ଶ୍ରୀକୃଷ୍ଣ କହିଛନ୍ତି ଅଟା ରେ 1 ଜିନିଷ ମିଶେଇ ରୁଟି ତିଆରି କରିବା ଦ୍ୱାରା ଦରିଦ୍ରତା ସମାପ୍ତ ହୋଇଥାଏ |

ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ଅନ୍ନ କୁ ଦେବତା ବୋଲି ବିଶ୍ୱାସ କରାଯାଏ | ସେଥିପାଇଁ ଆମକୁ ଅନ୍ନର ସମ୍ମାନ କରିବା ଶିଖା ଯାଇଥାଏ, ଅନ୍ନ କୁ ତିଆରି କରିବା ଯେତିକି କଠିନ ହୋଇଥାଏ | ସେତିକି ହିଁ ସହଜ ହୋଇଥାଏ ତାକୁ ବର୍ବାଦ କରିଦେବା | ଶ୍ରୀକୃଷ୍ଣ କହିଛନ୍ତି ସଂସାର ର ପ୍ରତ୍ୟେକ ପ୍ରାଣୀ କୁ ଜୀବିତ ରହିବା ପାଇଁ ଭୋଜନ ର ଆବଶ୍ୟକତା ରହିଥାଏ |

ସେଥିରୁ ଆମ କୁ ଉର୍ଜା ମିଳିଥାଏ, ମନୁଷ୍ୟ ଦ୍ୱାରା କରାଯାଉଥିବା ଭୋଜନ ହିଁ ତାହାର ସ୍ଵଭାବ କୁ ନିୟନ୍ତ୍ରିତ କରିଥାଏ | ସେଥିପାଇଁ ମନୁଷ୍ୟ କୁ ସର୍ବଦା ସାତ୍ଵିକ ଭୋଜନ କରିବା ଉଚିତ | ଆମର ପ୍ରାଚୀନ ବାସ୍ତୁ ଶାସ୍ତ୍ର ରେ ମଧ୍ୟ ଭୋଜନ ତିଆରି କରିବାର କିଛି ନିୟମ କୁହାଯାଇଛି | ଏହି ନିୟମ କୁ ଭୋଜନ ତିଆରି କରିବା ସମୟ ପାଳନ କରିବା ଉଚିତ

ବାସ୍ତୁ ଶାସ୍ତ୍ର ଭୋଜନ କରିବା ଦିଗ, ଭୋଜନ ତିଆରି କରିବାର ଦିଗ, ଭୋଜନ କରିବାର ସମୟ ଆଦି ମହତ୍ୱପୂର୍ଣ କଥାର ନିୟମ କୁହାଯାଇଛି | ବନ୍ଧୁଗଣ ପ୍ରତ୍ୟେକ ହିନ୍ଦୁ ଧର୍ମ ରେ ବିଶେଷ ଭାବ ରେ ଭୋଜନ ରେ ରୁଟି କରାଯାଇଥାଏ | ଯେଉଁ ପ୍ରକାର ରେ ପୃଥିବୀ ର ଆକାର ଗୋଲ ଅଟେ ସେହି ପ୍ରକାରରେ ରୁଟି ର ଆକାର ମଧ୍ୟ ଗୋଲ ହେବା ଉଚିତ | ଦେବୀ ଦେବତା ଙ୍କୁ ଗୋଲ ରୁଟି ଭୋଗ କରିବା ଉଚିତ ଏବଂ କେବେ ବି ଖଣ୍ଡ ଖଣ୍ଡ କରି ଭୋଗ ଲଗେଇବା ଉଚିତ ନୁହେଁ |

ଶାସ୍ତ୍ର ରେ ରୁଟି ତିଆରି କରିବାର ନିୟମ କୁ ଧ୍ୟାନ ରେ ରଖିବା ଉଚିତ | ରୁଟି ତିଆରି କରିବା ସମୟ ରେ ଅଟା କୁ ବ୍ୟବହାର କରାଯାଏ, ତେବେ ଏହି ଅଟା ରେ କିଛି ଜିନିଷ ମିଶେଇବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି | ବାସ୍ତୁ ଶାସ୍ତ୍ର ଅନୁସାରେ ଅଟା ଗୋଳେଇବା ସମୟ ରେ ସେଥିରେ କିଛି ମିଶେଇବା ଶୁଭ ହୋଇଥାଏ | ଆଜି ଆମେ ସେହି ବିଷୟରେ ଆପଣଙ୍କୁ କହିବୁ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ;

1. ବନ୍ଧୁଗଣ ସାଧାରଣତଃ ରୁଟି ଆମେ ରୋଷେଇ ଘରେ ହିଁ ତିଆରି କରିଥାଉ | ତେବେ ବାସ୍ତୁ ଶାସ୍ତ୍ର ହିସାବ ରେ ପ୍ରଥମେ ଜାଣିବା ଉଚିତ କି ରୋଷେଇ ଘର ଠିକ ଦିଗ ରେ ରହିଛି କି ନାହିଁ | ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘର ଆମ ଘରର ଆଗ୍ନେୟ ଦିଗ ରେ ହେବା ଉଚିତ ଅର୍ଥାତ ପୂର୍ବ ଏବଂ ଦକ୍ଷିଣ ଦିଗର ମଧ୍ୟରେ ହେବା ଉଚିତ | ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ରୋଷେଇ ଘର ଦକ୍ଷିଣ ଏବଂ ପୂର୍ବ ଦିଗ ରେ ହୁଏ ତେବେ ମା ଲକ୍ଷ୍ମୀ ଙ୍କ କୃପା ମିଳିଥାଏ | ଏହା ସହିତ ଆମକୁ ଏହା ଧ୍ୟାନ ରହିବା ଉଚିତ କି ଆମକୁ ଭୋଜନ କରିବା ସମୟରେ ପୂର୍ବ ଏବଂ ଉତ୍ତର ଦିଗ କୁ ମୁହଁ କରି ଖାଇବା ଉଚିତ | ଏହା ଦ୍ୱାରା ଆମକୁ କେବେ ବି ଦୁର୍ଭାଗ୍ୟ ଆସିନଥାଏ |

2. ବାସ୍ତୁ ଶାସ୍ତ୍ର ଅନୁଯାୟୀ ଭୋଜନ କେବେ ବି କ୍ରୋଧ ଏବଂ ଦୁଖୀ ଅବସ୍ଥା ରେ ତିଆରି କରିବା ଉଚିତ ନୁହେଁ | ଭୋଜନ କରିବା ସମୟ ରେ ମନକୁ ଶାନ୍ତ ରଖିବା ଉଚିତ ଏବଂ ସର୍ବଦା ମା ଅନ୍ନପୂର୍ଣ୍ଣା ଙ୍କୁ ସ୍ମରଣ କରିବା ଉଚିତ | ପ୍ରସନ୍ନ ମନ ରେ ତିଆରି କରିଥିବା ଖାଦ୍ୟ ଦେବୀ ଦେବତା ସ୍ୱୀକାର କରନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରନ୍ତି | କ୍ରୋଧ କରି ଭୋଜନ ତିଆରି କରିବା ଦ୍ୱାରା ନକାରାତ୍ମକ ଉର୍ଜା ପ୍ରଭାବିତ ହୁଏ, ଶ୍ରୀକୃଷ୍ଣ କହିଛନ୍ତି ଖାଦ୍ୟ ଖାଇବା ସମୟ ହସିବା ଏବଂ କ୍ରୋଧ କରିବା ଉଚିତ ନୁହେଁ | ଖାଦ୍ୟ କୁ କେବେ ଅନାଦର କରିବା ଉଚିତ ନୁହେଁ |

3. ରୋଷେଇ ଘର କୁ ସର୍ବଦା ସଫା ସୁତର ରଖିବା ଉଚିତ ଏବଂ କେବେ ବି ରୋଷେଇ ଘରକୁ ଜୋତା କିମ୍ବା ଚପଲ ପିନ୍ଧି କେବେ ବି ପ୍ରବେଶ କରିବା ଉଚିତ ନୁହେଁ | ରୋଷେଇ ଘରେ ମା ଲକ୍ଷ୍ମୀ ରହିଥାନ୍ତି ତେଣୁ ସେହି ଜାଗା କୁ ସର୍ବଦା ସ୍ୱଚ୍ଛ ରଖିବା ଉଚିତ | ସ୍ୱଚ୍ଛ ପ୍ରକାରରେ ରୋଷେଇ କରିବା ଦ୍ୱାରା ଘରେ କେବେ ବି ଦରିଦ୍ରତା ଆସିନଥାଏ | ସ୍ୱଚ୍ଛ ରେ ତିଆରି କରିଥିବା ଭୋଜନ ଭଗବାନ ସ୍ୱୀକାର କରିଥାନ୍ତି |

ଖାଦ୍ୟ ବନେଇବା ସମୟରେ କଳି ଝଗଡା କିମ୍ବା ଅପଶବ୍ଦ କହିବା ଉଚିତ ନୁହେଁ ଏହିପରି ତିଆରି ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ | ଖାଦ୍ୟ ବନେଇବା ସମୟ ରେ ତାକୁ ବାରମ୍ବାର ଚାଖିବା ଉଚିତ ନୁହେଁ, ଏହା ଦ୍ୱାରା ଖାଦ୍ୟ ଅଇଁଠା ହୋଇଥାଏ ଏବଂ ଏହାକୁ କୌଣସି ଅନ୍ୟ ବ୍ୟକ୍ତି ଦେବା ଦ୍ୱାରା ଆପଣଙ୍କର ହାନୀ ହୋଇଥାଏ ଏବଂ ଭଗବାନ ଙ୍କୁ ଦେବା ମହାପାପ ହୋଇଥାଏ |

4.ଶାସ୍ତ୍ର ଅନୁସାରେ ସ୍ନାନ ନକରି ରୋଷେଇ କରିବା ଉଚିତ ନୁହେଁ | ଚୁଲି ଜଳେଇବା ସମୟ ରେ ଅଗ୍ନି ଦେବ ଙ୍କୁ ଅବଶ୍ୟ ସ୍ମରଣ କରିବା ଉଚିତ | ବାସ୍ତୁ ଶାସ୍ତ୍ର ଅନୁସାରେ ଭୋଜନ କେବେ ବି ଭଙ୍ଗା ରୁଜା ଜିନିଷ ରେ କରିବା ଉଚିତ ନୁହେଁ | ହାତ ରେ ରୁଟି ଧରି ଖାଇବା ଉଚିତ ନୁହେଁ ରୁଟି କୁ ସର୍ବଦା ବାସନ ରେ ରଖି ଖାଇବା ଉଚିତ | କଡେଇ କିମ୍ବା ତାୱା ରେ କେବେ ବି ଭୋଜନ କରିବା ଉଚିତ ନୁହେଁ ଏହା ଦ୍ୱାରା ରାହୁ ଦୋଷ ଉତ୍ପନ ହୋଇଥାଏ |

ଏହି 1 ଜିନିଷ ଅଟା ରେ ମିଶେଇବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ;

ସାଧାରଣତଃ ଅନେକ ମହିଳା ସମୟ ବଂଚେଇବା ପାଇଁ ଅଟା କୁ ଆଗରୁ ହିଁ ଚକଟିକି ରଖିଦେଇଥାନ୍ତି | କିନ୍ତୁ ବନ୍ଧୁଗଣ ଧ୍ୟାନ ରଖନ୍ତୁ ସବୁବେଳେ ଯେତିକି ଆବଶ୍ୟକ ସେତିକି ଅଟା ଚକଟନ୍ତୁ ଏବେ ଫ୍ରେସ ରୁଟି ଖାଆନ୍ତୁ | ଚକଟା ଅଟା କୁ ରଖିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ପ୍ରବେଶ କରିଥାଏ ଏହା ସହ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ | ଏହା ଦ୍ୱାରା ବ୍ୟକ୍ତି କୁ ମାନସିକ ଅଶାନ୍ତି ମଧ୍ୟ ହୋଇଥାଏ |

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ପିଣ୍ଡ ଦାନ କରିବା ସମୟ ରେ ଅଟା ଗୁଳା କରି ନଦୀରେ ଅର୍ପଣ କରାଯାଏ, ତେବେ ଧ୍ୟାନ ରଖନ୍ତୁ ଏହି ଅଟା ରେ କୌଣସି ଚିହ୍ନ ହୋଇନଥାଏ | ତେବେ ଧ୍ୟାନ ରଖନ୍ତୁ ଘରେ ଅଟା ଗୁଳା କରିବା ସମୟ ରେ ସେଥିରେ ଚିହ୍ନ ନିଶ୍ଚିନ୍ତ ରଖନ୍ତୁ ଏହା ମୃତ ବ୍ୟକ୍ତି ଙ୍କ ପାଇଁ ହୋଇନଥାଏ |

ବନ୍ଧୁଗଣ ଅଟା ରେ ଓଁ କିମ୍ବା ଶ୍ରୀ ଲେଖିବା ଦ୍ୱାରା ଘରର ସମସ୍ତ ସଦସ୍ୟ ଙ୍କ ସୌଭାଗ୍ୟ ହୋଇଥାଏ | ଏହା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି | ତେବେ ବନ୍ଧୁଗଣ ରୋଷେଇ ଘର ର ପ୍ରଥମ ରୁଟି ଗୋମାତା ଏବଂ ଶେଷ ରୁଟି କୁକୁର ପାଇଁ ହେବା ଉଚିତ | ଗାଈ କୁ ରୁଟି ଖାଇବାକୁ ଦେବା ଦ୍ୱାରା ଭଗବାନ କାମଧେନୁ ଙ୍କ ଆଶୀର୍ବାଦ ମିଳିଥାଏ ଏବଂ କୁକୁର କୁ ଶେଷ ରୁଟି ଦେବା ଦ୍ୱାରା ସବୁ ଗ୍ରହ ଜନିତ ଦୋଷ ସମାପ୍ତ ହୋଇଥାଏ |

ବନ୍ଧୁଗଣ ଅଟା ଚକଟିବା ସମୟ ରେ ସାଧାରଣତଃ ଆମେ ଲୁଣ ମିଶେଇ ଥାଉ ତେବେ ଏହା ସହ ଘିଅ ଏବଂ ଚିନି ମିଶେଇ ରୁଟି କରିବା ଦ୍ୱାରା | ଆପଣଙ୍କ ଜୀବନ ର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ ଏହା ଦ୍ୱାରା ଆପଣଙ୍କ ଶୁକ୍ର ମଜବୁତ ହୋଇଥାନ୍ତି |

Leave a Reply

Your email address will not be published. Required fields are marked *