ରାତି ହେବା ପରେ ଏହି ଭୁଲ କରୁଥିଲେ ହୋଇ ଯାଆନ୍ତୁ ସତର୍କ । ନଚେତ ହୋଇପାରେ ଗମ୍ଭୀର ସମସ୍ୟା

ଶୋଇବା ମନୁଷ୍ୟ ଜୀବନର ଏକ ବିଶେଷ କାର୍ଯ୍ୟ ହୋଇଥାଏ । ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଲୋକେ ରାତିରେ କରିଥାନ୍ତି । ମାତ୍ର ରାତିରେ ଶୋଇବା ପୂର୍ବରୁ କିଛି କାମ ଅଛି ଯାହାକୁ କରିନେବା ଉଚିତ । କିଛି କାମ ଅଛି ଯାହାକୁ ମହିଳା କିମ୍ବା ପୁରୁଷ ବିଳମ୍ବିତ ରାତି ପର୍ଯ୍ୟନ୍ତ କରିବା ଉଚିତ ନୁହେଁ । ସ୍ୱାମୀ ସ୍ତ୍ରୀ ଏହି କାମ କରି ସାରିବା ପରେ ହିଁ ଶୋଇବା ଉଚିତ ।

୧ . ପ୍ରେମ ସମ୍ବନ୍ଧ ପାଇଁ କୌଣସି ଖାସ ସମୟ ନାହିଁ । ମାତ୍ର ଏହି କାମ ପାଇଁ ରାତି ସମୟ ଉପଯୁକ୍ତ ନୁହେଁ । ପ୍ରେମର ଲାଳସା ଏବଂ ଇଚ୍ଛା ରାତି ୧୨ ରୁ ସକାଳ ୬ ମଧ୍ୟରେ ଅଧିକ ବଢ଼ିଥାଏ । ମାତ୍ର ୧୨ ରୁ ୩ ପର୍ଯ୍ୟନ୍ତ ପ୍ରେମ ସମ୍ବନ୍ଧ ବନାଇବା ଉଚିତ । ୩ ପରେ ସମୟ ଆଦୋୖ ଉପଯୁକ୍ତ ନୁହେଁ କାରଣ ତାହା ଶୁଭ ମୁହୂର୍ତ୍ତ କିମ୍ବା ବ୍ରହ୍ମ ମୁହୂର୍ତ୍ତ ହୋଇଥାଏ । ଯେଉଁ ସମୟରେ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ । ତେଣୁ ଏହି ସମୟରେ ସମ୍ଭୋଗ କରିବା ଉଚିତ ନୁହେଁ ।

୨ . ଗରୁଡ଼ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ବିଳମ୍ବିତ ରାତି ପର୍ଯ୍ୟନ୍ତ ବିନା କୌଣସି ମୁହୂର୍ତ୍ତରେ ପୂଜା ପାଠ କରିଥାଏ ସେହି ବ୍ୟକ୍ତିକୁ ପୂଜାର ଫଳ ମିଳି ନଥାଏ । ଏହି ପୂଜାର ଫଳ ପ୍ରେତାତ୍ମାକୁ ଯାଇଥାଏ ବୋଲି କୁହାଯାଏ । ଏପରି କୁହାଯାଏ ଯେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂଜାପାଠ କଲେ ଘରକୁ ନକରାତ୍ମକ ଶକ୍ତି ଆକର୍ଷିତ ହୋଇଥାଏ । ତେଣୁ ରାତି ୧୧ଟା ପୂର୍ବରୁ ପୂଜାପାଠ କରିନେବା ଉଚିତ ।

୩ . ରାତିରେ ଶୋଇବା ପୂର୍ବରୁ ହାତ , ଗୋଡ଼ ଏବଂ ମୁହଁ ଧୋଇ ନେବା ଉଚିତ । ନଚେତ ମନୁଷ୍ୟ କୌଣସି ଗମ୍ଭୀର ରୋଗରେ ପଡ଼ିପାରେ । କାରଣ ବ୍ୟକ୍ତି ଉପରେ ନକରାତ୍ମକତା ପ୍ରଭାବ ପକାଇ ପାରେ ।

୪ . ରାତିରେ ଶୋଇବା ପୂର୍ବରୁ ହାଲୁକା ଉଷୁମ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ତେଣୁ ପରିବାରର ସବୁ ସଦସ୍ୟ ଏହି ନିୟମ ମାନିବା ଉଚିତ । ଏହା ଶରୀର ପାଇଁ ଅମୃତ ସମାନ ହୋଇଥାଏ ।

୫ . ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ନିଜର ପୁରା ଦିନର ଆକଳନ କରିବା ବୁଦ୍ଧିମାନର କାମ ହୋଇଥାଏ । ଏହାଦ୍ବାରା ଆପଣଙ୍କୁ ନିଜର ଭୁଲ ବିଷୟରେ ଜଣା ପଡ଼ିଥାଏ । ଏହାବ୍ୟତୀତ ଆପଣଙ୍କ ଦ୍ୱାରା କଣ ଖରାପ କାମ ହୋଇଛି , କେଉଁ କାମକୁ କରବା ଉଚିତ ନୁହେଁ ସେହି ବିଷୟରେ ଭାବିବାକୁ ସମୟ ମିଳିବ । ଯାହାଦ୍ୱାରା ଆପଣ ଆଗାମୀ ଦିନ ଆପଣ ଏକ ସୁନ୍ଦର ଆରମ୍ଭ କରି ପାରିବେ ।

୬ . ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ସେମିତି ରଖି ଶୁଅନ୍ତୁ ନାହିଁ । ନଚେତ ଏହାଦ୍ବାରା ଘର ଉପରକୁ ଗମ୍ଭୀର ରୋଗ ଆସିବ । ତେଣୁ ରାତିରେ ଅଇଁଠା ବାସନ ଧୋଇ ସାରିବା ପରେ ହିଁ ଶୋଇବାକୁ ଯାଆନ୍ତୁ । ବାସ୍ତୁ ଅନୁଯାୟୀ ମଧ୍ୟ ଏହା ଉଚିତ ହୋଇ ନଥାଏ ।

୭ . ରାତିରେ ପୋଷାକ ଧୋଇବା ଏବଂ ଶୁଖାଇବା ଉଚିତ ନୁହେଁ । କାରଣ ଏହି ସମୟରେ ଅଧିକ ନକରାତ୍ମକତା ରହିଥାଏ ଯାହା ଆପଣଙ୍କ ପୋଷାକରେ ପ୍ରବେଶ କରିଥାଏ । ଏହାଦ୍ବାରା ଆପଣଙ୍କ ଜୀବନରେ ଅନେକ ସମସ୍ୟା ଆସିଥାଏ । ତେବେ ଦିନ ସମୟ ଲୁଗା ସଫା ଏବଂ ଶୁଖାଇବା ପାଇଁ ଉତ୍ତମ ହୋଇଥାଏ । ଏହାବ୍ୟତୀତ ଓଦା ଲୁଗାକୁ ଖରାରେ ଶୁଖାଇବା ଦ୍ୱାରା ସେଥିରେ ଥିବା ନକରାତ୍ମକତା ଏବଂ ଜୀବାଣୁ ମଧ୍ୟ ନାଶ ହୋଇଥାଏ ।

Leave a Reply

Your email address will not be published. Required fields are marked *