ବଡ଼ ଶୁକ୍ରବାର ଦିନ ଘରର ଦ୍ୱାରରୁ ଫିଙ୍ଗି ଦିଅନ୍ତୁ ଏହି ଗୋଟିଏ ଜିନିଷ । ଦାରିଦ୍ର୍ୟତା ଆପଣଙ୍କ ପାଖକୁ ବି ଆସିବ ନାହିଁ ।

ସଂସାରରେ ଧନର ଆକାଂକ୍ଷା ସମସ୍ତଙ୍କୁ ଥାଏ । ସମସ୍ତେ ଧନ ଉପାର୍ଜନ ପାଇଁ ଅନେକ ପରିଶ୍ରମ କରନ୍ତି । କିଛି ଲୋକ ଧନ ଅର୍ଜନ ପାଇଁ ଭଲ ରାସ୍ତାକୁ ଗ୍ରହଣ କରୁଥିବା ବେଳେ ଆଉ କିଛି ଲୋକ ଖରାପ ରାସ୍ତାକୁ ଆପଣେଇଥାନ୍ତି ଏବଂ ନାନା ପ୍ରକାରର ଅପରାଧ ମଧ୍ୟ କରିଥାନ୍ତି । ଆଉ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଧନ ଅର୍ଜନ କରନ୍ତି ତ ନିଶ୍ଚୟ ମାତ୍ର ଧନ କେବେ ତାଙ୍କ ପାଖରେ ରହେ ନାହିଁ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଧନ ଅର୍ଜନ କରିବା ସହିତ ତାହାକୁ ସଞ୍ଚୟ କରିବାକୁ ମଧ୍ୟ ସମର୍ଥ ହେବେ ।

କହିବାକୁ ଗଲେ ମାତା ଲକ୍ଷ୍ମୀଙ୍କୁ ଧନ ଏବଂ ବୈଭବର ଦେବୀ ମାନା ଯାଏ । ମାତା ଲକ୍ଷ୍ମୀ ସମୁଦ୍ରରୁ ଜନ୍ମ ହୋଇଥିଲେ ଏବଂ ଭଗବାନ ବିଷ୍ଣୁଙ୍କ ବିବାହ କରିଥିଲେ । ଯଦି ମାତା ଲକ୍ଷ୍ମୀଙ୍କ ପ୍ରସନ୍ନ କରାଯାଇ ପାରେ ତେବେ ଜୀବନରେ କେବେବି ଧନର ଅଭାବ ହୁଏନାହିଁ । ମାତା ଲକ୍ଷ୍ମୀଙ୍କର ଶୁକ୍ର ଗ୍ରହ ସହିତ ସିଧାସଳଖ ସମ୍ବନ୍ଧ ରହିଛି । ତେଣୁ ମାତା ଲକ୍ଷ୍ମୀଙ୍କୁ କିଛି ସହଜ ଉପାୟ ଦ୍ୱାରା ମଧ୍ୟ ପ୍ରସନ୍ନ କରାଯାଇ ପାରିବ ।

ତେବେ ପ୍ରଥମ ଉପାୟ କରିବା ପାଇଁ ସକାଳୁ ଶୀଘ୍ର ଉଠି ଘରକୁ ସଫାସୁତୁରା କରି ଦିଅନ୍ତୁ । ଏହାପରେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ ଏବଂ ଏକ ଲୋଟା ପାଣି ନେଇ ସେଥିରେ ପରିଷ୍କାର ପେଶା ଯାଇଥିବା ହଳଦୀ ମିଶାଇ ଦିଅନ୍ତୁ । ଏହାପରେ ଘରର ଠାକୁର ଘରେ ସବୁ ଦେବଦେବୀଙ୍କ ମୂର୍ତ୍ତିକୁ ସ୍ନାନ କରାଇ କିମ୍ବା ଫୋଟ ଥିଲେ ତାହାକୁ ପୋଛି ସ୍ୱଚ୍ଛ ବସ୍ତ୍ର ପିନ୍ଧାଇ ଦିଅନ୍ତୁ ଏବଂ ତାପରେ ପୂଜା ଆରମ୍ଭ କରନ୍ତୁ ।

ଏହାପରେ ଏକ ଶୁଦ୍ଧ ଘିଅ ଦିଅ ଜାଳି ଦିଅନ୍ତୁ । ଦୀପ ତଳେ ଏକ କପଡ଼ା କିମ୍ବା ଚାଉଳ ରଖି ଦିଅନ୍ତୁ ନଚେତ ତାହା ଅପୂର୍ଣ୍ଣ ହେବ । ପ୍ରଥମେ ଭଗବାନ ଗଣେଶଙ୍କୁ ତିଳକ କରନ୍ତୁ ଏବଂ ତାପରେ ମାତା ଲକ୍ଷ୍ମୀଙ୍କୁ ତିଳକ କରନ୍ତୁ । ଏହାପରେ ଭଗବାନ ଗଣେଶଙ୍କୁ ଭୋଗ ଲଗାଇ ପୂଜା କରିବା ପରେ ମାତା ଲକ୍ଷ୍ମୀଙ୍କୁ ଭୋଗ ଲଗାଇ ପୂଜା କରନ୍ତୁ ।

ମାତା ଲକ୍ଷ୍ମୀଙ୍କୁ କହିଥିବା ତିଳକ ନିଜେ ମଧ୍ୟ କରି ହଳଦୀ ମିଶା ପାଣିରୁ ଅଳ୍ପ ନେଇ ଦୁଇ ଆଖିରେ ଲଗାଇ ଦିଅନ୍ତୁ ଏବଂ ମନେ ମନେ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରି ଘରେ ସ୍ଥାୟୀ ବାସ କରିବାକୁ ଆବାହନ କରନ୍ତୁ । ଏହାପରେ ହଳଦୀ ମିଶା ପାଣିକୁ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ଦିଅନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରି ‘ ଓଁ ହ୍ରୀଂ କ୍ଲିଙ୍ଗ ଶ୍ରୀଙ୍ଗ ‘ ଏହି ମନ୍ତ୍ରକୁ ୨୧ ଥର ଜପ କରନ୍ତୁ । ଘରେ ଗଙ୍ଗା ଜଳ ଥିଲେ ସେହି ହଳଦୀ ମିଶା ପାଣିରେ ମିଶଇଲେ ତାହା ଅଧିକ ଉତ୍ତମ ଅଟେ ।

ଏହି ପାଣିକୁ ପୁରା ଘରେ ସିଞ୍ଚି ଦିଅନ୍ତୁ ଏବଂ ସେଥିରୁ କିଛି ପାଣି ପ୍ରସାଦ ଆକାରରେ ଗ୍ରହଣ କରନ୍ତୁ । ଏହି ପାଣିକୁ ସିଞ୍ଚିଲେ ଘରେ ଥିବା ନକରାତ୍ମକ ଶକ୍ତି ଦୂରେଇ ଯାଏ ଏବଂ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ।ଏହାଦ୍ବାରା ଘର ଧନ ଧାନ୍ୟରେ ଭରିଯାଏ । ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଶାସ୍ତ୍ରରେ କୁହାଯାଇଥିବା ଏହା ଅତ୍ୟନ୍ତ ପ୍ରଭାବୀ ଉପାୟ ଅଟେ । ତେଣୁ ଏହି ଉପାୟକୁ ପ୍ରତ୍ୟେକ ଦିନ କଲେ ଉତ୍ତମ ଫଳ ମିଳିଥାଏ ।

ମାତ୍ର ସମ୍ଭବ ନଥିଲେ ପ୍ରତ୍ୟେକ ଶୁକ୍ରବାର ଏବଂ ପୂର୍ଣ୍ଣିମା ଦିନ ଏହି ଉପାୟ ନିଶ୍ଚୟ କରନ୍ତୁ । ଏହାଦ୍ବାରା ଘରେ ସକାରାତ୍ମକତା ବଜାୟ ରହିବ ଏବଂ ଘରେ ସୁଖଶାନ୍ତି ବଜାୟ ରହିବ । ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ । ଏହି ଉପାୟ କରିବା ଦ୍ୱାରା କେବଳ ମାତା ଲକ୍ଷ୍ମୀ ନୁହଁନ୍ତି ବରଂ ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହି ଉପାୟ ଦ୍ୱାରା ଘରେ ଧନର ଅଭାବ ହୁଏନାହିଁ ଏବଂ ଧନ ଅର୍ଜନର ନୂତନ ମାର୍ଗ ମଧ୍ୟ ଖୋଲିଯାଏ ।

Leave a Reply

Your email address will not be published. Required fields are marked *