ଗୁରୁବାର ଦିନଟି ଦେବଗୁରୁ ବୃହସ୍ପତିଙ୍କ ସହିତ ଜଡ଼ିତ । ତେଣୁ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ ଗୁରୁବାର ଦିନ କରନ୍ତି ତେବେ ଅନେକ ଫାଇଦା ମିଳିଥାଏ । ହଳଦୀ ଏବଂ ବୃହସ୍ପତିଙ୍କର ସିଧାସଳଖ ସମ୍ବନ୍ଧ ରହିଛି । ତେବେ ଗୁରୁବାର ଦିନ ହଳଦୀର କିଛି ବିଶେଷ ପ୍ରୟୋଗ କରିବା ଦ୍ୱାରା ମାନ ସମ୍ମାନ ପ୍ରାପ୍ତ ହେବା ସହିତ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତ ହୋଇଥାଏ ।
ପ୍ରଥମତଃ ହଳଦୀ ଏକ ବିଶେଷ ପ୍ରକାରର ଔଷଧି ଅଟେ । ବିବାହରେ ହଳଦୀର ବିଶେଷ ପ୍ରୟୋଗ ରହିଛି ଏବଂ ବର ବଧୂକୁ ବିବାହ ସମୟରେ ହଳଦୀ ଟୀକା ମଧ୍ୟ ଲଗାଯାଏ । ଏହାକୁ ସୌନ୍ଦର୍ଯ୍ୟ ବର୍ଦ୍ଧକ କୁହାଯାଏ । ପୂଜା ସମୟରେ ବେକରେ ଏବଂ ହାତ କଳାଇରେ ହଳଦୀ ଲଗାଇଲେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୁଧୁରି ଯାଏ । ହଳଦୀ ଦାନ ମଧ୍ୟ ବିଶେଷ ଦାନ ହୋଇଥାଏ । ତେବେ ଚାଲନ୍ତୁ କିଛି ବିଶେଷ ଉପାୟ ବିଷୟରେ ଜାଣିନେବା ।
୧ . ପ୍ରଥମ ଉପାୟ ଅନୁଯାୟୀ ମନୁଷ୍ୟ ଯଦି ପ୍ରତ୍ୟେକ ଦିନ ସ୍ନାନ ପାଣିରେ ଚିମୁଟାଏ ହଳଦୀ ମିଶାଇ ସ୍ନାନ କରେ ତେବେ ତାର ଅଧିକାଂଶ ସ୍ୱାସ୍ଥ୍ୟ ସମସ୍ୟା ଦୁରେଇ ଯିବ । ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନେକ ଶୁଭ ଫଳ ପ୍ରାପ୍ତ ହେବ । ସୂର୍ଯ୍ୟଙ୍କୁ ହଳଦୀ ମିଶା ଜଳ ଅର୍ଘ୍ୟ ଅର୍ପିତ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହାବ୍ୟତୀତ ସନ୍ତାନ ସୁଖ , ବୈବାହିକ ସୁଖ , ଚାକିରୀ , କ୍ୟାରିଅର , ଧନ ସମ୍ବନ୍ଧୀୟ ସମସ୍ତ ପ୍ରକାରର ସୁଖ ମଧ୍ୟ ପ୍ରାପ୍ତ ହୋଇଥାଏ । ବିଶେଷ ଭାବରେ କହିବାକୁ ଗଲେ ବୃହସ୍ପତିଦେବଙ୍କୁ ପ୍ରସନ୍ନ କରିବା ଦ୍ୱାରା ଏହିସବୁ ଫାଇଦା ମିଳିଥାଏ ।
୩ . ମନୁଷ୍ୟ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଥିଲେ ପେଷା ହୋଇଥିବା ହଳଦୀ ଦାନ କରିବା ଉଚିତ । ଏହାଦ୍ବାରା ଗମ୍ଭୀର ରୋଗ ଦୂରେଇ ଯିବା ସହିତ ସକାରାତ୍ମକତା ମଧ୍ୟ ଆସିଥାଏ । ମଥାରେ ପ୍ରତ୍ୟକ ଦିନ ହଳଦୀ ଟୀକା ଲଗାଇବା ଦ୍ୱାରା ନକରାତ୍ମକତା ଦୂର ହୋଇଥାଏ ଏବଂ ସକାରାତ୍ମକତା ଆସିଥାଏ ।
୩ . ବୃହସ୍ପତି ଗ୍ରହ ଦୁର୍ବଳ ଥିଲେ କିମ୍ବା ଜୀବନରେ ଏକାଧିକ ସମସ୍ୟା ଥିଲେ କିଛି ହଳଦୀ ନେଇ ଏକ ହଳଦିଆ କପଡ଼ାରେ ତାହାକୁ ବାନ୍ଧି ନିଜ ବାହୁ କିମ୍ବା ହାତରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ବୃହସ୍ପତି ମଜବୁତ ହୋଇଥାଏ ।
୫ . ମନୁଷ୍ୟର ଶାରୀରିକ ଏବଂ ମାନସିକ ନକରାତ୍ମକତାକୁ ଦୂର କରିବା ପାଇଁ ପ୍ରତ୍ୟକ ଦିନ ସ୍ନାନ କରୁଥିବା ପାଣିରେ ଏକ ଚିମୁଟା ପେଷା ହଳଦୀ ମିଶାଇ ସ୍ନାନ କରିବା ଉଚିତ । ଏହାଦ୍ବାରା ସବୁ ପ୍ରକାରର ଶାରୀରିକ ଏବଂ ମାନସିକ ନକରାତ୍ମକତା ଦୂରେଇ ଯାଇଥାଏ ଏବଂ କ୍ୟାରିଅର ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ ।
୫ . ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ବାସ ରହିଛି ତେବେ ଆପଣ ନିଜ ଘରର ମୂଖ୍ୟ ଦ୍ୱାରରେ କିମ୍ବା ବାଉଣ୍ଡ୍ରି ୱାଲରେ ଏକ ହଳଦୀ ରେଖା ଟାଣି ଦିଅନ୍ତୁ । ଏହାଦ୍ବାରା ନକରାତ୍ମକତା ଘର ମଧ୍ୟକୁ ପ୍ରବେଶ କରି ପାରିବ ନାହିଁ । ଏହି ଉପାୟ ପ୍ରତିଦିନ କଲେ ନକରାତ୍ମକତା ଘରକୁ ଆସିବ ନାହିଁ ।
୬ . ଯଦି ଆପଣଙ୍କର ବିବାହରେ କୌଣସି ସମସ୍ୟା ଦେଖା ଦେଉଛି ତେବେ ସକାଳୁ ସ୍ନାନ ପରେ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରୁଥିବା ଜଳରେ ଅଳ୍ପ ହଳଦୀ ମିଶାଇ ଅର୍ପଣ କରନ୍ତୁ । ଏହାଦ୍ୱାରା ଆପଣଙ୍କର ବିବାହ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ ।