ଏହି ଗୋଟିଏ ପ୍ରାଣୀ ଘରକୁ ଆସିବା ମାତ୍ରେ ହିଁ ଘରକୁ ପାଣି ରେ ଧୋଇଦେବେ ଏହି ପ୍ରାଣୀ ଘରକୁ ଆସିବା ଦ୍ୱାରା ଘରେ ମୁତ୍ୟୁ ହୋଇଯାଏ |

ବନ୍ଧୁଗଣ ଏହି 5 ପ୍ରାଣୀ ଘରେ ପ୍ରବେଶ କରିବା ଦ୍ୱାରା ଘର ବର୍ବାଦ ହୋଇଯାଏ | ଏହି ପ୍ରାଣୀ ଘରେ ଯେଉଁଠି ବି ଦେଖାଯିବ ତୁରନ୍ତ ତାକୁ ବାହାର କରିଦିଅନ୍ତୁ | ବନ୍ଧୁଗଣ ପଶୁ ପାଳିବା ଭଲ କଥା ହୋଇଥାଏ, ଜୀବ ଜନ୍ତୁ ପାଳିବା ଦ୍ୱାରା ବ୍ୟକ୍ତିର ଭାଗ୍ୟ ଉଦୟ ହୋଇଥାଏ | ଏହି କଥା ସତ କି ପଶୁ ପାଳିବା ଦ୍ୱାରା ମନୁଷ୍ୟ ର ଅତୀତ ଏବଂ ଭବିଷ୍ୟତ ର ସମସ୍ତ ପାପ ଶେଷ ହୋଇଯାଏ | କିନ୍ତୁ କଣ ଆପଣ ଜାଣିଛନ୍ତି କିଛି ଏମିତି ପ୍ରାଣୀ ଅଛନ୍ତି ଯାହା ଆପଣଙ୍କ ଘରକୁ ଆସିବା ଦ୍ଵାରା ଘର ପରିବାର କାଙ୍ଗାଳ ହୋଇଯାଏ |

ଘରେ ଛୋଟ ବଡ ସମସ୍ୟା ଆସିବାକୁ ଲାଗେ, ଦୂରତା ବଢିଯାଏ | ଆପଣଙ୍କୁ କହିରଖୁଛୁ ଏହି ପ୍ରାଣୀ ଏତେ ଅଶୁଭ ହୋଇଥାଏ କି ଏହା ଘରକୁ ଆସିବା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ଖରାପ ହୋଇଥାଏ | ଏବଂ ଏହି ପ୍ରାଣୀ ବାରମ୍ବାର ଆସିବା ଦ୍ୱାରା ଏହାକୁ ଅଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ | ଏଥି ମଧ୍ୟରୁ କିଛି ଏମିତି ପ୍ରାଣୀ ଅଛନ୍ତି ଯାହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ | ବିଶ୍ୱାସ ରହିଛି କି ଏହି ପ୍ରାଣୀ ଘରକୁ ଆସିବା ଦ୍ୱାରା ଆପଣ ବର୍ବାଦ ହୋଇଯାନ୍ତି ଏବଂ ଆପଣ କେବେ ବି ଗରିବ ହୋଇପାରନ୍ତି | ତେବେ ଆସନ୍ତୁ ଜାଣିବା ;

1. କୁକୁର – କୁକୁର ର ସେବା କରିବା ଦ୍ୱାରା ମନୁଷ୍ୟ କୁ ସୁଖ ଏବଂ ପୁର୍ଣ୍ୟ ପ୍ରାପ୍ତି ହୋଇଥାଏ | କିନ୍ତୁ ଶାସ୍ତ୍ର ଅନୁସାରେ ଯେବେ କୌଣସି ମଇଳା କୁକୁର ଆପଣଙ୍କ ଘରକୁ ଆସିଯାଏ ତ ଅର୍ଥାତ ଆପଣଙ୍କ ଘରକୁ ପ୍ରବେଶ କରିଯାଏ | ତେବେ ଏଥିରୁ ଏହା ସୂଚନା ମିଳିଥାଏ କି ଆପଣ ଙ୍କ ଘର ନିକଟ ଭବିଷ୍ୟତ ରେ ଦରିଦ୍ର ହେବାକୁ ଯାଉଛି | ବନ୍ଧୁଗଣ ଗୋଟିଏ ମଇଳା କୁକୁର ସର୍ବଦା ନକାରାତ୍ମକ ଉର୍ଜା ସଂଚାର କରିଥାଏ | ମାନ୍ୟତା ଅଛି କି ମଇଳା କୁକୁର ରାହୁ କେତୁ ଙ୍କୁ ବଢ଼େଇଥାଏ | ଏବଂ ଏହା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ଅପ୍ରସନ୍ନ ହୋଇଥାନ୍ତି ସେଥିପାଇଁ ଘରକୁ ମଇଳା କୁକୁର ଆସିବା ମାତ୍ରେ ହିଁ ଘରକୁ ଗଙ୍ଗାଜଳ ରେ ଅବଶ୍ୟ ଧୋଇବା ଉଚିତ |

2. ବାଦୁଡ଼ି – ବନ୍ଧୁଗଣ ବାଦୁଡ଼ି କୁ ଅଶୁଭ ବୋଲି ମାନାଯାଏ | ଏହା ଯେବେ ବି ଆସିଥାଏ କିଛି ନା କିଛି ସମସ୍ୟା ଏବଂ ଅଶୁଭତା ଆଣିଥାଏ | ଏହା ସର୍ବଦା ନକାରାତ୍ମକ ଶକ୍ତି କୁ ସାଥିରେ ନେଇ ଆସିଥାଏ, ଏବଂ ବାଦୁଡ଼ି ଘରେ ବାସ କରିବା ଦ୍ୱାରା ପ୍ରେତଆତ୍ମା ମଧ୍ୟ ବାସ କରିଥାଏ | ଏହା ଆପଣଙ୍କ ନବ ଗ୍ରହ କୁ ନାଶ କରିଥାଏ ଆପଣଙ୍କ କୌଣସି ବି ମାଙ୍ଗଳିକ କାର୍ଯ୍ୟ ରେ ବାଧା ଦେଇଥାଏ | ବାଦୁଡ଼ି ଅକାଳ ମୁତ୍ୟୁ କୁ ସାଥିରେ ନେଇ ଆସିଥାଏ, ଏହା ଆପଣଙ୍କ ପରିବାର କୁ ନଷ୍ଟ କରିଥାଏ | ତେବେ ଯଦି ଆପଣଙ୍କ ଘରେ ବାଦୁଡ଼ି ଘର କରିଦେଇଛି ତେବେ ତୁରନ୍ତ ଏହାକୁ ହଟେଇ ଦିଅନ୍ତୁ |

3. ବିଲେଇ – ହିନ୍ଦୁ ଧର୍ମ ଅନୁଯାଇ ଘରେ ବିଲେଇ ପାଳିବା ଅଶୁଭ ବୋଲି କୁହାଯାଇଛି | ଯଦି ଆପଣଙ୍କ ଘରକୁ ବାରମ୍ବାର ବିଲେଇ ଆସୁଛି ତେବେ ଏହା ମଧ୍ୟ ଅଶୁଭ ହୋଇଥାଏ କାରଣ ଏହାକୁ ରାହୁ କେତୁ ର ସବାରୀ ବୋଲି ମାନା ଯାଇଛି | ଶାସ୍ତ୍ର ଅନୁସାରେ ବିଲେଇ ପାଦ ର ଧୂଳି ଯେଉଁ ସ୍ଥାନ ରେ ପଡେ ସେଇଠି ନକାରାତ୍ମକ ଉର୍ଜା ପ୍ରଭାବିତ ହୋଇଥାଏ | ଯଦି ବାରମ୍ବାର ବିଲେଇ ଆପଣଙ୍କ ଘରକୁ ଆସୁଛି ତେବେ ସତ୍ୟନାରାୟଣ କଥା ପାଠ କରିବା ଉଚିତ | କାରଣ ବିଲେଇ କୁ ଅଶୁଭ ବୋଲି ବିଶ୍ୱାସ କରାଯାଏ |

4.ଘୁଷୁରୀ – ଘୁଷୁରୀ ଏମିତି ଏକ ପ୍ରାଣୀ ଯାହା କେବଳ ମଇଳା ହୋଇନଥାଏ ବରଂ ଏହା ଦେହରୁ ଦୁର୍ଗନ୍ଧ ମଧ୍ୟ ବାହାରିଥାଏ | ଯାହା ନକାରାତ୍ମକ ପ୍ରଭାବ ପକେଇଥାଏ | ଯେବେ ଘୁଷୁରୀ ଘରକୁ ଅଚାନକ ପ୍ରବେଶ କରିଯାଏ ସେବେ ମାନ ସମ୍ମାନ ରେ ହାନୀ ହୋଇଥାଏ | ଘର ପରିବାରର ସୁଖ ସମୃଦ୍ଧି ରେ ପ୍ରଭାବ ପଡିଥାଏ | ଏହି ପ୍ରାଣୀ ଅତ୍ୟନ୍ତ ଅଶୁଭ ହୋଇଥାଏ ଏହା ଘରକୁ ଆସିବା ମାତ୍ରେ ହି ଘରକୁ ଗଙ୍ଗାଜଳ ରେ ଧୋଇଦେବା ସହ | ପୂଜା ପାଠ ମଧ୍ୟ କରିନେବା ଉଚିତ |

5. ବିଶ୍ୱାସ ଅଛି କି ଯଦି ଆପଣଙ୍କ ଘରେ ଏଣ୍ଡୁଅ, ବିଛା, ମୂଷା କିମ୍ବା ଝିଟିପିଟି ଅଚାନକ ଅଧିକ ବଢିଗଲେ ଏହା ବହୁତ ହି ଅଶୁଭ ସଂକେତ ହୋଇଥାଏ | ଘରେ ଅଧିକ ମୂଷା ହେବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ, ଏଣ୍ଡୁଅ ଏହା ଅତ୍ୟନ୍ତ ଅଶୁଭ ବୋଲି କୁହାଯାଏ | ଏବଂ ଘରକୁ ବିଛା ପ୍ରବେଶ କରିବା ମଧ୍ୟ ଅଶୁଭ ହୋଇଥାଏ ଏହା ଆପଣଙ୍କ ଉନ୍ନତି ରେ ବାଧା ସୃଷ୍ଟି. କରିଥାଏ | ଘରେ ଗୋଟିଏ କିମ୍ବା ଦୁଇଟି ଝିଟିପିଟି ରହିବା ଶୁଭ ସଂକେତ ହୋଇଥାଏ | ଘରେ ପିମ୍ପୁଡି ହେବା ଦରିଦ୍ରତା ର ସୂଚନା ଦେଇଥାଏ | ଘରେ ସାପ ପ୍ରବେଶ କରିବା ଅଶୁଭ ହୋଇଥାଏ ଏହା ଘରେ କଳହ ହେବାର ସଂକେତ ଦେଇଥାଏ |

Leave a Reply

Your email address will not be published. Required fields are marked *