ଫିଟିକିରିର ବ୍ୟବହାର ଅନେକ କାର୍ଯ୍ୟରେ ହୋଇଥାଏ । ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଫିଟିକିରିର ସେହି କ୍ଷମତା ଅଛି ଯେ ତାହା ନକରାତ୍ମକ ଏବଂ ସକାରାତ୍ମକ ଉଭୟ ଶକ୍ତିକୁ ଅବଶୋଷିତ କରିପାରେ । ଏହା ବ୍ୟତୀତ ଫିଟିକିରିରେ ଅନେକ ପ୍ରକାରର ଔଷଧୀୟ ଗୁଣ ମଧ୍ୟ ରହିଥାଏ । ଫିଟିକିରିର ପ୍ରୟୋଗ ଦ୍ୱାରା କିଛି ସାଧାରଣ ଉପାୟ କଲେ ମନୁଷ୍ୟ ଜୀବନର ସବୁ ସମସ୍ୟା ଦୁଃଖ କଷ୍ଟ ଦୂର ହୋଇଥାଏ । ଏମିତିରେ ତ ଦୁଃଖ ଯନ୍ତ୍ରଣା କେବେଳ ମନୁଷ୍ୟକୁ ହତାଶ ଏବଂ ନିରାଶ କରିବା ପାଇଁ ଆସିଥାଏ । ମାତ୍ର ଫିଟିକିରିର ଏହି ଉପାୟ କରି ପାରିଲେ ଜୀବନର ସବୁ ଦୁଃଖ କଷ୍ଟରୁ ମୁକ୍ତି ମିଳି ପାରିବ ।
ଯଦି ଆପଣ ନିଜ ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି ତେବେ ଶନିବାର ଦିନ ସନ୍ଧ୍ୟା ସମୟରେ ଠାକୁର ଘରେ ଏକ ନାଲି କପଡ଼ା ବିଛାଇ ଦିଅନ୍ତୁ ଏବଂ ତାହା ଉପରେ କିଛି ଚାଉଳ , ହଳଦୀ ଏବଂ ଫିଟିକିରି ରଖି ଧୂପ ଜାଳି ତାହାକୁ ଶୁଦ୍ଧ କରନ୍ତୁ । ଏହାପରେ ସେହି କପଡ଼ାକୁ ଏକ ପୁଟିଳି ବନାଇ ଘରର ସବୁ କୋଣ ଅନୁକୋଣରେ ବୁଲାଇ ଆଣି ଘରର ମୁଖ୍ୟଦ୍ୱାରର ମଧ୍ୟ ଭାଗରେ ଏକ ଲୁହା କଣ୍ଟା ମାରି ଝୁଲାଇ ଦିଅନ୍ତୁ ।
ଏହି ଉପାୟ କରିବାର ମାତ୍ର କିଛି ଦିନ ପରେ ହିଁ ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିବ । ଯଦି କରଜ ଜନିତ ସମସ୍ୟା ରହିଛି ତେବେ ଏବଂ ଧନ ଅର୍ଜନରେ ସମସ୍ୟା ରହିଛି ତେବେ ବୁଧବାର ଦିନ ଏକ ଫିଟିକିରିରେ ସିନ୍ଦୁର ସିଞ୍ଚି ପାନ ପତ୍ରରେ ଗୁଡ଼ାଇ ଏକ ମୌଳି ସୂତା ସହିତ ବାନ୍ଧି ଦିଅନ୍ତୁ ଏବଂ ତାହାକୁ ସନ୍ଧ୍ୟା ସମୟରେ ଏକ ଅଶ୍ୱତ୍ଥ ବୃକ୍ଷ ତଳେ କୌଣସି ଭାରି ପଥର ଦ୍ୱାରା ଦବାଇ ଦିଅନ୍ତୁ । ମନେ ରଖନ୍ତୁ ଯେ ଏହି ଉପାୟ କରିବା ସମୟରେ ଯେମିତି କେହି ନ ଦେଖନ୍ତି ।
ଦେଖିବେ ଏହି ଉପାୟ କରିବା ଦ୍ୱାରା ଆପଣଙ୍କର କରଜ ଜନିତ ସମସ୍ୟା ଧୀରେ ଧୀରେ ଦୂରେଇ ଯିବ । ମାତ୍ର ଏହି ଉପାୟକୁ ଅତି କମରେ ଚାରୋଟି ବୁଧବାର କରନ୍ତୁ । ପରିବାରରେ ଯଦି ସଦସ୍ୟଙ୍କ ମଧ୍ୟରେ କଳହ ଦେଖା ଦେଉଛି ଏବଂ ଅଶାନ୍ତିର ବାତାବରଣ ଦେଖା ଦେଉଛି ତେବେ ଏକ କାଚ ଗ୍ଲାସରେ ପାଣି ଭର୍ତ୍ତି କରି କିଛି ଫିଟିକିରି ଗୁଣ୍ଡ ପକାଇ ବେଡ଼ ତଳେ ରଖିଦିଅନ୍ତୁ ଏବଂ ସକାଳୁ ସେହି ପାଣିକୁ ନେଇ ଅଶ୍ୱତ ବୃକ୍ଷ ମୂଳରେ ଢ଼ାଳି ଦିଅନ୍ତୁ ।
ଏହି ଉପାୟ କରିବା ଦ୍ୱାରା ପରିବାରର ସଦସ୍ୟଙ୍କ ବିବାଦ କମିବା ସହିତ ଭଲ ସଂଯୋଗ ସୃଷ୍ଟି ହେବ । ରାତିରେ ବେଡ଼ ତଳେ ଫିଟିକିରି ରଖିଲେ ସ୍ୱପ୍ନ ଦେଖିବା ସମସ୍ୟା ମଧ୍ୟ ଠିକ ହୋଇଥାଏ । ଯଦି ଘରେ ସବୁବେଳେ ସମସ୍ୟା ଦେଖା ଦେଉଛି ତେବେ ତାହାର କାରଣ ହେଉଛି ବାସ୍ତୁ ଦୋଷ ଏବଂ ଘରେ ଥିବା ନକରାତ୍ମକ ଶକ୍ତି । ତେଣୁ ଏକ ପାତ୍ରରେ ଅଳ୍ପ ଫିଟିକିରି ନେଇ ଘରର ବାଥ ରୁମରେ ଏକ କୋଣରେ ରଖି ଦିଅନ୍ତୁ । ସେହି ଫିଟିକିରିକୁ ପ୍ରତ୍ୟେକ ସପ୍ତାହ ବଦଳାଇ ଦିଅନ୍ତୁ ।
ଫିଟିକିରିରେ ନକରାତ୍ମକ ଶକ୍ତିକୁ ଅବଶୋଷିତ କରିବାର କ୍ଷମତା ରହିଥାଏ । ଯାହାଦ୍ୱାରା ପରିବାରରେ ଶାନ୍ତି ଦେଖା ଦେଇଥାଏ । ଯଦି ଆପଣ କୌଣସି ଇଣ୍ଟରଭିଉ କିମ୍ବା ପରୀକ୍ଷା ନିମନ୍ତେ ଯାଉଛନ୍ତି ଏକ ଫିଟିକିରିକୁ ନିଜ ପାଖରେ ରଖି ଦିଅନ୍ତୁ । ଦେଖିବେ ନିଶ୍ଚୟ ଇଣ୍ଟରଭିଉ କିମ୍ୱା ପରୀକ୍ଷାରେ ସଫଳ ହେବେ । ଫିଟିକିରିରେ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ଦାନ୍ତ ସଫା କଲେ ଧନ ପ୍ରାପ୍ତି ହୋଇଥାଏ ।
ଫିଟିକିରି ଏବଂ ଲୁଣ ମିଶା ପାଣିରେ ଘର ପୋଛିଲେ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ । ଯଦି କେହି ବ୍ୟକ୍ତି ନଜର ଦୋଷରେ ପୀଡ଼ିତ ତେବେ ତାକୁ ବିଛଣାରେ ଶୁଆଇ ଫିଟିକିରି ନେଇ ମୁଣ୍ଡ ପାଖରୁ ଗୋଡ଼ ପର୍ଯ୍ୟନ୍ତ ସାତ ଥର ବୁଲାଇ ଅଗ୍ନିରେ ପକାଇ ଦିଅନ୍ତୁ । ଏହାଦ୍ବାରା ନଜର ଦୋଷ ଦୂର ହୋଇଥାଏ । ଯଦି ଛୋଟ ପିଲାକୁ ନଜର ଦୋଷ ରହିଛି ତେବେ ରାତିରେ ତକିଆ ତଳେ ଫିଟିକିରି ରଖି ଦିଅନ୍ତୁ ।