କେବଳ ଗୋଟିଏ ତେଜ ପତ୍ର ଏବଂ କର୍ପୂର ନେଇ କରି ଦିଅନ୍ତୁ ଏହି ଉପାୟ , ପୂର୍ଣ୍ଣ ହେବ ସବୁ ମନସ୍କାମନା

ପ୍ରାୟତଃ ସବୁ ରୋଷେଇ ଘରେ ତେଜ ପତ୍ର ନିଶ୍ଚୟ ରହିଥାଏ । ଯାହାକି ମନୁଷ୍ୟର ଭାଗ୍ୟ ବଦଳାଇ ପାରେ । ଏହି ତେଜ ପତ୍ର ସୁଗନ୍ଧରେ ଯେମିତି , ସ୍ଵାଦରେ ମଧ୍ୟ ସେମିତି । ମାତ୍ର ଏହାକୁ ଠିକ ଉପାୟରେ ଉପଯୋଗ କଲେ ମନୁଷ୍ୟର ଭାଗ୍ୟ ମଧ୍ୟ କିଛି ବଦଳି ଯାଏ । ଆଧ୍ୟାତ୍ମିକ କ୍ଷେତ୍ରରେ ତେଜ ପତ୍ରର ଅନେକ ମହତ୍ତ୍ୱ ରହିଛି । ପ୍ରତ୍ୟେକ ବୁଧବାର ଯଦି ଆପଣ ତେଜ ପତ୍ର ନେଇ ଭଗବାନ ଗଣେଶଙ୍କ ନାମ ନେଇ ଅର୍ପିତ କରନ୍ତି ତେବେ ଜୀବନର ସବୁ ସମସ୍ୟା ଦୂରେଇ ଯାଏ ।

ଆପଣ ୨୧ , ୧୧ କିମ୍ବା ୫ ସଂଖ୍ୟାରେ ନେଇ ଏହି ଉପାୟ କରି ପାରିବେ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହିତ ଧନ ଆକର୍ଷିତ ମଧ୍ୟ ହୋଇଥାଏ । ଯଦି ଆପଣଙ୍କ ଘରେ ଲଢ଼େଇ ଝଗଡ଼ା , କଳହ ହେଉଛି ଏବଂ ସବୁବେଳେ ଅଶାନ୍ତି ଦେଖା ଦେଉଛି ତେବେ ତେଜ ପତ୍ର ଏବଂ ଗୋଲମରିଚକୁ ନେଇ ଏକ ସହଜ ଉପାୟ କରି ଦିଅନ୍ତୁ ।

ତେବେ ଶନିବାର ଦିନ ପାଞ୍ଚଟି ତେଜ ପତ୍ର ଏବଂ ପାଞ୍ଚଟି ଗୋଲମରିଚ ନେଇ ନିଆଁରେ ଜାଳି ଦିଅନ୍ତୁ । ଧୂଆଁ ହେଲେ ତାହାକୁ ଘର ସାରା ପ୍ରସାରିତ ହେବାକୁ ଦିଅନ୍ତୁ । ଏହାଦ୍ବାରା ଘରେ ସୁଖ ଶାନ୍ତିର ବାତାବରଣ ଖେଳିଯିବା ସହିତ ଘରୁ ନକରାତ୍ମକତା ମଧ୍ୟ ଦୂରେଇ ଯାଏ । ରାତିରେ ନିଦରେ ଭୟଙ୍କର ସ୍ୱପ୍ନ ଦେଖି ଚମକି ପଡ଼ୁଥିଲେ ଏକ ତେଜ ପତ୍ର ନେଇ ତକିଆ ତଳେ ରଖି ଦିଅନ୍ତୁ ଏବଂ ସକାଳୁ ଉଠି ସେହି ପତ୍ରକୁ ନେଇ କୌଣସି ଗଛ ମୂଳରେ ରଖି ଦିଅନ୍ତୁ । ଏହି ଉପାୟ ପ୍ରତ୍ୟେକ ଦିନ କଲେ ଆଉ ଭୟଙ୍କର ସ୍ୱପ୍ନ ଆସିବ ନାହିଁ । ଯଦି ଆପଣଙ୍କର ବିନା କାରଣରେ ଧନ ହାନୀ ହେଉଛି ଏବଂ ପଇସା ସଞ୍ଚିତ ହେଉନାହିଁ ତେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ନିତାନ୍ତ ଜରୁରୀ ଅଟେ ।

ତେଣୁ ପ୍ରତ୍ୟେକ ଶୁକ୍ରବାର ମାତା ଲକ୍ଷ୍ମୀଙ୍କ ଚରଣରେ ଏକ ତେଜ ପତ୍ର ଅର୍ପିତ କରି କିଛି ସମୟ ପରେ ତାକୁ ଉଠାଇ ନିଜ ପର୍ସରେ ରଖି ଦିଅନ୍ତୁ । ଆଗାମୀ ସପ୍ତାହ ନୂଆ ତେଜ ପତ୍ରକୁ ରଖି ପୁରୁଣା ତେଜ ପତ୍ରକୁ ମାଟିରେ ଦବାଇ ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ସହିତ ଧନ ପ୍ରାପ୍ତିର ଯୋଗ ହେବା ସହିତ ଧନ ପ୍ରାପ୍ତିର ବିଭିନ୍ନ ମାର୍ଗ ଫିଟିଯାଏ ଏବଂ ଧନ ସଞ୍ଚୟ ମଧ୍ୟ ହୋଇଥାଏ ।

ଅନେକ ସମୟରେ ଏପରି ହୋଇଥାଏ ଯେ ଅନେକ ଦିନରୁ ଥିବା ଆପଣଙ୍କ ମନସ୍କାମନା ପୂରଣ ହୋଇପାରେ ନାହିଁ । ତେଣୁ ଏକ ତେଜ ପତ୍ର ନେଇ ସେଥିରେ ସିନ୍ଦୁର , କୁମକୁମ କିମ୍ବା ନାଲି ପେନ ସାହାଯ୍ୟରେ ନିଜର ମନସ୍କାମନାକୁ ଲେଖି ଦିଅନ୍ତୁ । ଏହାପରେ ତାହାକୁ ଠାକୁର ଘରେ କିଛି ସମୟ ରଖି ଦିଅନ୍ତୁ ।

ଆପଣଙ୍କୁ ବହୁତ ଜଲଦି ଏହାର ଫଳ ପାପ୍ତ ହେବ । ଫଳ ପ୍ରାପ୍ତି ପରେ ତାହାକୁ କୌଣସି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ କିମ୍ବା ତାହାକୁ କେଉଁଠି ମାଟିର ଗାଉଁଲାରେ ରଖି ଦିଅନ୍ତୁ । ଯଦି ଆପଣଙ୍କୁ କୌଣସି ସମସ୍ୟା ଅନେକ ଦିନ ହେବ ଚିନ୍ତିତ କରୁଛି ତେବେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଦୀପ ଜାଳିବା ସମୟରେ ଏକ ତେଜ ପତ୍ରରେ ନିଜର ସବୁ ସମସ୍ୟା ଲେଖି ଜଳାଇ ଦିଅନ୍ତୁ ଏବଂ ଆଗାମୀ ଦିନ ତାହାକୁ ଘର ଦ୍ୱାରରୁ ବାହାରକୁ ଫିଙ୍ଗି ଦିଅନ୍ତୁ ।

ଏପରି ପ୍ରତ୍ୟେକ ଦିନ କଲେ ସେହି ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ । ଯଦି ଘରେ ନକରାତ୍ମକ ଶକ୍ତି ଥିବାର ଆଭାସ ହେଉଛି କିମ୍ବା କୌଣସି ନଜର ଦୋଷ ଚିନ୍ତିତ କରୁଛି ତେବେ ସାତୋଟି ତେଜ ପତ୍ର ଏବଂ କିଛି ଲୁଣ ନେଇ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ କୌଣସି ଗଛ ମୂଳରେ ରଖି ଦିଅନ୍ତୁ । ଏହାଦ୍ବାରା ଘରକୁ ସକାରାତ୍ମକତା ପ୍ରବେଶ କରିବା ସହିତ ନଜର ଦୋଷ ମଧ୍ୟ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *