ତୁଳସୀ ପତ୍ରକୁ ନେଇ କରନ୍ତୁ ଏହି ଛୋଟ ଉପାୟ , ହୋଇଥାଏ ଭାଗ୍ୟ ଉଦୟ ଏବଂ ଧନରେ ବୃଦ୍ଧି , ନଜର ଦୋଷରୁ ହୋଇଥାଏ ମୁକ୍ତି

ହିନ୍ଦୁ ଘରେ ତୁଳସୀ ଗଛ ରଖିବାର ପରମ୍ପରା ରହିଛି । ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ଯେତିକି ଜରୁରୀ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ତାହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ଘରକୁ ଆସୁଥିବା ବିପତ୍ତି ବିଷୟରେ ମଧ୍ୟ ପୂର୍ବରୁ ସୂଚାଇ ଦେଇଥାଏ । ତୁଳସୀ ଭଗବାନ ବିଷ୍ଣୁଙ୍କ ପ୍ରିୟା ଅଟନ୍ତି । ତେଣୁ ତାଙ୍କୁ ବିଷ୍ଣୁପ୍ରିୟା ବୋଲି କୁହାଯାଏ ଏବଂ ଭଗବାନ ବିଷ୍ଣୁଙ୍କ ମୁଣ୍ଡରେ ସର୍ବଦା ତୁଳସୀ ଦିଆଯାଇଥାଏ ।

ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ଯେ ନିୟମିତ ଭାବରେ ଯଦି ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଅର୍ପିତ କରି ସେବନ କରାଯାଏ ତେବେ ଭାଗ୍ୟ ଉଦୟ ହୋଇଥାଏ । ଯାହାଦ୍ୱାରା ସବୁ ଜାତକ ଦୋଷ ଦୂର ହୋଇଥାଏ , ରୋଗରୁ ମୁକ୍ତି ମିଳିଥାଏ ଏବଂ ନର୍କରୁ ମଧ୍ୟ ମୁକ୍ତି ମିଳିଥାଏ । ଆଜି ଆମେ ଆପଣଙ୍କୁ ତୁଳସୀର କିଛି ଚମତ୍କାରୀ ଉପାୟ ବିଷୟରେ କହିବୁ ।

ଅନେକ ସମୟରେ ଘରେ ଆର୍ଥିକ ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ହୋଇଥାଏ । ଏମିତିରେ ତୁଳସୀ ସିଧାସଳଖ ମଙ୍ଗଳ ସହିତ ଜଡ଼ିତ । ତେଣୁ ପର୍ସରେ , ଆଲମାରୀରେ ନିଶ୍ଚିତ ଭାବରେ ଗୋଟିଏ ତୁଳସୀ ପତ୍ର ରଖି ଦିଅନ୍ତୁ । ପ୍ରତ୍ୟେକ ଆଠ ଦିନରେ ତାହାକୁ ବଦଳାଇ ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ସମସ୍ୟା ଦୂରେଇ ଯାଏ ଏବଂ ଧନର ଆଗମନ ହୋଇଥାଏ । ଅନେକ ସମୟରେ ଏପରି ହୋଇଥାଏ ଯେ ବ୍ୟାପରରେ କ୍ଷତି ହୋଇଥାଏ ।

ତେଣୁ ଏପରି କ୍ଷେତ୍ରରେ ପାଣିରେ କିଛି ତୁଳସୀ ପତ୍ର ପକାଇ ଗୋଟିଏ ରାତି ରଖି ଦିଅନ୍ତୁ ଏବଂ ଆଗାମୀ ଦିନ ସେହି ପାଣିକୁ ବ୍ୟବସାୟ କିମ୍ବା କାର୍ଯ୍ୟ କ୍ଷେତ୍ରରେ ସିଞ୍ଚି ଦିଅନ୍ତୁ । ବଳକା ପାଣି ଏବଂ ପତ୍ରକୁ କୌଣସି ଗଛ ମୂଳରେ ଢ଼ାଳି ଦିଅନ୍ତୁ । ଦେଖିବେ ଆପଣଙ୍କ ବ୍ୟାପାରରେ ଲାଭ ହେବା ଆରମ୍ଭ ହୋଇଯିବ ।

ଯଦି ଆପଣ ଚାକିରୀ ହରାଇବାର ସମସ୍ୟାକୁ ସାମ୍ନା କରୁଛନ୍ତି ତେବେ କୌଣସି ଗୁରୁବାର କିମ୍ବା ଏକାଦଶୀ ଦିନ ଏକ ହଳଦିଆ କପଡ଼ାରେ ୨୧ ଟି ତୁଳସୀ ମଞ୍ଜି ବାନ୍ଧି ନିଜର କାର୍ଯ୍ୟ କ୍ଷେତ୍ରରେ ରଖି ଦିଅନ୍ତୁ । ମାତ୍ର ଅଳ୍ପ ଦିନରେ ହିଁ ଆପଣଙ୍କ ସମସ୍ୟା ଦୂରେଇ ଯିବ । ଯଦି ଆପଣ ନିଜ ଘର ପରିବାରରେ ଖୁସି ଏବଂ ଶାନ୍ତି ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ରୋଷେଇ ଘରେ ଦୁଇ ଚାରୋଟି ତୁଳସୀ ପତ୍ର ନିଶ୍ଚୟ ରଖନ୍ତୁ ।

ଏହାବ୍ୟତୀତ ଯଦି ପ୍ରତ୍ୟେକ ଦିନ ସ୍ନାନ କରୁଥିବା ପାଣିରେ ତୁଳସୀ ପତ୍ର ପକାଇ ସ୍ନାନ କରନ୍ତି ତେବେ ପରିବାରର ସଦସ୍ୟଙ୍କ ମଧ୍ୟରେ ସ୍ନେହ ପ୍ରେମ ବୃଦ୍ଧି ହୋଇଥାଏ । ଛୋଟ ପିଲାଙ୍କ ନଜର ଦୋଷ ଦୂର କରିବା ପାଇଁ ସାତୋଟି ତୁଳସୀ ପତ୍ର ନେଇ ପୀଡିତ ବ୍ୟକ୍ତିର ତଳୁ ଉପରକୁ ୨୧ ଥର ବୁଲାଇ ଓଁ ନମଃ ଭଗବତେ ବାସୁଦେବାୟ ଜପ କରି ତୁଳସୀ ପତ୍ରକୁ ଚୋବାଇବାକୁ ଦିଅନ୍ତୁ । ଏହାଦ୍ବାରା ନଜର ଦୋଷ ଦୂର ହୋଇଯିବ ।

ସନ୍ଧ୍ୟା ସମୟରେ ତୁଳସୀ ପାଖରେ ଦୀପ ଜଳାଇବା ସମୟରେ ଏହି ମନ୍ତ୍ରର ଉଚ୍ଚାରଣ ” ଓଁ ବୃନ୍ଦାବନୟେ ସ୍ୱାହା ” କରିବା ଉଚିତ । ଏହାଦ୍ବାରା ବ୍ୟକ୍ତିକୁ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ପ୍ରାପ୍ତି ହୋଇଥାଏ । ଶୁକ୍ରବାର ଦିନ ତୁଳସୀର କୌଣସି ଶାଖାକୁ ନାଲି ରଙ୍ଗର ସୂତା ବାନ୍ଧି ନିଜର ମନସ୍କାମନା କୁହନ୍ତୁ । ଏହାଦ୍ବାରା ଆପଣଙ୍କ ମନସ୍କାମନା ପୂରଣ ହେବ । ତାପରେ ଆପଣ ତାହାକୁ ନେଇ କୌଣସି ନଦୀରେ ପ୍ରବାହିତ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *