ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ବିଷ୍ଣୁଙ୍କୁ ମୟୂର ପର ଅତ୍ୟନ୍ତ ପ୍ରିୟ ଅଟେ।ଧାର୍ମିକ ମାନ୍ୟତା ଅନୁସାରେ ମୟୂର ପର ଘରେ ରହିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଶାସ୍ତ୍ରରେ ଅଧିକ ଧନ ଉପାର୍ଜନ କରିବା ଓ ସୁଖଶାନ୍ତିରେ ରହିବା ପାଇଁ ଅନେକ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ଆଜି ଆମେ ଆଇଅନଙ୍କୁ ମୟୂର ପରକୁ ନେଇ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କରି ଆପଣ ଲାଭବାନ ହେବେ।
ଯଦି ଆପଣ ଜନ୍ମାଷ୍ଟମୀରେ ଏହି ଖାସ ଉପାୟ କରିବେ, ତାହେଲେ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତ କରିବେ। ଯଦି ଆପଣଙ୍କର ଗ୍ରହ ସମ୍ବନ୍ଧୀୟ ସମସ୍ୟା ରହିଛି, ତାହେଲେ ମୟୂର ପର ଉପରେ ସେହି ଗ୍ରହର ମନ୍ତ୍ର କହି ପାଣି ସିଞ୍ଚନ କରନ୍ତୁ। ତାପରେ ଏହି ମୟୂର ପରକୁ କୌଣସି ସ୍ଥାନରେ ଲୁଚାଇ ରଖି ଦିଅନ୍ତୁ, ଯେପରି ଅନ୍ୟ କାହାର ନଜର ସେହି ମୟୂର ପାରା ଉପରେ ପଡ଼ିବ ନାହିଁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ଗ୍ରହ ଦଶା ଦୂର ହୋଇଯିବ।
ଯଦି ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଉଛି ଏବଂ ଘରେ ସବୁବେଳେ କଳି ଝଗଡା ଲାଗି ରହୁଛି ତାହେଲେ ଘରର ମୁଖ୍ୟ ଫାଟକ ସାମ୍ନାରେ ମୟୂର ପର ବାନ୍ଧି ଦିଅନ୍ତୁ। ଦେଖିବେ ଆପଣଙ୍କ ଘରେ ସବୁ ସମସ୍ୟାର ସମାଧାନ ହୋଇଯିବ। ରାହୁ ଗ୍ରହ ଦଶାରୁ ମୁକ୍ତି ପାଇବା ପାଇଁ ଆପଣ ସର୍ବଦା ନିଜ ପାଖରେ ମୟୂର ପର ରଖନ୍ତୁ। ଏହାଦ୍ବାରା ରାହୁ ଗ୍ରହ ଶାନ୍ତ ହୋଇଯିବେ।
ଯଦି ଆପଣଙ୍କ ଘର ଉପରେ ବାରମ୍ବାର ନଜର ପଡୁଛି, ତାହେଲେ ଘରର ମୁଖ୍ୟ ଫାଟକ ସାମ୍ନାରେ କୌଣସି ସ୍ଥାନରେ ମୟୂର ପର ରଖନ୍ତୁ। ଯାହାଫଳରେ କୌଣସି ବ୍ୟକ୍ତି ଘର ଭିତରକୁ ପ୍ରବେଶ କରିବା ମାତ୍ରେ ମୟୂର ପର ଦେଖି ପାରୁ ଥିବ। ଯଦି ଶତ୍ରୁ ଆପଣଙ୍କର କ୍ଷତି କରିବା ପାଇଁ ପ୍ରୟାସ କରୁଛନ୍ତି, ତାହେଲେ ମୟୂର ପର ଉପରେ ହନୁମାନ ସିନ୍ଦୂର ଲଗାଇ ଠାକୁର ଘରେ ରଖି ଦିଅନ୍ତୁ। ପରଦିନ ଏହାକୁ କୌଣସି ନଦୀ ବା ପୋଖରୀରେ ଭସାଇ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଶତ୍ରୁ ଆପଣଙ୍କର କିଛି ମଧ୍ୟ କ୍ଷତି କରି ପାରିବେ ନାହିଁ।