, ତାହାର ଉପର ଭାଗ ରେ ଧଳା ରଙ୍ଗର ସୁତା ବାନ୍ଧି ଦେବେ | ଏହିପରି କରିବା ଦ୍ୱାରା ମା ଲକ୍ଷ୍ମୀ ଘରେ ସ୍ଥାୟୀ ନିବାସ କରିଥାନ୍ତି | ଏବଂ ମା କେବେ ବି ଘର ଛାଡିକି ଯାଆନ୍ତି ନାହିଁ |

8.ତେବେ ଯଦି ଆପଣଙ୍କ ଉପରେ ଶନି ଙ୍କ ସାଢେ ସାତୀ କିମ୍ବା ମହାଦଶା ଚାଲିଛି, ତେବେ ଶନିବାର ଦିନ ଭୁଲ କରି ବି ଝାଡୁ କିଣନ୍ତୁ ନାହିଁ | ଏହିପରି କରିବା ଦ୍ୱାରା ଶନିଦେବ କ୍ରୋଧିତ ହୁଅନ୍ତି | ଏମିତି ରେ ଆପଣ ରବିବାର ଦିନ ଝାଡୁ କିଣିପାରିବେ ଏବଂ ଶନିବାର ଦିନ ଘରେ ପ୍ରଥମେ ଏହାକୁ ବ୍ୟବହାର କରିନିଅନ୍ତୁ |

Leave a Reply

Your email address will not be published. Required fields are marked *