ଘରର ମନ୍ଦିରରେ ଏହି ଦୁଇଟି ମୂର୍ତ୍ତି ଏକାସାଥୀରେ ରଖିବା ଦ୍ୱାରା ହୋଇଥାଏ ରାଜଯୋଗ । ନିଶ୍ଚୟ ଜାଣି ରଖନ୍ତୁ ।

ହିନ୍ଦୁ ଘରର ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଲୋକଙ୍କ ଘରେ ଏକ ସ୍ୱତନ୍ତ୍ର ପୂଜାଘର ରହିବା ନିତାନ୍ତ ଜରୁରୀ ଅଟେ । ଏହାବ୍ୟତୀତ ପୂଜା ଘର ଠିକ ସ୍ଥାନରେ ରଖିବା , ସମସ୍ତ ବାସ୍ତୁ ନିୟମକୁ ମାନିବା ମଧ୍ୟ ଅନିର୍ବାର୍ଯ୍ୟ ହୋଇଥାଏ । ପ୍ରତ୍ୟେକ ଲୋକଙ୍କ ଠାକୁର ଘରେ ଭିନ୍ନ ଭିନ୍ନ ଦେବଦେବୀଙ୍କ ଫୋଟ ରଖି ପୁରା ନୀତି ନିୟମ ଅନୁଯାୟୀ ପୂଜା କରିଥାନ୍ତି । ମାତ୍ର ଠାକୁର ଘରେ ମଧ୍ୟ କିଛି ସଧାରଣ ନିୟମ ମାନିବା ଦ୍ୱାରା ଆପଣଙ୍କ ଜୀବନ ବଦଳି ଯାଇପାରେ ।

କେବଳ ଦେବଦେବୀଙ୍କ ଫୋଟ ଏବଂ ମୂର୍ତ୍ତି ରଖିବା ଉପରେ ଯଦି ଆପଣ କିଛି ନିୟମ ମାନନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ଭାଗ୍ୟ ବଦଳି ଯିବ । ସାଧରଣତଃ ଠାକୁର ଘରେ ଦୁଇଟି ଠାକୁର ମୂର୍ତ୍ତି ସାଥିରେ ରଖିବା ରାଜଯୋଗ ସୃଷ୍ଟି କରିଥାଏ । ଯାହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହିତ ସୁଖ ସମୃଦ୍ଧି ମଧ୍ୟ ଘରକୁ ଆସିଥାଏ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମାରେ କହିବୁ ।

୧ . ରାଧା କୃଷ୍ଣ :-

ଯଦି ଆପଣ ଘରେ ନିଜ ଠାକୁର ଘରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ନିଶ୍ଚିତ ଭାବରେ ଶ୍ରୀରାଧାଙ୍କ ମୂର୍ତ୍ତି ମଧ୍ୟ ରଖନ୍ତୁ ଯାହାକି ଯୁଗଳ ହୋଇଥିବା ଆବଶ୍ୟକ । ଏହାଦ୍ବାରା ପରିବାରରେ କେବେବି କ୍ଳେଶ ବାଦ ବିବାଦ ସୃଷ୍ଟି ହୁଏନାହିଁ । ସର୍ବଦା ସମ୍ପର୍କରେ ପ୍ରେମ ସ୍ନେହ ରହିଥାଏ । ଏହାଛଡ଼ା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ ।

୨ . ଲକ୍ଷ୍ମୀ ନାରାୟଣ :-

ଯଦି ଆପଣ ନିଜ ପୂଜା ଘରେ ବିଷ୍ଣୁଙ୍କୁ ଅର୍ଥାତ ନାରାୟଣଙ୍କୁ ପୂଜା କରୁଛନ୍ତି ତେବେ ତାଙ୍କ ସହିତ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ସ୍ଥାପନ କରନ୍ତୁ ଏବଂ ପୂଜା କରନ୍ତୁ । ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ଏକା ସାଥିରେ ପୂଜା କଲେ ଘରେ ସୁଖ ଶାନ୍ତି ଏବଂ ଧନର ଅଭାବ ହୁଏ ନାହିଁ ।

୩ . ଲକ୍ଷ୍ମୀ ଏବଂ ଗଣେଶ :-

ଯଦି ଆପଣ ପୂଜା ଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ପୂଜା କରୁଛନ୍ତି ତେବେ ବାମ ପଟେ ଭଗବାନ ଶ୍ରୀଗଣେଶ ଏବଂ କୁବେରଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କରନ୍ତୁ । କାରଣ ମାତା ଲକ୍ଷ୍ମୀ ଧନର ଦେବୀ ହୋଇଥିବା ବେଳେ ଶ୍ରୀ ଗଣେଶ ବୃଦ୍ଧି ସିଦ୍ଧି ଏବଂ ଜ୍ଞାନ ଦେଇଥାନ୍ତି । ତେଣୁ ମାତା ଲକ୍ଷ୍ମୀଙ୍କ ସହିତ ଗଣେଶଙ୍କ ପୂଜା କଲେ ଘରେ କେବେ ଧନର ଅଭାବ ହୁଏନାହିଁ ।

୪ . ଭଗବାନ ରାମଙ୍କ ମୂର୍ତ୍ତି ଏବଂ ହନୁମାନଙ୍କ ମୂର୍ତ୍ତି :-

ଆପଣ ଚାହିଁଲେ ଘରେ ହନୁମାନଙ୍କ ମୂର୍ତ୍ତି ରଖି ପୂଜା କରି ପାରିବେ । ଯଦି ଆପଣ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ରଖି ପୂଜା କରୁଛନ୍ତି ତେବେ ଉଭୟ ରାମ ଏବଂ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । କାରଣ ହନୁମାନ ରାମଚନ୍ଦ୍ରଙ୍କର ସବୁଠାରୁ ବଡ଼ ଭକ୍ତ । ନଚେତ ଆପଣ ରାମ ଦରବାରର ଫୋଟକୁ ମଧ୍ୟ ପୂଜା କରିପାରିବେ । ଏହାଦ୍ବାରା ରାଜଯୋଗର ପ୍ରାପ୍ତି ହୋଇଥାଏ ।

୫ . ତ୍ରିଦେବଙ୍କ ମୂର୍ତ୍ତି :-

ପୂଜା ଘରେ ତ୍ରିଦେବଙ୍କ ମୂର୍ତ୍ତି ଏକା ସାଥିରେ ପୂଜା କରିବା ଉଚିତ ଏହାଦ୍ବାରା ସବୁ ପ୍ରକାରର ବାଧା ବିଘ୍ନ ଦୂରେଇ ଯାଏ ଏବଂ ପ୍ରଗତି ମିଳିଥାଏ ।

ପୂଜା ଘରେ କେଉଁ ମୂର୍ତ୍ତି ସ୍ଥାପନ କରିବା ଉଚିତ ନୁହେଁ :-

ପୂଜା ଘରେ ଅଯୁଗ୍ମ ସଂଖ୍ୟକ ଗଣେଶ ମୂର୍ତ୍ତି ରଖିବା ଅଶୁଭ ଅଟେ । ଏବଂ ଗଣେଶ ମୂର୍ତ୍ତିକୁ ସବୁବେଳେ ମୁଖ୍ୟ ଦ୍ୱାର ଦିଗକୁ ହିଁ ରଖି ପୂଜା କରିବା ଉଚିତ । ଏହାଦ୍ୱାରା ଧନପାପ୍ତି ହୋଇଥାଏ । ନଚେତ ଗଣେଶଙ୍କ ପିଠିରେ ଦାରିଦ୍ର୍ୟତା ରହିଥାଏ । ଯଦି ଆପଣ ଘରେ ଶିବଲିଙ୍ଗ ରଖୁଛନ୍ତି ତେବେ ଆଙ୍ଗୁଠି ଆକାର ଠାରୁ ବଡ଼ ଶିବ ଲିଙ୍ଗ ରଖନ୍ତୁ ନାହିଁ । ଏହାବ୍ୟତୀତ ଏକାଧିକ ଶିବଲିଙ୍ଗ ରଖନ୍ତୁ ନାହିଁ ।

ଭୁଲରେ ବି ଶିବଲିଙ୍ଗ ଉପରେ ତୁଳସୀ ପତ୍ର ଅର୍ପିତ କରନ୍ତୁ ନାହିଁ । ନଚେତ ଅନର୍ଥ ହୋଇଥାଏ ଏବଂ ଆପଣଙ୍କୁ ସବୁ ଦେବଦେବୀଙ୍କ କ୍ରୋପର ଶିକାର ହେବାକୁ ପଡ଼ିବ । ଠାକୁର ଘରେ ସର୍ବଦା ବସିଥିବା ହନୁମାନ ମୂର୍ତ୍ତି ରଖନ୍ତୁ । ଏହାବ୍ୟତୀତ ଛୋଟ ଆକାରର ମୂର୍ତ୍ତି ହିଁ ରଖନ୍ତୁ । ବିବାହିତ ଦମ୍ପତ୍ତି ଭୁଲରେ ବି ନିଜ ରୁମରେ ହନୁମାନଙ୍କ ଫୋଟ ରଖିବା ଉଚିତ ନୁହେଁ ନଚେତ ବୌବହିକ ଜୀବନରେ ସମସ୍ୟା ଆସିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *