ଶ୍ରୀକୃଷ୍ଣ କହିଛନ୍ତି ଘରେ ଖରାପ ଆତ୍ମା ଥିବା ଦ୍ୱାରା ମିଳିଥାଏ 7 ସଂକେତ ଆସିଥାଏ ଦରିଦ୍ରତା – ଗରୁଡ଼ ପୁରାଣ |

ବନ୍ଧୁଗଣ ଗରୁଡ଼ ପୁରାଣ ହିନ୍ଦୁ ଧର୍ମ ର ଗୋଟିଏ ମହତ୍ୱପୂର୍ଣ ଗ୍ରନ୍ଥ ବୋଲି ବିଶ୍ୱାସ କରାଯାଏ | ସେଥିରେ ମନୁଷ୍ୟର ଆଚାର ବିଚାର ସମ୍ବନ୍ଧିତ ଅନେକ କଥା ଲେଖାଯାଇଛି | ଗରୁଡ଼ ପୁରାଣ ର ପ୍ରେତ ଗ୍ରନ୍ଥ ରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ ଙ୍କୁ ମୁତ୍ୟୁ ବିଷୟରେ ବହୁତ ରହସ୍ୟମୟୀ କଥା କହିଛନ୍ତି | ମୁତ୍ୟୁ ପର କଥା, ପ୍ରେତ ଲୋକ, ଯମ ଲୋକ, ନର୍କ ଲୋକ ଆଦି ବିଷୟରେ ବହୁତ ମହତ୍ୱପୂର୍ଣ ଜ୍ଞାନ ଦିଆଯାଇଛି |

ତେବେ ବନ୍ଧୁଗଣ ଗରୁଡ଼ ପୁରାଣ ଅନୁଯାୟୀ ଯଦି ଆପଣଙ୍କ ଘରେ ଏହିପରି ସଂକେତ ଦେଖାଯାଏ ତେବେ ଏହାର ଅର୍ଥ ଆପଣଙ୍କ ଘରେ କୌଣସି ଖରାପ ଶକ୍ତି ଅଛି କିମ୍ବା ପ୍ରେତ ଆତ୍ମା ବାସ କରୁଛି | ଏହି ସଂକେତ ବହୁତ ଭୟଙ୍କର ହୋଇଥାଏ ଅନେକ ଲୋକ ଏହାକୁ ଅଣଦେଖା କରିଦେଇଥାନ୍ତି | କିନ୍ତୁ ଭବିଷ୍ୟତ ରେ ତାଙ୍କୁ ବହୁତ ଭୟଙ୍କର ସମସ୍ୟା ର ସାମ୍ନା କରିବାକୁ ପଡିପାରେ

ଘରେ ଖରାପ ଶକ୍ତି ରହିବା ଯୋଗୁ ଅନେକ ଦୁଃଖର ସାମ୍ନା କରିବାକୁ ପଡିପାରେ | ସେହି ଘରେ ରହୁଥିବା ଲୋକ ଙ୍କୁ ଆକସ୍ମିକ ମୁତ୍ୟୁ କିମ୍ବା ଶୋକ ଭୋଗିବାକୁ ପଡିପାରେ | ଘରେ ଥିବା ସମ୍ପୂର୍ଣ ଧନ ଅଚାନକ ଖର୍ଚ୍ଚ ହୋଇଯାଏ ଏବଂ ଦରିଦ୍ରତା ଆସିଥାଏ | ସେଥିପାଇଁ ଯଦି ଆପଣଙ୍କ ଘରେ ଏହି 7 ସଂକେତ ଦେଖଯାଏ ତେବେ ତୁରନ୍ତ ଉପାୟ କରିନେବା ଉଚିତ | ଏହି ଶକ୍ତି ଆପଣଙ୍କ ଘରେ ବାସ କରିନିଅନ୍ତି ଏବଂ ଘରର ସମସ୍ତ ବ୍ୟକ୍ତି କୁ ଅଲଗା ଅଲଗା କଷ୍ଟ ଭୋଗିବାକୁ ପଡିଥାଏ |

ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ଵାରା କୁହାଯାଇଥିବା ଏହି 7 ସଂକେତ କୁ ନିଶ୍ଚିନ୍ତ ଧ୍ୟାନ ଦେବା ଉଚିତ | ଏହି ସଂକେତ ପଶୁ ପକ୍ଷୀ ଙ୍କ ଦ୍ୱାରା ସ୍ବପ୍ନ ଦ୍ୱାରା ଅଥବା ପ୍ରକୃତି ଦ୍ୱାରା ବି ମିଳିପାରେ | ତେବେ ଆସନ୍ତୁ ଜାଣିନେବା ଗରୁଡ଼ ପୁରାଣ ରେ ଭଗବାନ ଶ୍ରୀକୃଷ୍ଣ କେଉଁ ସଂକେତ ବିଷୟରେ କହିଛନ୍ତି

ଘରେ ପ୍ରେତ କାହିଁକି ପ୍ରବେଶ କରନ୍ତି?

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପ୍ରତ୍ୟକ ମନୁଷ୍ୟ ଙ୍କୁ ଜୀବିତ ରହିବା ପାଇଁ ଭୋଜନ ର ଆବଶ୍ୟକତା ରହିଥାଏ | ଠିକ ସେହି ପ୍ରକାର ରେ ପ୍ରେମ ଆତ୍ମା ବି ଭୋଜନ କରିବାକୁ ଘରକୁ ଆସିଥାନ୍ତି | ଯେଉଁ ଘରେ ଅଶୁଭ କାର୍ଯ୍ୟ ହୋଇଥାଏ ସେହି ଘରକୁ ପ୍ରେତ ଆତ୍ମା ଆସିଥାନ୍ତି | ଶ୍ରୀକୃଷ୍ଣ ଙ୍କ ଅନୁଯାୟୀ ଯେଉଁ ଘରେ ଦାନ ଧର୍ମ ପୂଜା ପାଠ ଆଦି ଧାର୍ମିକ କାର୍ଯ୍ୟ କରାଯାଏ ନାହିଁ, ଯେଉଁ ଘରେ ମହିଳା ଡେରି ଯାଏଁ ଶୁଅନ୍ତି, ଗୁରୁଜନ ସ୍ୱାମୀ ଙ୍କୁ ଅପମାନ କରନ୍ତି | ଯେଉଁ ଘର ର ସ୍ୱାମୀ ଅନ୍ୟ ନାରୀ ପ୍ରତି ବଶିଭୂତ ଥାନ୍ତି,ଯେଉଁ ଘର ର ଲୋକ ସ୍ନାନ କରନ୍ତି ନାହିଁ | ଏବଂ ସ୍ନାନ ନକରି ପୂଜା ପାଠ କରନ୍ତି ସେହି ଘରେ ଭୁତ ପ୍ରେତ ବାସ କରିଥାନ୍ତି |

ଶ୍ରୀକୃଷ୍ଣ କହିଥିବା 7 ସଂକେତ

1.ଯଦି ସ୍ବପ୍ନ ରେ ଘୋଡା,ହାତୀ ତଥା ଷଣ୍ଢ ଆଦି ପ୍ରାଣୀ ବିକୃତ ରୂପରେ ଦେଖାଯାଏ, ଅଥବା ଆପଣଙ୍କ ଉପରେ କ୍ରୋଧ କରି ଆକ୍ରମଣ କରେ ତେବେ ବୁଝିଯାନ୍ତୁ ଆପଣଙ୍କ ଘରେ ପ୍ରେତ ବାସ କରୁଛି |

2.ଯଦି କୌଣସି ବ୍ୟକ୍ତି ଶୋଇକି ଉଠିଲା ପରେ ବିପରୀତ ଦିଗ ରେ ଥାଏ ଅର୍ଥାତ ଶୋଇବା ସମୟ ରେ ଯେଉଁ ଦିଗ କୁ ମୁହଁ କରି ଶୋଇଥିଲେ ଉଠିଲା ବେଳେ ତାହାର ବିପରୀତ ଦିଗ ରେ ମୁହଁ ଥାଏ | ତେବେ ବୁଝିନେବା ଉଚିତ କି ଆପଣଙ୍କ ଘରେ ପ୍ରେତ ଆତ୍ମା ରହିଛି |

3.ଯଦି ସ୍ବପ୍ନ ରେ ବ୍ୟକ୍ତି ଜଞ୍ଜିର ରେ ବନ୍ଧା ହୋଇଥିବାର ଦେଖା ଯାଏ| ଅବା ଆପଣଙ୍କ ପୂର୍ବଜ ଖରାପ ବସ୍ତ୍ର କିମ୍ବା ଅନ୍ୟ ଙ୍କ ଖାଦ୍ୟ ଚୋରି କରି ଖାଉଥିବାର ଦେଖାଯାଏ | ତେବେ ବୁଝିନେବା ଉଚିତ କି ଆପଣଙ୍କ ପରିଜନ ପ୍ରେତ ହୋଇଯାଇଛନ୍ତି ଏବଂ ଆପଣଙ୍କ ଘରେ ବାସ କରୁଛନ୍ତି |

4.ଯଦି ସ୍ବପ୍ନ ରେ କୌଣସି ପଶୁ ଯେମିତି ଷଣ୍ଢ, ପକ୍ଷୀ, ଘୋଡା, ଗାଈ ମନୁଷ୍ୟ ଙ୍କ ଭାଷା ରେ କଥା ହେଉଥୁବାର ଦେଖାଯାନ୍ତି | ତେବେ ବୁଝିନେବାକୁ ଉଚିତ କି ଆପଣଙ୍କ ପରିଜନ ପ୍ରେତ ଜଗତ କୁ ପ୍ରାପ୍ତ କରି ଆପଣଙ୍କ ଘରେ ବାସ କରୁଛନ୍ତି |

5.ଯଦି ଘରେ କଳହ କ୍ଳେଶ ହେଉଛି, ଅଚାନକ ପଇସା ରେ କମି ହେଉଛି କିମ୍ବା ଘରେ ଦେହ ଅସୁସ୍ଥ ରହୁଛି ତେବେ ବୁଝିନେବାକୁ ହେବ କି ଆପଣଙ୍କ ଘରେ ଭୁତ ପ୍ରେତ ବାସ କରୁଛନ୍ତି |

6.ଯଦି ଆପଣଙ୍କ ଘରକୁ ବାଦୁଡ଼ି,ଚିଲ ଅଚାନକ ଆସି ପ୍ରବେଶ କରନ୍ତି ତେବେ ଏହା ମଧ୍ୟ ଅଶୁଭ ସଂକେତ ହୋଇଥାଏ | ଏହା ଘରେ ପ୍ରେତ ଭୁତ ଥିବାର ସଂକେତ ହୋଇଥାଏ |

7. ଯଦି ଘରେ ବୁଢିଆଣୀ ଜାଲ ଅଧିକ ହୁଏ ଏହାକୁ ଯେତେ ସଫା କଲେ ମଧ୍ୟ ଘରେ ଅଧିକ ହୁଏ ତେବେ ଏହାର ଅର୍ଥାତ ଆପଣଙ୍କ ଘରେ ଭୁତ ପ୍ରେତ ଏବଂ ନକାରାତ୍ମକ ଶକ୍ତି ବହୁତ ଦିନ ରୁ ବାସ କରୁଛନ୍ତି |

Leave a Reply

Your email address will not be published. Required fields are marked *