ଏହି ଦିଗରେ ଆଲମାରୀ ରଖିବା ଦ୍ଵାରା ଦେବୀ ଲକ୍ଷ୍ମୀଙ୍କ କୃପାରୁ ହୋଇଥାଏ ଧନର ବର୍ଷା।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଅଧିକ ଧନ ପ୍ରାପ୍ତି କରିବା ପାଇଁ ଘରେ ଆଲମାରୀକୁ କେଉଁ ଦିଗରେ ରଖିବା ଆବଶ୍ୟକ। ଅଧିକାଂଶ ଲୋକେ ଅର୍ଥକୁ ସଞ୍ଚୟ କରିବା ପାଇଁ ସାଧାରଣତଃ ଆଲମାରୀ ବ୍ୟବହାର କରିଥାନ୍ତି। ଆଲମାରୀକୁ ଭୁଲ ଦିଗରେ ରଖିବା ଦ୍ଵାରା ଘରେ ଆର୍ଥିକ ସଙ୍କଟ ଦେଖା ଦେଇଥାଏ।

ଏହାସହିତ ଘରର ମୁଖିଆଙ୍କ ଉପରେ ଘୋର ସଙ୍କଟ ଗ୍ରାସ କରିଥାଏ।ଯଦି ଘରର ଆଲମାରୀକୁ ବାସ୍ତୁ ଶାସ୍ତ୍ର ଅନୁସାରେ ସଠିକ ସ୍ଥାନରେ ରଖା ଯାଇଥାଏ, ତାହେଲେ କେବେବି ଧନହାନୀ ହେବ ନାହିଁ ଏବଂ ଦେବୀ ଲକ୍ଷ୍ମୀଙ୍କର କୃପା ସର୍ବଦା ପରିବାର ଉପରେ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଦିଗରେ ଆଲମାରୀ ରଖିବା ଶୁଭ ହୋଇଥାଏ ଏବଂ କେଉଁ ଦିଗରେ ଆଲମାରୀ ରଖିବା ଉଚିତ ନୁହେଁ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପ୍ରତ୍ୟେକ ଜିନିଷ ସଠିକ ସ୍ଥାନରେ ରଖିବା ଉଚିତ। ଯାହାଫଳରେ ଏହାର ଶୁଭ ଫଳ ପ୍ରାପ୍ତି ହେବ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗରେ ଆଲମାରୀ, ଗହଣା, ଟଙ୍କାପଇସା ଆଦି ରଖିବା ଅତ୍ୟନ୍ତ ଶୁଭ ମାନା ଯାଇଛି। କାରଣ ଏହି ଦିଗର ସ୍ବାମୀ ଭଗବାନ କୁବେରଙ୍କ ସ୍ଥାନ ଅଟେ। ତେଣୁ ଆପଣ ସର୍ବଦା ନିଜ ଗହଣା ଆଜି ଉତ୍ତର ଦିଗରେ ରଖନ୍ତୁ। ଏହାଦ୍ବାରା ଟଙ୍କା ପଇସା ବୃଦ୍ଧି ହୋଇଥାଏ ଏବଂ ଦେବୀ ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରକୁ ଆଗମନ କରିଥାନ୍ତି।

ଘରେ ଆପଣ ଦକ୍ଷିଣ ଦିଗରେ ଆଲମାରୀ ରଖି ପାରିବେ। କିନ୍ତୁ ଏହି ଆଲମାରୀର ମୁହଁ ଉତ୍ତର ଦିଗ ଆଗକୁ ରହିବା ଜରୁରୀ ଅଟେ। କାରଣ ବାସ୍ତୁ ଶାସ୍ତ୍ର ଅନୁସାରେ ଆଲମାରୀକୁ କେବେବି ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ରଖିବା ଉଚିତ ନୁହେଁ। ଏହି ଦିଗ ଆଡ଼କୁ ମୁହଁ କରି ଆଲମାରୀ ରଖିଲେ ଅର୍ଥ କେବେବି ତିଷ୍ଠି ନଥାଏ। ଧନସଂପତ୍ତି ବୃଦ୍ଧି ହୋଇ ନଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପୂର୍ବ ଦିଗରେ ମଧ୍ୟ ଆଲମାରୀ ରଖିବା ଶୁଭ ହୋଇଥାଏ। ପୂର୍ବ ଦିଗ ସବୁଠାରୁ ଶୁଭ ବୋଲି ମାନା ଯାଇଛି। ଘରର ଦକ୍ଷିଣ ପଶ୍ଚିମ ଦିଗରେ ଆଲମାରୀ ବା ଗହଣା, ଟଙ୍କାପଇସା ଆଦି ରଖିବା ଶୁଭ ହୋଇଥାଏ। ଏହାଦ୍ବାରା ଧନ ବୃଦ୍ଧି ହୋଇଥାଏ। ଘରେ ସୁଖଶାନ୍ତି ବିରାଜମାନ କରିଥାଏ। ଅର୍ଥ ସଙ୍କଟ ଦେଖା ଦିଏ ନାହିଁ।

Leave a Reply

Your email address will not be published. Required fields are marked *