ମୟୁର ଚୁଳ ସହ ଜଡିତ 20 ଅଦ୍ଭୁତ ସୂଚନା କେହି ବି ଆପଣଙ୍କୁ କହିବେ ନାହିଁ ଶୀଘ୍ର ଜାଣନ୍ତୁ |

ବନ୍ଧୁଗଣ ଜୀବନ ସୁଖ ଦୁଃଖ ରେ ଭରି ହୋଇ ରହିଥାଏ, କେବେ ଦୁଃଖ ବେଶୀ ହୋଇଯାଏ ପୁଣି କେବେ ସୁଖ | ଅନେକ ସମସ୍ୟା କୁ ସାମ୍ନାରେ ପାଇକି ଲୋକ ଡରିଯାନ୍ତି, ସେ ଭାବନ୍ତି ଯେତିକି ସମସ୍ୟା ରହିଛି ତାହାର ମୁକାବିଲା ସେ କରିପାରିବେ ନାହିଁ | ଅନେକ ଲୋକ ଭାବିଥାନ୍ତି କି ସେ ଦୁନିଆ ର ସବୁଠୁ ହତଭାଗା ଲୋକ ବୋଲି କିନ୍ତୁ ଏହିପରି ହୋଇନଥାଏ | ବ୍ରତ, ପୂଜା ପାଠ, ହୋମ ଯଜ୍ଞ, କିଛି ଉପାୟ କରି ଏହିପାଇଁ ସମସ୍ୟା ରୁ ମୁକ୍ତି ପାଇ ହେବ |

ବେଳେବେଳେ ଆମେ ପ୍ରତିଦିନ କରୁଥିବା କାର୍ଯ୍ୟ ରେ ହିଁ ଏହାର ଉପାୟ ରହିଥାଏ କିନ୍ତୁ ଆମେ ଏହି ବିଷୟ ରେ ଅଜ୍ଞ ଥାଉ | ତେବେ ଏହିପରି ଛୋଟ ଛୋଟ ଉପାୟ କରି ଆମେ ଆର୍ଥିକ ଲାଭ ପାଇ ପରିବା | ଆସନ୍ତୁ ଆଜି ଆମେ ଆପଣଙ୍କୁ ଏହିପରି ଏକ ଉପାୟ ବିଷୟ ରେ ଜଣେଇବୁ ଯାହାକୁ କରିବା ଦ୍ୱାରା ଘରେ କେବେ ବି ଧନର ଅଭାବ ରହିବ ନାହିଁ | ତେବେ ଏହି ଉପାୟ କୁ କରିବା ପାଇଁ ଆପଣ ଙ୍କୁ 3ଟି ମୟୁର ଚୁଳ ଦରକାର ହେବ | ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିସାୟରେ

ହିନ୍ଦୁ ଶାସ୍ତ୍ର ଅନୁସାରେ ମୟୁର ଚୁଳ ଘରେ ରଖିବା ଦ୍ୱାରା ଅମଙ୍ଗଳ ର ନାଶ ହୋଇଥାଏ, ମୟୁର ଚୁଳ ରଖିଲେ କୁଆତ୍ମା ପାଖକୁ ଆସନ୍ତି ନାହିଁ | ମୟୁର ଚୁଳ କୁ ଶ୍ରୀକୃଷ୍ଣ ନିଜ ମସ୍ତକ ରେ ରଖି ସମ୍ମାନ ଦେଇଛନ୍ତି,ବାସ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଘରେ ରଖିବା ଦ୍ୱାରା ବସ୍ତୁ ତ୍ରୁଟି ରୁ ମୁକ୍ତି ମିଳିଥାଏ | ଏହା ସକାରାତ୍ମକ ଉର୍ଜା କୁ ଆକର୍ଷିତ କରିଥାଏ, ଆୟୁର୍ବେଦ ରେ ମଧ୍ୟ ଏହାର ମହତ୍ୱପୂର୍ଣ୍ଣ ଭୂମିକା ରହିଛି | ଏହାକୁ ଧାରଣ କରିବା ଦ୍ୱାରା କାଳ ସର୍ପ ଦୋଷ ମଧ୍ୟ ଟଲିଯାଇ ଥାଏ

କେବଳ ଭାରତ ରେ ନୁହେଁ ଦେଶ ବିଦେଶ ଦୁନିଆ ର ପ୍ରାୟ ସମସ୍ତ ସ୍ଥାନ ରେ ମୟୁର ଚୁଳ କୁ ଆଧ୍ୟାତ୍ମିକର ପ୍ରତୀକ ବୋଲି କୁହାଯାଇଛି | ଏହାକୁ ସମସ୍ତ ଧର୍ମ ରେ ମଧ୍ୟ ଗୁରୁତ୍ୱପୂର୍ଣ ବୋଲି ମାନ୍ୟତା ଦିଆଯାଇଛି | ମୟୁର ଚୁଳ କୁ ହିନ୍ଦୁ ଧର୍ମ ରେ ସମସ୍ତ ଦେବି ଦେବତା ଙ୍କ ନିବାସ ସ୍ଥାନ ବୋଲି କୁହାଯାଇଛି | ତେବେ ଆସନ୍ତୁ ଜାଣିବା ସେହି ମହା ପ୍ରୟୋଗ ବିଷୟରେ ଯାହାକୁ କରିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ବନି ରହିବ ଏବଂ କୌଣସି ସମସ୍ୟା ଅସୁବିଧା କରିବ ନାହିଁ |

ଯଦି ଆପଣଙ୍କ ପିଲା ଟି ଜିଦିଆ ହୋଇଯାଇଛି ତେବେ ମୟୁର ଚୁଳ ର ପବନ ଦ୍ୱାରା ତାହା ଦୂର ହୋଇଯିବ | ବନ୍ଧୁଗଣ ରୁପାର ତାବିଜ ରେ ମୟୁର ଚୁଳ ରଖି ନବଜାତ ଶିଶୁ ଦେହ ରେ ବାନ୍ଧିବା ଦ୍ୱାରା ନଜର ଦୋଷ ଦୂର ହୋଇଥାଏ | ବଡ ଲୋକ ମଧ୍ୟ ଯଦି ମୟୁର ଚୁଳ ଶୋଇବା ସମୟ ରେ ନିଜ ତକିଆ ତଳେ ରଖି ଶୋଇବା ଦ୍ୱାରା ଦୁଃସ୍ବପ୍ନ ଦୂର ହୋଇଥାଏ |

ଯଦି ଆପଣଙ୍କ ପିଲା ର ପାଠ ପଢ଼ାରେ ମନ ଲାଗୁନାହିଁ ତେବେ ସେହି ପିଲା ର ରୁମ ରେ କିମ୍ବା ଷ୍ଟଡି ଟେବଲ ରେ ମୟୁର ଚୁଳ ଲଗାନ୍ତୁ ଦେଖିବେ ଧୀରେ ଧୀରେ ପାଠ ପଢା ରେ ଧ୍ୟାନ ଲାଗିଯିବ | ଏବଂ ଯେଉ ବିଷୟ ରେ ପିଲା ଟି ଦୁର୍ବଳ ଅଛି ସେହି ବହି ମୟୁର ଚୁଳ ଗୋଟିଏ ରଖିଦିଅନ୍ତୁ ବୁଦ୍ଧି ବୃଦ୍ଧି ହୋଇଥାଏ | ସରସ୍ବତୀ ମାତା ଙ୍କ ଉପାସକ ଏବଂ ପାଠ ପଢୁଥିବା ଛାତ୍ର ଛାତ୍ରୀ ବହିରେ ନିଶ୍ଚିନ୍ତ ମୟୁର ଚୁଳ ରଖନ୍ତୁ ଶୁଭ ହୋଇଥାଏ |

ଯଦି ଆପଣଙ୍କର କୌଣସି କାର୍ଯ୍ୟ ଅଟକି ରହିଛି ଯେତେ ଚେଷ୍ଠା କଲେ ମଧ୍ୟ କୌଣସି ଫଳାଫଳ ଦେଖାଯାଉ ନାହିଁ | ତେବେ ଏହିପରି ପରିସ୍ଥିତି ରେ ଘରେ ଦକ୍ଷିଣ ପୂର୍ବ ଦିଗ ରେ ମୟୁର ଚୁଲ ରଖିଦିଅନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କ ଅଟକି ଥିବା କାର୍ଯ୍ୟ ଶୀଘ୍ର ସମାପ୍ତ ହେବ | ଘରର ଦକ୍ଷିଣ ପୂର୍ବ ଦିଗରେ ମୟୁର ଚୁଳ ରଖିବା ଦ୍ୱାରା ଧନ ଜନିତ ଅସୁବିଧା ମଧ୍ୟ ଦୂର ହୋଇଥାଏ, ବ୍ୟାପାର ରେ ଲାଭ ହୋଇଥାଏ |

ଆପଣଙ୍କ ଏହାକୁ ନିଜ କାର୍ଯ୍ୟ କ୍ଷେତ୍ର ର ଦକ୍ଷିଣ ପୂର୍ବ ଦିଗ ରେ ମଧ୍ୟ ରଖିପାରିବେ ଏହା ଦ୍ୱାରା ଧନର ଅଭାବ ହୋଇନଥାଏ | ଯେତେ ରୋଜଗାର କରିଲେ ମଧ୍ୟ ଅଭାବ ହେଉଛି ପର୍ସ ରେ ସବୁବେଳେ ପଇସା ଖାଲି ରହୁଛି ତେବେ ଏହିପରି ସ୍ଥିତି ରେ ଆପଣ ଧନ ରଖିବା ସ୍ଥାନ ରେ କିମ୍ବା ନିଜ ପର୍ସ ରେ ଗୋଟିଏ ମୟୂର ଚୁଳ ରଖିପାରିବେ | ମୟୁର ଚୁଳ ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ |

ମୟୁର ଚୁଳ ଘରେ ଲଗେଇବାର ଆଉ ଏକ ଫାଇଦା ମଧ୍ୟ ହୋଇଥାଏ, ଯଦି ଆପଣ ଏମିତି ଜାଗାରେ ରହୁଛନ୍ତି ଯେଉ ଠି ସାପ ରହୁଛନ୍ତି ତେବେ ମୟୁର ଚୁଳ ଲଗେଇବା ଦ୍ୱାରା ସର୍ପ ଆସିନଥାନ୍ତି | ଯଦି ଘରେ କାହାକୁ କାଳ ସର୍ପ ଦୋଷ ରହିଛି ତାହା ମଧ୍ୟ ଦୂର ହୋଇଯାଏ | ତିନୋଟି ମୟୁର ଚୁଳ ଘରେ ଲଗେଇବା ଦ୍ୱାରା ସେହି ଘରେ ଗ୍ରହ ଜନିତ ସମସ୍ତ ସମସ୍ୟା ଦୂର ହୋଇଯାଏ, ଘରେ ରାହୁ, କେତୁ, ଶନି ଙ୍କ ଦୁଷପ୍ରଭାବ ରୁ ମୁକ୍ତି ମିଳିଥାଏ |

ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ମୟୁର ଚୁଳ ଘରର କେଉଁ 3 ଟି ଜାଗାରେ ରଖିବା ଉଚିତ, ପ୍ରଥମ ମୟୁର ଚୁଳ ଆପଣ ନିଜ ଧନ ରଖୁଥିବା ସ୍ଥାନ ରେ ରଖିବେ | ଏହା ଦ୍ୱାରା ଘରେ ଉନ୍ନତି ହୋଇଥାଏ, ଧନ ବୃଦ୍ଧି ହୋଇଥାଏ ଏବଂ ଧାନର ଅଭାବ କେବେ ବି ହୋଇନଥାଏ |

ଦ୍ୱିତୀୟ ମୟୁର ଚୁଳ ଆପଣ ଆପଣଙ୍କ ପୂଜା ଘରେ ରଖିବେ | କିମ୍ବା ଘରର ଇଶାନ କଣ ରେ ଏହାକୁ ରଖିବେ ଏହା ଦ୍ୱାରା ଘରେ ସମସ୍ତ ସମସ୍ୟା ଦୂର ହୋଇଥାଏ | ଘରର ଉନ୍ନତି ହୋଇଥାଏ ଆପଣଙ୍କ ମନୋକାମନା ପୂର୍ଣ୍ଣ ହୋଇଥାଏ | ତେବେ ତୃତୀୟ ମୟୁର ଚୁଳ କୁ ନିଜ ଶୟନ କକ୍ଷ ରେ ରଖିବେ ଏହା ଦ୍ୱାରା ସକାରାତ୍ମକ ଉର୍ଜା ମିଳିଥାଏ |

ଆପଣଙ୍କ କାର୍ଯ୍ୟ ରେ ସମସ୍ତ ବାଧା ଦୂର ହୋଇଥାଏ ସକାରାତ୍ମକ ଯୋଗୁ ଆପଣ ଅଧିକ ରୁ ଅଧିକ କାର୍ଯ୍ୟ କରିପାରିଥାନ୍ତି | ସୁଖ ସମୃଦ୍ଧି, ପାରିବାରିକ ଶାନ୍ତି, ଘରେ ଖୁସିର ପରିବେଶ ସବୁବେଳେ ବଜୟ ରହିଥାଏ | ଏହି ମୟୁର ଚୁଳ ରଖିବା ଦ୍ୱାରା ଆପଣଙ୍କ ଜୀବନ ରେ ଅନେକ ପରିବର୍ତ୍ତନ ଆସିଥାଏ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ

Leave a Reply

Your email address will not be published. Required fields are marked *