ନୂତନ ଘର ଆରମ୍ଭ କରିବା ପାଇଁ ଶୁଭ ରହିଛି ଏହି ପାଞ୍ଚଟି ମାସ, କେବେବି ଆସିଥାଏ କୌଣସି ସମସ୍ୟା।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସମସ୍ତେ ସୁଖ ସୁବିଧାରେ ରହିବାକୁ ପସନ୍ଦ କରିଥାନ୍ତି। ଗୋଟେ ନୂଆ ଘରେ ରହିବା ପାଇଁ ଅଧିକାଂଶ ଲୋକଙ୍କ ମନରେ ଇଛା ରହିଥାଏ। କିନ୍ତୁ ସମସ୍ତଙ୍କର ଇଛା ପୂରଣ ହୋଇ ନଥାଏ। ଘର ପ୍ରସ୍ତୁତ ହୋଇଗଲା ପରେ ମଧ୍ୟ ଲୋକେ ନିଜ ଘରେ ସୁଖରେ ରହି ପାରନ୍ତି ନାହିଁ। ଏହାର କାରଣ ଅନେକ ହୋଇପାରେ, ଯେପରି ବାସ୍ତୁ ଦୋଷ ଏବଂ ଅଶୁଭ ମାସ। ଯଦି ଶୁଭ ମାସରେ ଘର ନିର୍ମାଣ କରାଯାଏ, ତାହେଲେ ପରିବାରରେ ସୁଖ ସମୃଦ୍ଧି ବଜାୟ ରହିଥାଏ।

ଗୃହ ନିର୍ମାଣ ପାଇଁ ଶୁଭ ମୂହୁର୍ତ୍ତ :-

ବର୍ଷର ବାର ମାସରେ ପାଞ୍ଚଟି ମାସ ଗୃହ ନିର୍ମାଣ ପାଇଁ ଅତ୍ୟନ୍ତ ଶୁଭ ଅଟେ। ଏହି ମାସ ଗୁଡ଼ିକ ହେଉଛି – ବୈଶାଖ, ଶ୍ରାବଣ, କାର୍ତ୍ତିକ, ମାର୍ଗଶିର ଏବଂ ଫାଲଗୁନ। ବୈଶାଖ ମାସରେ ଘରର ନିର୍ମାଣ ଆରମ୍ଭ କରିବା ଦ୍ୱାରା ଧନ, ପୁତ୍ର, ସ୍ବାସ୍ଥ୍ୟ ପ୍ରାପ୍ତି ହୋଇଥାଏ। ଶ୍ରାବଣ ମାସରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଦ୍ୱାରା ପଶୁ, ଧନ, ମିତ୍ରଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥାଏ। କାର୍ତ୍ତିକ ମାସରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ପୁତ୍ର, ସ୍ବାସ୍ଥ୍ୟ, ଧନ ପ୍ରାପ୍ତି ହୋଇଥାଏ।

ମାର୍ଗଶିର ମାସରେ ଯଦି ଆପଣ ଘର ବନେଇବା ଆରମ୍ଭ କରିବେ, ତାହେଲେ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବା ସହିତ ଅନ୍ନର କେବେବି ଅଭାବ ହୋଇ ନଥାଏ ଏବଂ ଧନ ବୃଦ୍ଧି ହୋଇଥାଏ। ଫାଲଗୁନ ମାସରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ଶୁଭ ହୋଇଥାଏ। କିଛି ଗ୍ରନ୍ଥରେ ଆଷାଢ଼ ମାସକୁ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶୁଭ ମାନା ଯାଇଛି। ଡିସେମ୍ବର ମାସ ଏବଂ ଜାନୁଆରୀ ମାସରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ବିନାଶକାରୀ ଅଟେ।

ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଅଶୁଭ ମାସ :-

ବାସ୍ତୁ ଶାସ୍ତ୍ରରେ ଚୈତ୍ର, ଜ୍ୟେଷ୍ଠ, ଭାଦ୍ର, ଆଶ୍ୱିନ, ପୌଷ ଏବଂ ମାଘ ମାସ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଅତ୍ୟନ୍ତ ଅଶୁଭ ଅଟେ। ଶାସ୍ତ୍ର ଅନୁସାରେ ଚୈତ୍ର ମାସରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ରୋଗ ଓ ଦୁଃଖଦ ଘଟଣା ଆଦି ଘଟି ଥାଏ। ଜ୍ୟେଷ୍ଠା ମାସରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ କଷ୍ଟ ପ୍ରାପ୍ତ ହୋଇଥାଏ ଏବଂ ମୃତ୍ୟୁ ଆସିବାର ସମ୍ଭାବନା ରହିଥାଏ। ଭଦ୍ର ମାସରେ ଗୃହ ନିର୍ମାଣ ଆରମ୍ଭ କଲେ ବନ୍ଧୁଙ୍କ ସହିତ ମତଭେଦ ହୋଇଥାଏ ଏବଂ ଦାରିଦ୍ର୍ୟତା ଗ୍ରାସ କରିଥାଏ। ଆଶ୍ୱିନ ମାସରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ଘରେ କଳହ ବୃଦ୍ଧି ହୋଇଥାଏ। ପୌଷ ମାସରେ ଘର ଆରମ୍ଭ କଲେ, ଚୋରଙ୍କ ଭୟ ରହିଥାଏ। ମାଘ ମାସରେ କେବେବି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ, କାରଣ ଅଗ୍ନିର ଭୟ ରହିଥାଏ।

Leave a Reply

Your email address will not be published. Required fields are marked *