ଘରେ ଟିକିଏ ମହୁ ରଖିଦିଅନ୍ତୁ ଏହି ଜାଗାରେ ପ୍ରତିଦିନ କେଉଁଠୁ ନା କେଉଁଠୁ ପଇସା ନିଶ୍ଚିନ୍ତ ଆସିବ |

ତେବେ ବନ୍ଧୁଗଣ ଯେଉଁ ଘରେ ମହୁ ଥାଏ ସେହି ଘରେ ଶନିଦେବ ଙ୍କ ସାଢେ ସାତୀ ଢେୟା କିମ୍ବା କୁଣ୍ଡଳୀ ରେ ଥିବା ଶନିଦୋଷ ମଧ୍ୟ ଶାନ୍ତ ହୋଇଯାଇ ଥାଏ | କିନ୍ତୁ ମହୁ କୁ କେଉଁଠି ରଖିବା ଦ୍ୱାରା ଆପଣଙ୍କ ଉନ୍ନତି ବି ହେବ ଆଉ ଗ୍ରହ ଜନିତ ସମସ୍ୟା ବି ଦୂର ହେବ? ବନ୍ଧୁଗଣ ମହୁ ରେ ବହୁତ ସାରା ପ୍ରୟୋଗ କରାଯାଇଥାଏ ତେଣୁ ଆଜି ଆମେ ଆପଣଙ୍କୁ ସେହି ପ୍ରୟୋଗ ମଧ୍ୟ ରୁ 5 ଟି ବିଶେଷ ପ୍ରୟୋଗ ବିଷୟରେ କହିବୁ | ଯାହା ଦ୍ୱାରା ଆପଣଙ୍କ ଭାଗ୍ୟଦୋୟ ମଧ୍ୟ ହେବ ଏବଂ ଶନିଦୋଷ ବି ଦୂର ହେଇଯିବ | ତେବେ ଆସନ୍ତୁ ଜାଣିବା ;

1. ବନ୍ଧୁଗଣ ମାଟି ପାତ୍ର ରେ ମହୁ ରଖି ପାଖ ରେ ଥିବା ମନ୍ଦିର ରେ ରଖିବା ଦ୍ୱାରା ଶନିଦେବ ଙ୍କ କ୍ରୋଧ ରୁ ମୁକ୍ତି ମିଳିଥାଏ | ଆମ ଜୀବ ନ ରେ ଗ୍ରହ ମାନଙ୍କର ବିଶେଷ ପ୍ରଭାବ ରହିଥାଏ, ତେବେ ଏଥି ମଧ୍ୟ ରୁ ଶୁକ୍ର ହେଉଛନ୍ତି ସୁଖ ଶାନ୍ତି ଏବଂ ବିବାହ ର ପ୍ରତୀକ | ତେବେ ଶୁକ୍ରଙ୍କୁ ମଜବୁତ କରିବା ପାଇଁ ରୁପା ପାତ୍ର ରେ ମହୁ ରଖି ଖୋଲା ଆକାଶ ତଳେ ଥୋଇଦିଅନ୍ତୁ | ଏହିପରି କରିବା ଦ୍ୱାରା ଶୁକ୍ର ମଜବୁତ ହୋଇଥାନ୍ତି |

2. ବାସ୍ତୁ ଶାସ୍ତ୍ର ଅନୁଯାଇ ଘରେ ମହୁ ରଖିବା ଦ୍ୱାରା ସମସ୍ତ ନକାରାତ୍ମକ ଉର୍ଜା ରୁ ମୁକ୍ତି ମିଳିଥାଏ | ଧନ ବଢିଥାଏ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ | ଏହା ଦ୍ୱାରା ଘରେ ସକାରାତ୍ମକ ବାତାବରଣ ରହିଥାଏ | ଘରେ କୌଣସି କଳହ ଝଗଡା ହୋଇନଥାଏ |

3.ଯଦି କୁଣ୍ଡଳୀ ରେ ଶନିଦୋଷ, ସାଢେ ସାତୀ କିମ୍ବା ଶନି ଅଶୁଭ ସ୍ଥାନ ରେ ଥାନ୍ତି ତେବେ ଏହିପରି ପରିସ୍ଥିତି ରେ ଘରେ ମହୁ ନିଶ୍ଚିନ୍ତ ରଖିବା ଉଚିତ | ଏହି ପରି କରିବା ଦ୍ୱାରା ଶନି ଙ୍କ ଦୋଷ ରୁ ମୁକ୍ତି ମିଳିଥାଏ |

4.ଯଦି ସନ୍ତାନ ଜନିତ ସମସ୍ୟା ରହିଛି କିମ୍ବା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ମନୋମାଳିନ୍ୟ ହେଉଛି | ତେବେ ଏମିତି ପରିସ୍ଥିତିରେ ଶନିବାର ଦିନ ହରଡ଼ ଡାଲି ସହ ଦହି ଏବଂ ମହୁ ପ୍ରସାଦ ରୂପ ରେ ଶନି ଦେବ ଙ୍କୁ ଅର୍ପଣ କରନ୍ତୁ | ଏହିପରି କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ହେବା ସହ ଘର ସୁଖ ସମୃଦ୍ଧି ରେ ଭରିଯାଇଥାଏ |

5.ବନ୍ଧୁଗଣ ଯଦି ମନ ଅଶାନ୍ତି ରହୁଛି କିମ୍ବା ଘରେ ଅଶୁଭ ସଂକେତ ଦେଖା ଦେଉଛି ତେବେ ଏମିତି ପରିସ୍ଥିତିରେ ଘରେ ମହୁର ପ୍ରୟୋଗ ନିଶ୍ଚିନ୍ତ କରନ୍ତୁ | ଏହିପରି କରିବା ଦ୍ୱାରା ସମସ୍ତ ବାଧା ଦୂର ହୋଇଥାଏ | ଏହା ସହିତ ମହୁ ରଖିବାର ସଠିକ ସ୍ଥାନ ହେଉଛି ଘରର ପୂଜା ଘରେ ଏବଂ ଘରର ଉତ୍ତର ପୂର୍ବ ଦିଗ ରେ ରଖିବା ଉଚିତ ହୋଇଥାଏ |

Leave a Reply

Your email address will not be published. Required fields are marked *