ମାର୍ଗଶୀର୍ଷ ପୂର୍ଣ୍ଣିମାରେ ଦେବୀ ଲକ୍ଷ୍ମୀ ସମସ୍ତ ଦୁଃଖକଷ୍ଟ ହରଣ କରି ନେବେ, କେବଳ ଏହି ସ୍ଥାନରେ ଗୋଟେ ମୁଦ୍ରା ରଖି ଦିଅନ୍ତୁ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମାର୍ଗଶୀର୍ଷ ପୂର୍ଣ୍ଣିମା ଏଥର ଡିସେମ୍ବର ୭ ତାରିଖ ବୁଧବାର ଦିନ ପଡ଼ିବାକୁ ଯାଉଛି। ଏହିଦିନ ମହିଳା ମାନେ ପୋଖରୀ ବା ନଦୀରେ ଗାଧୋଇବା ଆବଶ୍ୟକ ଏବଂ ବ୍ରତ ରଖିବା ଦ୍ଵାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ମାର୍ଗଶୀର୍ଷ ପୂର୍ଣ୍ଣିମା ଅତ୍ୟନ୍ତ ଶୁଭ ଓ ମଙ୍ଗଳକାରୀ ଅଟେ। ଏହିଦିନ କରାଯାଇଥିବା ଦାନ, ତପ, ପୂଜାର୍ଚ୍ଚନାର ଶୁଭ ଫଳ ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ଏହି ପୂର୍ଣ୍ଣିମାରେ କେଉଁ କାର୍ଯ୍ୟ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ, ବିସ୍ତାର ରୂପରେ ଜାଣିବା।ମାର୍ଗଶୀର୍ଷ ପୂର୍ଣ୍ଣିମା ଦିନ ଯଦି ଆପଣ ନିଜ ଘରେ ସ୍ନାନ କରୁଛନ୍ତି, ତାହେଲେ ତୁଳସୀ ଗଛ ମୂଳରେ ଅଳ୍ପ ମାଟି ଆଣି ଗାଧୋଇବା ପାଣିରେ ମିଶାଇ ସ୍ନାନ କରନ୍ତୁ।

ଏହି ପୂର୍ଣ୍ଣିମାରେ ବ୍ରତ ରଖିବା ପାଇଁ ଶୁଭ ମୁହୂର୍ତ୍ତ ହେଉଛି ଡିସେମ୍ବର ୭ ତାରିଖ ସକାଳ ୮:୦୧ ଘଟିକା ଠାରୁ ଆରମ୍ଭ ହୋଇ ଡିସେମ୍ବର ୮ ତାରିଖ ସକାଳ ୯:୩୭ ମିନିଟରେ ସମାପନ ହେବ। ଉପବାସ କରି ଆପଣ ଦ୍ବିପ୍ରହର ସମୟରେ ଶୁଅନ୍ତୁ ନାହିଁ। ଯଦି ଆପଣ ପୂର୍ଣ୍ଣିମା ଦିନ କାହା ଠାରୁ ଟଙ୍କା ଆଣୁଛନ୍ତି, ତାହେଲେ ଭଲଭାବରେ ହାର ମୁଠା କରି ଧରନ୍ତୁ।

ଯଦି ଆପଣ କାହାକୁ ଟଙ୍କା ଦାନ କରୁଛନ୍ତି ତାହେଲେ ଅଯୁଗ୍ମ ଭାବରେ ଅର୍ଥାତ୍ ୧୧,୨୧ ଏହିଭଳି ଦିଅନ୍ତୁ। ଗୋଟେ ଲାଲ କପଡ଼ାରେ ଗୋଟେ ମୁଦ୍ରା ଏବଂ ଗୋଟେ ଲବଙ୍ଗ ରଖି ବାନ୍ଧି ଦିଅନ୍ତୁ ଏବଂ ଏହାକୁ ଦେବୀ ଲକ୍ଷ୍ମୀଙ୍କର ଚରଣରେ ରଖି ଦିଅନ୍ତୁ। ଗୋଟେ କଳସି ଉପରେ ମାଟି ଦୀପ ରଖନ୍ତୁ। ଦୀପ ମଧ୍ୟରେ ସିନ୍ଦୁରରେ ସ୍ଵସ୍ତିକ ଚିହ୍ନ ବନାନ୍ତୁ। ତାପରେ ଏଥିରେ ଗୋଟେ ମୁଦ୍ରା ରଖି ପାଣି ଦିଅନ୍ତୁ। ପରଦିନ ଏହି ପାଣିକୁ ଗଛରେ ଢ଼ାଳି ଦିଅନ୍ତୁ।

ଗୋଟେ ମାଟି କଳସରେ ଚାଉଳ ରଖି ସେଥିରେ ଦୁବ ଘାସ ଓ ଗୋଟେ ମୁଦ୍ରା ରଖନ୍ତୁ। ଏହାକୁ ଘରର ଉତ୍ତର ଦିଗରେ ରଖନ୍ତୁ। ଦେଖିବେ ଘରେ ଧନଧାନ୍ୟ ବୃଦ୍ଧି ହେବ।ଯଦି ଆପଣ ପ୍ରତ୍ୟେକଦିନ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ଏବଂ ଦକ୍ଷିଣା ସ୍ୱରୂପ ମୁଦ୍ରା ଦେଉଛନ୍ତି। ତାହେଲେ ଆପଣଙ୍କ ଜୀବନରେ କେବେବି ଅର୍ଥର ଅଭାବ ରହିବ ନାହିଁ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

Leave a Reply

Your email address will not be published. Required fields are marked *