ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଘରକୁ ଆଣନ୍ତୁ ଏହି ୬ ଗୋଟି ଜିନିଷ, ଆପଣଙ୍କର କେବେବି ଧନର ଅଭାବ ରହିବ ନାହିଁ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ୨୦୨୨ ମସିହା ଏବେ ଶେଷ ହେବା ପାଇଁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି। ସମସ୍ତଙ୍କର ଆଶା କି,୨୦୨୩ ମସିହା ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ୨୦୨୩ କୁ ସ୍ୱାଗତ କରିବା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଏଥିପାଇଁ ଲୋକଙ୍କ ମନରେ ସ୍ନେହ, ପ୍ରେମ, ଉତ୍ସାହ ଭରି ରହିଛି। ବାସ୍ତୁ ଶାସ୍ତ୍ର ଅନୁସାରେ ନୂଆ ବର୍ଷ ଆରମ୍ଭରେ କିଛି ଏଭଳି ଜିନିଷ ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ।

ଯାହାଦ୍ଵାରା ଘରେ ନକାରାତ୍ମକ ଶକ୍ତିର ନାଶ ହୋଇ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ଏବଂ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ଏଭଳି ଅନେକ ଶୁଭ ଜିନିଷ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଘରକୁ ଆଣିବା ଦ୍ଵାରା ଘରୁ ଦାରିଦ୍ର୍ୟତା ଦୂର ହୋଇ ଯାଇଥାଏ। ତେବେ ଆସନ୍ତୁ ସେହି ଶୁଭ ଜିନିଷ ବିଷୟରେ ବିସ୍ତାର ରୂପରେ ଜାଣିବା।

ମୟୂର ପର:-

ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ହେଉଛି ମୟୂର ପର। ଘରେ ମୟୂର ପର ରହିଲେ, ଘରେ ଦେବୀ ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି। ଯଦି ଆପଣ ନିଜ ଘରେ ସୁଖଶାନ୍ତି ଚାହୁଁଛନ୍ତି, ତାହେଲେ ନୂଆବର୍ଷରେ ନିଶ୍ଚିତ ଭାବରେ ମୟୂର ପର ଆଣି ରଖନ୍ତୁ। ଦେଖିବେ ସାରା ବର୍ଷ ଆପଣଙ୍କ ଭାଗ୍ୟ ସୁଦୃଢ ରହିବ।

ତୁଳସୀ ଗଛ :-

ସନାତନ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ମାନା ଯାଇଛି। ମାନ୍ୟତା ଅନୁସାରେ ଯେଉଁ ଘରେ ତୁଳସୀ ଗଛ ସତେଜ ଓ ସବୁଜମୟ ରହିଥାଏ, ସେହି ଘରେ କେବେବି ଧନର ଅଭାବ ହୁଏ ନାହିଁ ଏବଂ ସେଠାରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। ଯଦି ଆପଣଙ୍କ ଘରେ ତୁଳସୀ ଗଛ ଶୁଖି ଯାଇଛି ତାହେଲେ ଖୁବ୍ ଶୀଘ୍ର ତାକୁ ଉପାଡ଼ି ନୂଆବର୍ଷରେ ନୂଆ ତୁଳସୀ ଗଛ ଘରର ଅଗଣାରେ ରୋପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ।

ରୁପାର ହାତୀ :-

ନୂଆବର୍ଷର ଆରମ୍ଭରେ ଆପଣ ଘରକୁ ରୁପାର ହାତୀ ଆଣନ୍ତୁ। ଏହା ଘର ପାଇଁ ଅତ୍ୟନ୍ତ ଶୁଭ ଅଟେ। ବାସ୍ତୁ ଶାସ୍ତ୍ର ଅନୁସାରେ ରୁପାର ହାତୀର ଚମତ୍କାରୀ ପ୍ରଭାବ ଘର ଉପରେ ପଡ଼ିଥାଏ। ଏହାକୁ ଅଫିସ, କାର୍ଯ୍ୟକ୍ଷେତ୍ରରେ ମଧ୍ୟ ରଖି ପାରିବେ। ଏହାକୁ ରଖିବା ଦ୍ଵାରା ରାହୁ ଓ କେତୁଙ୍କ ଖରାପ ପ୍ରଭାବ ସମାପ୍ତ ହୋଇଥାଏ। ଏହାସହିତ ବ୍ୟାପାର କ୍ଷେତ୍ରରେ ଉନ୍ନତି ହୋଇଥାଏ।

ଧାତୁର କଇଁଛ :-

ନୂଆବର୍ଷର ଆରମ୍ଭରେ କୌଣସି ଧାତୁର କଇଁଛ ନିଶ୍ଚିତ ଭାବରେ ଘରକୁ ଆଣିବା ଉଚିତ। ଅଧିକାଂଶ ଲୋକେ କାଠ ବା ମାଟିର କଇଁଛ ଆଣି ଘରେ ରଖିଥାନ୍ତି। କିନ୍ତୁ ଏହା ଶୁଭ ହୋଇ ନଥାଏ। ପିତ୍ତଳ, ତମ୍ବା, ରୂପା, କାଚର କଇଁଛ ଘରେ ରଖିବା ଉଚିତ। ଏହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏହାକୁ ଉତ୍ତର ଦିଗରେ ରଖିବା ଦ୍ଵାରା ନକାରାତ୍ମକ ଉର୍ଜା ସମାପ୍ତ ହୋଇଥାଏ। ଏହାସହିତ ଘର ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କର କୃପା ରହିଥାଏ।

Leave a Reply

Your email address will not be published. Required fields are marked *