ଦୀପ ପୁରା ସମୟ ଜଳିବା ଏବଂ ଅଧା ଜଳିବା ଦ୍ୱାରା ମିଳିଥାଏ ଏହି ସଙ୍କେତ । ନିଶ୍ଚୟ ଜାଣି ରଖନ୍ତୁ ।

ଘରର ମନ୍ଦିରରେ ପ୍ରତ୍ୟେକ ଦିନ ଦୀପ ଜାଳିବା ଉଚିତ । ଏହାଦ୍ବାରା ଘରର ନକରାତ୍ମକ ଶକ୍ତି ବାହାରି ଯାଏ । ସନ୍ଧ୍ୟା ସମୟରେ ସାଧାରଣତଃ ବାତାବରଣରେ ଅଧିକ ନକରାତ୍ମକତା ଥାଏ । ତେଣୁ ସନ୍ଧ୍ୟା ସମୟରେ ଘିଅ କିମ୍ବା ତେଲ ଦୀପ ଜାଳିବା ଦ୍ୱାରା ସବୁ ନକରାତ୍ମକତା ଦୂରେଇ ଯାଇଥାଏ । ନଚେତ ଘରେ ଅଶାନ୍ତି ଦେଖା ଦେଇଥାଏ ଏବଂ ବାରମ୍ବାର ଅଘଟଣ ଘଟିଥାଏ ।

ଦୀପ ନଜାଳିବା ଦ୍ୱାରା ଘରେ ଅନେକ ସମସ୍ୟା ଦେଖା ଦେଇଥାଏ । ସୂର୍ଯ୍ୟ ଅସ୍ତ ହେଲେ ନକରାତ୍ମକ ଶକ୍ତିର ପ୍ରଭାବ ବଢ଼ିଯାଏ ଯାହା ଘରକୁ ପ୍ରବେଶ କରିଥାଏ । ଯେଉଁ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ଥାଏ ତାହା ମଧ୍ୟ ଘରେ ଥିବା ନକରାତ୍ମକ ଶକ୍ତି କାରଣରୁ ଅଟେ । ତେଣୁ ସନ୍ଧ୍ୟା ସମୟରେ ମୁହଁ ହାତ ଧୋଇ ଘିଅ , ସୋରିଷ କିମ୍ବା ତିଳ ତେଲରେ ପୂର୍ବ ଦିଗରେ ଦୀପ ଜାଳି ପାରିବେ । ଆପଣ ନିଜେ ନହେଲେବି ଘରର କେହି ଜଣେ ସଦସ୍ୟ ଏହି କାମ କରି ପାରିବେ ।

ଯେଉଁ ଘରର ସଦସ୍ୟଙ୍କ ଚାକିରୀ କିମ୍ବା ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟା ରହିଛି ସେହି ଘରର ଲୋକେ ଉତ୍ତର ଦିଗରେ ପ୍ରତ୍ୟେକ ଦିନ ଦୀପ ଜାଳିବା ଆବଶ୍ୟକ । ଏହାଦ୍ବାରା ଚାକିରୀ କିମ୍ବା ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯାଏ । ସମସ୍ୟା ଥିବା ବ୍ୟକ୍ତି ଯଦି ଏହି କାମ କରେ ତେବେ ତାକୁ ଏହାର ଅଧିକ ଗୁଣା ଲାଭ ମିଳିଥାଏ । ଘିଅ ଦୀପ ଜାଳିବା ଦ୍ୱାରା ସେଥିରୁ ବାହାରୁଥିବା ଶକ୍ତି ଦ୍ୱାରା ନକରାତ୍ମକ ଶକ୍ତି ଘରୁ ବାହାରି ଯାଏ ଏବଂ ସକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ । ସୋରିଷ ତେଲ ଦୀପରୁ ବାହାରୁଥିବା ଶକ୍ତି ମଧ୍ୟ ଆଖପାଖ ନକରାତ୍ମକ ଶକ୍ତିକୁ ସକାରାତ୍ମକ କରିଥାଏ ।

ଘରର ମନ୍ଦିରରେ ବିଭିନ୍ନ ପ୍ରକାରର ମୂର୍ତ୍ତି ରଖାଯାଏ । ମାତ୍ର ଘରର ପୂଜା ଘରେ ଯଦି ଏକାସାଥିରେ ଏହି ଦୁଇଟି ମୂର୍ତ୍ତି ରହିଥାଏ ତେବେ ଅନେକ ଲାଭ ମିଳିଥାଏ । ଏହାଦ୍ବାରା ରାଜଯୋଗ ବନିଥାଏ । ଏହାବ୍ୟତୀତ ସର୍ବସୁଖ ପ୍ରାପ୍ତ ହେବା ସହିତ ଦାରିଦ୍ର୍ୟତା ମଧ୍ୟ ଦୂରେଇ ଯାଏ ।

୧ . ରାଧା କୃଷ୍ଣ :-

ଯଦି ଆପଣ ଘରେ ନିଜ ଠାକୁର ଘରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ନିଶ୍ଚିତ ଭାବରେ ଶ୍ରୀରାଧାଙ୍କ ମୂର୍ତ୍ତି ମଧ୍ୟ ରଖନ୍ତୁ ଯାହାକି ଯୁଗଳ ହୋଇଥିବା ଆବଶ୍ୟକ । ଏହାଦ୍ବାରା ପରିବାରରେ କେବେବି କ୍ଳେଶ ବାଦ ବିବାଦ ସୃଷ୍ଟି ହୁଏନାହିଁ । ସର୍ବଦା ସମ୍ପର୍କରେ ପ୍ରେମ ସ୍ନେହ ରହିଥାଏ । ଏହାଛଡ଼ା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ ।

୨ . ଲକ୍ଷ୍ମୀ ନାରାୟଣ :-

ଯଦି ଆପଣ ନିଜ ପୂଜା ଘରେ ବିଷ୍ଣୁଙ୍କୁ ଅର୍ଥାତ ନାରାୟଣଙ୍କୁ ପୂଜା କରୁଛନ୍ତି ତେବେ ତାଙ୍କ ସହିତ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ସ୍ଥାପନ କରନ୍ତୁ ଏବଂ ପୂଜା କରନ୍ତୁ । ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ଏକା ସାଥିରେ ପୂଜା କଲେ ଘରେ ସୁଖ ଶାନ୍ତି ଏବଂ ଧନର ଅଭାବ ହୁଏ ନାହିଁ ।

୩ . ଲକ୍ଷ୍ମୀ ଏବଂ ଗଣେଶ :-

ଯଦି ଆପଣ ପୂଜା ଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ପୂଜା କରୁଛନ୍ତି ତେବେ ବାମ ପଟେ ଭଗବାନ ଶ୍ରୀଗଣେଶ ଏବଂ କୁବେରଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କରନ୍ତୁ । କାରଣ ମାତା ଲକ୍ଷ୍ମୀ ଧନର ଦେବୀ ହୋଇଥିବା ବେଳେ ଶ୍ରୀ ଗଣେଶ ବୃଦ୍ଧି ସିଦ୍ଧି ଏବଂ ଜ୍ଞାନ ଦେଇଥାନ୍ତି । ତେଣୁ ମାତା ଲକ୍ଷ୍ମୀଙ୍କ ସହିତ ଗଣେଶଙ୍କ ପୂଜା କଲେ ଘରେ କେବେ ଧନର ଅଭାବ ହୁଏନାହିଁ ।

୪ . ଭଗବାନ ରାମଙ୍କ ମୂର୍ତ୍ତି ଏବଂ ହନୁମାନଙ୍କ ମୂର୍ତ୍ତି :-

ଆପଣ ଚାହିଁଲେ ଘରେ ହନୁମାନଙ୍କ ମୂର୍ତ୍ତି ରଖି ପୂଜା କରି ପାରିବେ । ଯଦି ଆପଣ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ରଖି ପୂଜା କରୁଛନ୍ତି ତେବେ ଉଭୟ ରାମ ଏବଂ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । କାରଣ ହନୁମାନ ରାମଚନ୍ଦ୍ରଙ୍କର ସବୁଠାରୁ ବଡ଼ ଭକ୍ତ । ନଚେତ ଆପଣ ରାମ ଦରବାରର ଫୋଟକୁ ମଧ୍ୟ ପୂଜା କରିପାରିବେ । ଏହାଦ୍ବାରା ରାଜଯୋଗର ପ୍ରାପ୍ତି ହୋଇଥାଏ ।

୫ . ତ୍ରିଦେବଙ୍କ ମୂର୍ତ୍ତି :-

ପୂଜା ଘରେ ତ୍ରିଦେବଙ୍କ ମୂର୍ତ୍ତି ଏକା ସାଥିରେ ପୂଜା କରିବା ଉଚିତ ଏହାଦ୍ବାରା ସବୁ ପ୍ରକାରର ବାଧା ବିଘ୍ନ ଦୂରେଇ ଯାଏ ଏବଂ ପ୍ରଗତି ମିଳିଥାଏ ।

Leave a Reply

Your email address will not be published. Required fields are marked *