ହିନ୍ଦୁ ଘରେ ତୁଳସୀ ଗଛ ରଖିବାର ପରମ୍ପରା ରହିଛି । ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ଯେତିକି ଜରୁରୀ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ତାହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ ସର୍ବଦା ସୁଖ ସମୃଦ୍ଧି ବଜାୟ ରହିଥାଏ । ଯେଉଁ ଘରର ମହିଳା ତୁଳସୀ ପୂଜା କରନ୍ତି ନାହିଁ ସେହି ଘରେ ସର୍ବଦା କ୍ଳେଶ ରହିଥାଏ ଏବଂ ଘରକୁ ଦାରିଦ୍ର୍ୟତା ଆସିଥାଏ । ଏହାବ୍ୟତୀତ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କ ଅର୍ଦ୍ଧାଙ୍ଗିନୀ କୁହାଯାଏ ।
କୁହାଯାଏ ଯେ ତୁଳସୀ ଗଛକୁ ପୂଜାକଲେ ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ୍ନ ହୁଅନ୍ତି । ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ଉଭୟ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଖୁସି ହୁଅନ୍ତି ଯାହାଦ୍ୱାରା ଘରେ କେବେବି କୌଣସି ପ୍ରକାରର ଆର୍ଥିକ ସମସ୍ୟା ଦେଖା ଦିଏନାହିଁ ଏବଂ କୌଣସି ପ୍ରକାରର ପାରିବାରିକ କଳହ କ୍ଳେଶ ମଧ୍ୟ ଦେଖା ଦିଏନାହିଁ ।
ଆଜି ଆମେ ଆପଣଙ୍କୁ ତୁଳସୀ ଗଛର କିଛି ଖାସ ମହତ୍ତ୍ୱ ଏବଂ କେଉଁ ପ୍ରକାରର ତୁଳସୀ ଗଛ ଘରେ ଲଗାଇବା ଶୁଭ ହୋଇଥାଏ ସେହି ବିଷୟରେ କହିବୁ । ତୁଳସୀ ଗଛକୁ କେବେବି ଛାତ ଉପରେ ଲଗାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।ତୁଳସୀ ଗଛକୁ ଅନ୍ଧାର ସ୍ଥାନରେ ରଖିବା ଉଚିତ ନୁହେଁ ନଚେତ ଆର୍ଥିକ ସମସ୍ୟା ଆରମ୍ଭ ହୋଇଯାଏ । ତୁଳସୀ ଗଛକୁ ସର୍ବଦା ସେହି ସ୍ଥାନରେ ରଖିବା ଉଚିତ ଯେଉଁଠି ସମ୍ପୂର୍ଣ୍ଣ ଅନ୍ଧାରୁଆ ନଥିବ କିମ୍ବା ଟାଣ ସୂର୍ଯ୍ୟ କିରଣ ମଧ୍ୟ ପଡ଼ୁ ନଥିବ ।
ଏହାଦ୍ବାରା ତୁଳସୀ ଗଛ ସର୍ବଦା ସବୁଜ ଏବଂ ଭରପୁର ରହିଥାଏ । ତୁଳସୀ ଗଛ ପାଖରେ ଗଣେଶ କିମ୍ବା ଶିବ ମୂର୍ତ୍ତି ରଖନ୍ତୁ ନାହିଁ । ତୁଳସୀ ଗଛରେ ସର୍ବଦା ପରିଷ୍କାର ଏବଂ ପିଇବା ଉପଯୋଗି ପାଣି ଦିଅନ୍ତୁ । ନଚେତ ମାତା ତୁଳସୀଙ୍କ ଅପମାନ ହୋଇଥାଏ । ତୁଳସୀ ଗଛକୁ କେବେବି ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । ବାସ୍ତୁ ଅନୁଯାୟୀ ଐଶାନ୍ୟ ଦିଗ ତୁଳସୀ ଗଛ ପାଇଁ ସବୁଠାରୁ ଶ୍ରେଷ୍ଠ ଅଟେ ।
ତୁଳସୀ ଗଛ ପାଖରେ କେବେବି ଝାଡୁ , ଅଳିଆ କିମ୍ବା ଜୋତା ରଖିବା ଉଚିତ ନୁହେଁ । ସାଧରଣତଃ ତୁଳସୀ ପାଞ୍ଚ ପ୍ରକାରର ହୋଇଥାଏ । ଯଥା କୃଷ୍ଣ ତୁଳସୀ , ରାମ ତୁଳସୀ , ବନ ତୁଳସୀ , ବିଷ୍ଣୁ ତୁଳସୀ ଏବଂ ଶ୍ୱେତ ତୁଳସୀ । ଏଥିମଧ୍ୟରୁ ରାମ ତୁଳସୀର ଅଧିକ ମହତ୍ତ୍ୱ ରହିଛି ଏବଂ ଏହା ସବୁଥିରେ ବ୍ୟବହୃତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଘରେ ରାମ ଏବଂ କୃଷ୍ଣ ତୁଳସୀ ବ୍ୟତୀତ ଅନ୍ୟ ତୁଳସୀ ରଖିବା ଶୁଭ ହୋଇ ନଥାଏ ।
ଯେଉଁ ଘରର ତୁଳସୀ ଗଛର ପତ୍ର ଶୁଖି ଯାଉଛି କିମ୍ବା ହଳଦିଆ ପଡ଼ି ଯାଉଛି ତେବେ ସେହି ଘର ଉପରେ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ରହିଛି ଏବଂ ସେହି ଘର ଉପରକୁ କୌଣସି ବଡ଼ ସମସ୍ୟା ଆସିବାକୁ ଯାଉଛି । ଯଦି ଏପରି ତୁଳସୀ ଗଛ ଥାଏ ତେବେ ତାହାକୁ ତୁରନ୍ତ ବାହାର କରି ନୂଆ ଗଛ ଲଗାଇ ଦିଅନ୍ତୁ ।
ତୁଳସୀ ଗଛ ପାଖରେ କାହାରି ଅକାଳ ମୃତ୍ୟୁ ହୋଇଥିଲେ ସେହି ଗଛକୁ ତୁରନ୍ତ ହଟାଇ ନୂଆ ଗଛ ଲଗାନ୍ତୁ ଏବଂ ସେହି ଗଛର ଯତ୍ନ ନିଅନ୍ତୁ । ଏକାଦଶୀ ଦିନ ତୁଳସୀ ଗଛର ପତ୍ର ଛିଡାଇବା ଭଲ ହୋଇନଥାଏ । ତେଣୁ ପୂର୍ବ ଦିନ ହିଁ ତୁଳସୀ ପତ୍ର ଛିଡ଼ାଇ ରଖନ୍ତୁ । କିମ୍ବା ତୁଳସୀ ଗଛ ତଳେ ପଡିଥିବା ପତ୍ରକୁ ନେଇ ନିଅନ୍ତୁ । ତୁଳସୀ ପତ୍ର ଏବଂ ବେଲ ପତ୍ରକୁ କେବେବି ବାସୀ ମାନା ଯାଏ ନାହିଁ ।ଏକାଦଶୀ ଦିନ ତୁଳସୀ ପତ୍ର ଛିଡ଼ାଇବା ଦ୍ୱାରା ତୁଳସୀଙ୍କୁ କଷ୍ଟ ହୋଇଥାଏ ।
ରବିବାର ଦିନ ମଧ୍ୟ ତୁଳସୀ ପତ୍ର ଛିଡ଼ାଇବା ବର୍ଜିତ ଅଟେ । କାରଣ ଏହିଦିନ ମାତା ତୁଳସୀ , ଭଗବାନ ବିଷ୍ଣୁଙ୍କ ତପସ୍ୟା କରନ୍ତି । ତେଣୁ ଏହିଦିନ ପତ୍ର ଛିଡ଼ାଇବା ଏବଂ ଜଳ ଅର୍ପଣ କରିବା ବର୍ଜିତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଯଦି ସଂକ୍ରାନ୍ତି ଦିନ ଆପଣଙ୍କ ଘରେ କାହାରି ଜନ୍ମ ହୋଇଛି ତେବେ ଯେତେ ପର୍ଯ୍ୟନ୍ତ ତାଙ୍କର ନାମକରଣ ହୋଇନାହିଁ ସେତେବେଳେ ତୁଳସୀ ପତ୍ର ଛିଡ଼ାନ୍ତୁ ନାହିଁ ।