ଶ୍ରୀକୃଷ୍ଣ କହିଛନ୍ତି ମରିଯାଇଥିବା ବ୍ୟକ୍ତିର 3 ଜିନିଷ କେବେ ବି ବ୍ୟବହାର କରିବା ଉଚିତ ନୁହେଁ – ଗରୁଡ଼ ପୁରାଣ

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପ୍ରକୃତିର ଏହା ନିୟମ ଅଟେ ଯାହାର ଜନ୍ମ ହୋଇଛି ତାହାର ମୃତ୍ୟୁ ସୁନିଶ୍ଚିତ | ମୃତ୍ୟୁ ଏମିତି ଏକ ସତ୍ୟ ଯାହାକୁ କେହି ବି ଅଣଦେଖା କରିପାରିବେ ନାହିଁ | ମୃତ୍ୟ ଆସିବା ପରେ ମନୁଷ୍ୟକୁ ନିଜ ଶରୀର ତ୍ୟାଗ କରିବାକୁ ପଡିଥାଏ | କୃଷ୍ଣ କହିଛନ୍ତି ମନୁଷ୍ୟର ଏହି ସଂସାର ରେ କିଛି ବି ନିଜର ନୁହେଁ, ଆତ୍ମା ଅମର ଅଟେ ତାକୁ କେହି ବି ମାରିପାରନ୍ତି ନାହିଁ | ସେ ନଜର କର୍ମ ହିସାବରେ ବାରବାର ଜନ୍ମ ହୋଇଥାଏ |

ତେବେ ମଣିଷର ନିଜ ଶରୀର ମଧ୍ୟ ନିଜର ନୁହେଁ, ଯାହା ଭଗବାନଙ୍କୁ ଠାରୁ ଆମକୁ ମିଳିଛି ତାହା ଦିନେ ଦିନେ ବିଲୀନ ହୋଇଯିବ | ତଥାପି ମଣିଷ ଏ ସଂସାରର ଭୌତିକ ମୋହ ରେ ପଡ଼ିଯାଏ, ଯାହାକୁ ସେ ମୃତ୍ୟୁ ପରେ ବି ଛାଡିପାରେ ନାହିଁ | ତେବେ ଭଗବାନ କୁହନ୍ତି ଅନେକ ସମୟ ରେ ମନୁଷ୍ୟ ସେହି ମୋହ ତ୍ୟାଗ କରିପାରେ ନାହିଁ, ଯେଉଁଥି ପାଇଁ ସେ ଏହି ପୃଥିବୀରେ ଘୁରି ବୁଲେ | ମୋହ ତ୍ୟାଗ କରିବା ଯାଏଁ ସେ ଏଠାରୁ ମୁକ୍ତି ପାଇପାରେ ନାହିଁ..

ତେବେ ଏହି ପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ମୃତ୍ୟୁ ପରେ ସେହି ଲୋକର ଜିନିଷ ରଖିନିଅନ୍ତି | ବନ୍ଧୁଗଣ ଗରୁଡ ପୂରାଣ ରେ କୁହାଯାଇଛି ଏହିପରି କିଛି ଜିନିଷ ଯାହାକୁ ରଖିବା ଦ୍ୱାରା ମନୁଷ୍ୟ ଅନେକ ଅସୁବିଧାର ଶିକାର ହୋଇଥାଏ | କାରଣ ମୃତକଙ୍କ ମୋହ ସେହି ଜିନିଷ ରେ ରହିଥାଏ | ତେଣୁ ତାଙ୍କ ଉର୍ଜା ମଧ୍ୟ ସେଥିରେ ଭରି ରହିଥାଏ |

ତେଣୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏବଂ ଗରୁଡ଼ ପୂରାଣ ରେ ମଧ୍ୟ ଉଲ୍ଲେଖ ଅଛି ଏହିପରି କିଛି ଜିନିଷ ରଖିବା ଦ୍ୱାରା ସର୍ବନାଶ ହୋଇଥାଏ | ତେବେ ଆସନ୍ତୁ ଜାଣିବା ସେହି ଜିନିଷ କଣ? ବନ୍ଧୁଗଣ ଗରୁଡ ପୂରାଣ ହିସାବରେ ମୃତକଙ୍କ ଏହି ଜିନିଷ ରଖିବା ଉଚିତ ନୁହେଁ | ରଖିବା ଦ୍ୱାରା ଅନେକ ଦୁଃଖ କଷ୍ଟର ସାମ୍ନା କରିବାକୁ ପଡିପାରେ..

ମୃତକଙ୍କ ଏହି 3ଟି ଜିନିଷ କେବେ ବ୍ୟବହାର କରିବେ ନାହିଁ..

1. ମୃତ ବ୍ୟକ୍ତିଙ୍କ ବସ୍ତ୍ର :- ବନ୍ଧୁଗଣ ଅନେକ ଲୋକ ମୃତ ବ୍ୟକ୍ତିଙ୍କର ପୋଷାକ କୁ ରଖି ବ୍ୟବହାର ମଧ୍ୟ କରିଥାନ୍ତି କିନ୍ତୁ | ବନ୍ଧୁଗଣ ଗରୁଡ ପୁରାଣରେ କୁହାଯାଇଛି ମୃତ ବ୍ୟକ୍ତି ନିଜ ବସ୍ତ୍ର କୁ ବହୁତ ଭଲପାଇଥାନ୍ତି | ମରିବା ପରେ ମଧ୍ୟ ସେଥିରେ ତାଙ୍କ ଉର୍ଜା ଭରି ହୋଇ ରହିଥାଏ | ଆପଣ ସେହି ବସ୍ତ୍ର କୁ ତାଙ୍କ ସ୍ମୃତି ଭାବରେ ସାଇତିକି ରଖିପାରିବେ କିନ୍ତୁ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ |

ସେହି ପୋଷାକରେ ମୃତ ବ୍ୟକ୍ତିର ମୋହ ରହିଥାଏ ଏମିତି ପରିସ୍ଥିତିରେ ଯଦି ଆପଣ ସେହି ବସ୍ତ୍ର କୁ ବ୍ୟବହାର କରୁଛନ୍ତି | ତେବେ ଅନେକ ଅସୁବିଧା ଦେଖା ଦେଇପାରେ | ଆପଣ ତାଙ୍କ ବସ୍ତ୍ର କୁ ନଦୀରେ ଭସେଇ ପାରିବେ, ନଚେତ ଏହାକୁ ତାଙ୍କ ସହ ସ୍ମଶାନ ରେ ଛାଡି ଆସିପାରିବେ | କିନ୍ତୁ ପରିଧାନ କରିବା ଉଚିତ ନୁହେଁ..

2. ମୃତ ବ୍ୟକ୍ତିଙ୍କ ଗହଣା :- ବନ୍ଧୁଗଣ ସମସ୍ତଙ୍କୁ ଗହଣା ର ମୋହ ନିଶ୍ଚିତ ରହିଥାଏ | ମହିଳା ମାନଙ୍କୁ ଗହଣା ବହୁତ ପସନ୍ଦ ହୋଇଥାଏ | ତେବେ ଯଦି ଏମିତି କୌଣସି ଗହଣା ମୃତକଙ୍କ ରହିଛି ସେସବୁ ବ୍ୟବହାର କରିବା ଉଚିତ ନୁହେଁ | କାରଣ ସେଥିରେ ସେହି ମୃତ ବ୍ୟକ୍ତିଙ୍କ ଉର୍ଜା ରହିଥାଏ | ଏହାକୁ ପରିଧାନ କରିବା ଦ୍ୱାରା ସେହି ଆତ୍ମା କୁ ଅନେକ ଯନ୍ତ୍ରଣା ହୋଇଥାଏ ଯାହା ଫଳ ରେ ଆପଣ ମଧ୍ୟ ଅନେକ ଅସୁବିଧା ଭୋଗିଥାନ୍ତି |

ଯଦି ଆପଣ ଏହାକୁ ପରିବର୍ତନ କରି ନୁଆ କରି ପରିଧାନ କରୁଛନ୍ତି ତେବେ କରିହେବ | କିନ୍ତୁ ସେହି ଅବସ୍ଥା ରେ ସେହି ଗହଣା କୁ ବ୍ୟବହାର କରିବା ଉଚିତ ନୁହେଁ | ଗରୁଡ ପୂରାଣ ରେ ଏହାକୁ କୁହାଯାଇଛି ତେବେ ମୃତ ବ୍ୟକ୍ତିଙ୍କ ଗହଣା କୁ ପରିଧାନ କରିବା ଉଚିତ ନୁହେଁ..

3. ମୃତ ବ୍ୟକ୍ତିଙ୍କ ଘଣ୍ଟା :- ବନ୍ଧୁଗଣ ପୋଷାକ ଏବଂ ଗହଣା ବ୍ୟତୀତ ମୃତକଙ୍କ ଘଣ୍ଟାକୁ ମଧ୍ୟ ବ୍ୟବହାର କରିବା ଉଚିତ ହୋଇନଥାଏ | ସେଥିରେ ମୃତକଙ୍କ ମୋହ ଲାଗି ରହିଥାଏ, ଏହାକୁ ବ୍ୟବହାର କରିବା ଦ୍ୱାରା ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ | ଯଦି ସେହି ମୃତ ବ୍ୟକ୍ତି ଆପଣଙ୍କୁ ଉପାହାର ସ୍ୱରୂପ ଦେଇଥାନ୍ତି ତେବେ ଏହାକୁ ବ୍ୟବହାର କରିପାରିବେ | ଯଦି ତାଙ୍କର ଇଛା ରହିଥାଏ କିମ୍ଵା ଜୀବିତ ଅବସ୍ଥା ରେ ଆପଣଙ୍କୁ ଦେଇଥାନ୍ତି ତେବେ ଆପଣ ପରିଧାନ କରିପାରିବେ |

Leave a Reply

Your email address will not be published. Required fields are marked *