New Year 2023 : ନୂଆ ବର୍ଷ ରେ ଅଶୋକ ପତ୍ର ରେ କରନ୍ତୁ ଏହି ଉପାୟ,ବଦଳିଯିବ ଭାଗ୍ୟ |

ଆର୍ଥିକ ସମସ୍ୟା ଦୂର କରିବା ପାଇଁ;ନୂଆ ବର୍ଷ ରେ ମନ୍ଦିର କିମ୍ବା କୌଣସି ବଗିଚା ରେ ଥିବା ଅଶୋକ ଗଛର ଚେର କୁ ନେଇକି ଆସନ୍ତୁ ଏବଂ ଏହାର ଚେର କୁ ଧୋଇକି ଭଲ ରେ ଶୁଖେଇବା ପରେ ନିଜ ତୀଜୋରୀ ରେ ରଖିଦିଅନ୍ତୁ | ଜ୍ୟୋତିଷ ମାନ୍ୟତା ଅନୁଯାୟୀ ଏହି ଉପାୟ କୁ କରିବା ଦ୍ୱାରା ତୀଜୋରୀ ସର୍ବଦା ଭରି ରହିଥାଏ, ଏବଂ କେବେ ବି ଆର୍ଥିକ ସମସ୍ୟା ହୁଏ ନାହିଁ |

ଗୃହକ୍ଳେଶ ସମସ୍ୟା ଦୂର କରିବା ପାଇଁ ;

ଯଦି ଆପଣଙ୍କ ଘରେ ବହୁତ ଅଧିକ ମନୋମାଳିନ୍ୟ ର ସ୍ଥିତି ରହିଛି ତେବେ ଏହା ପାଇଁ ଘରର ମୁଖିଆ ଙ୍କୁ ନିଜ ପତ୍ନୀ ଙ୍କ ସହ ନିତ୍ୟ ନିୟମିତ ରୂପ ରେ ଅଶୋକ ଗଛ କୁ ଜଳ ଦେବା ଉଚିତ | ଏହିପରି କରିବା ଦ୍ଵାରା ଗୃହକ୍ଳେଶ ସମାପ୍ତ ହୋଇଥାଏ ଏହା ସହିତ ଘରେ କେବେ ବି ରୋଗ, ଶୋକ ଏବଂ ଦୁର୍ଭାଗ୍ୟ ଆସେ ନାହିଁ |

ଶୀଘ୍ର ବିବାହ ପାଇଁ ;

ଯଦି କୌଣସି କାରଣବଶତ ଆପଣଙ୍କ ବିବାହ ରେ ବାଧା ଆସୁଛି, ତେବେ ନୂଆ ବର୍ଷ ପୂର୍ବ ଦିନ ଏହି ଉପାୟ କୁ ଅବଶ୍ୟ କରନ୍ତୁ | ଅଶୋକ ଗଛର କିଛି ପତ୍ର ଗାଧେଇବା ପାଣି ରେ ମିଶେଇ ଦିଅନ୍ତୁ, ଏହା ପରେ ଏହି ଜଳ ରେ ସ୍ନାନ କରନ୍ତୁ | ପରେ ଏହି ପତ୍ର କୁ ବାହାର କରି କୌଣସି ଓସ୍ତ ଗଛ ପାଖ ରେ ସଫା ସୁତୁରା ସ୍ଥାନ ରେ ରଖିଦିଅନ୍ତୁ | ବହୁତ ଶୀଘ୍ର ଆପଣଙ୍କ ବିବାହର ସମସ୍ୟା ଦୂର ହେବ

ନକାରାତ୍ମକ ଉର୍ଜା ଦୂର କରିବା ପାଇଁ ;

ନୂଆ ବର୍ଷ ର ପ୍ରଥମ ଦିନ ଅଶୋକ ପାତ୍ର କୁ ମାଳା କରି ଘରର ମୁଖ୍ୟ ଦ୍ୱାର ରେ ଟଙ୍ଗେଇ ଦିଅନ୍ତୁ | ତିନି ଚାରି ଦିନ ପରେ ଯେତେବେଳେ ମାଳା ରେ ଲାଗିଥିବା ପତ୍ର ଶୁଖିକି ମଉଳି ଯାଏ ସେତେବେଳେ ଏହି ମାଳା କୁ ବଦଳେଇ ଦିଅନ୍ତୁ | ଲଗାତାର 7 ଥର ଏହି ଉପାୟ କୁ କରିବା ଦ୍ୱାରା ନକାରାତ୍ମକ ଉର୍ଜା ଦୂର ହୋଇଯିବ |

Leave a Reply

Your email address will not be published. Required fields are marked *