ଏପରି ପାଦ ଥିବା ପୁରୁଷ ସାରା ଜୀବନ ରହିଥାନ୍ତି ଦୁଃଖରେ – ଭବିଷ୍ୟ ପୁରାଣରେ ବ୍ରହ୍ମଦେବ କହିଲେ ସାମୁଦ୍ରିକ ଲକ୍ଷଣ :-

ଭବିଷ୍ୟ ପୁରାଣ ଅଠର ପୁରାଣ ମଧ୍ୟରୁ ଅନ୍ୟତମ ଅଟେ । ଏଥିରେ ଭବିଷ୍ୟ ବିଷୟରେ ବର୍ଣ୍ଣିତ ହୋଇଛି । ଅନେକ ରାଜା ମହାରାଜାଙ୍କ ଜନ୍ମ ପୂର୍ବରୁ ହିଁ ସେମାନଙ୍କ ବିଷୟରେ ବର୍ଣ୍ଣିତ ହୋଇଥିଲା । ଆଜି ଆମେ ଆପଣଙ୍କୁ ଭବିଷ୍ୟ ପୁରାଣରେ ବର୍ଣ୍ଣିତ ହୋଇଥିବା ପୁରୁଷଙ୍କ ଶାରୀରିକ ଗଠନ ଅନୁଯାୟୀ ଲକ୍ଷଣ ବିଷୟରେ କହିବୁ । ମନୁଷ୍ୟ ଦେହରେ କଳାଜାଇ ଜନ୍ମରୁ ହିଁ ଥାଏ । ସମୁଦ୍ର ଶାସ୍ତ୍ର ଅନୁଯାୟୀ ଯଦି ଡାହାଣ ଗାଲରେ କଳାଜାଇ ଥିଲେ ତାହା ଶୁଭ ହୋଇଥାଏ । ଡାହାଣ ଗାଲରେ କଳାଜାଇ ରହିଲେ ତାହା ରୋମାନ୍ସକୁ ସୁଚାଇଥାଏ । ଏପରି କୁହାଯାଏ ଯେ ଯେଉଁ ପୁରୁଷଙ୍କ ଡାହାଣ ଗାଲରେ କଳାଜାଇ ଥାଏ ସେମାନଙ୍କ ବୈବାହିକ ଜୀବନ ରୋମାନ୍ସ ଏବଂ ଖୁସିରେ ଭରି ରହେ ।

ସେହିପରି ବାମ ଗାଲରେ କଳାଜାଇ ରହିବା ଧୋକା ମିଳିବାର ସଙ୍କେତ ଦେଇଥାଏ । ଏପରି କୁହାଯାଏ ଯେ ଯେଉଁ ବ୍ୟକ୍ତିର ଡାହାଣ ଆଖି ଉପରେ କଳାଜାଇ ଥାଏ ତାକୁ ନିଜ ପାର୍ଟନର ପାଖରୁ ବହୁତ ପ୍ରେମ ମିଳିଥାଏ । କିନ୍ତୁ ଯଦି ଡାହାଣ ଆଖି ଉପରେ କଳାଜାଇ ରହିଛି ତେବେ ଜୀବନସାଥୀ ସହିତ କଥା କଥାରେ ଝଗଡ଼ା ହୋଇପାରେ । ସମୁଦ୍ର ଶାସ୍ତ୍ର ଅନୁଯାୟୀ ହାତ ପାପୁଲିରେ କଳାଜାଇ ରହିଲେ ଶୁଭ ହୋଇଥାଏ । ଯଦି କେହି ବ୍ୟକ୍ତିର ଡାହାଣ ହାତରେ କଳାଜାଇ ରହିଛି ତେବେ ତାକୁ ଭଲ ଜୀବନସାଥୀ ମିଳିଥାଏ । ଏପରି ଲୋକଙ୍କୁ ଜୀବନରେ ଅପାର ଧନ ସମ୍ପତ୍ତି ମିଳିଥାଏ । ଯେଉଁ ବ୍ୟକ୍ତିଙ୍କର ବାମ ହାତରେ କଳାଜାଇ ଥାଏ ସେମାନଙ୍କ ବୈବାହିକ ଜୀବନରେ ଅନେକ ସମସ୍ୟା ରହିଥାଏ । କିନ୍ତୁ ଆର୍ଥିକ କ୍ଷେତ୍ରରେ ସେମାନେ ସର୍ବଦା ସୁଦୃଢ଼ ରହିଥାନ୍ତି ।

ସମୁଦ୍ର ଶାସ୍ତ୍ର ଅନୁଯାୟୀ ମଥାରେ କଳାଜାଇ ରହିଲେ ଅଶୁଭ ହୋଇଥାଏ । ଯେଉଁ ବ୍ୟକ୍ତିର ମଥାରେ କଳାଜାଇ ଥାଏ ତାକୁ ବିବାହ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏମାନଙ୍କ ଜୀବନକୁ ଟଙ୍କା ଆସିଥାଏ କିନ୍ତୁ ଏମାନେ ଖୁବ ଖର୍ଚ୍ଚ କରିଥାନ୍ତି । ବ୍ରହ୍ମ ପୁରାଣ ଅନୁଯାୟୀ ଯଦି କେହି ପୁରୁଷର ପାଦର ତର୍ଜନୀ ଆଙ୍ଗୁଠି ବୁଢ଼ା ଆଙ୍ଗୁଠି ଠାରୁ ବଡ଼ ଦେଖା ଯାଉଛି ତେବେ ସେମାନେ ଖୁବ ସ୍ତ୍ରୀ ସୁଖ ପ୍ରାପ୍ତକାରୀ ହୋଇଥାନ୍ତି । ଏହା ବ୍ୟତୀତ ଯେଉଁ ପୁରୁଷଙ୍କ ପାଦ ରକ୍ତ ବର୍ଣ୍ଣ , କୋମଳ ଏବଂ ପରିଷ୍କାର ହୋଇଥାଏ ସେମାନେ ସ୍ତ୍ରୀ ସୁଖ ପ୍ରାପ୍ତକାରୀ ହୋଇଥାନ୍ତି । ଯେଉଁ ପୁରୁଷଙ୍କ ପାଦର ଆଙ୍ଗୁଠି ଖୁବ ମୋଟା ଦେଖାଯାଏ ସେମାନଙ୍କୁ କେବେବି ଭାଗ୍ୟର ସାଥ ମିଳି ନଥାଏ ।

ଯଦି କେହି ପୁରୁଷର ପାଦ ଧଳା , ରୁକ୍ଷ ଏବଂ ଆଙ୍ଗୁଠି ଆକାର ମଧ୍ୟ ଅସମାନ ହୋଇଥାଏ ତେବେ ସେମାନେ ଅନେକ ସମସ୍ୟାର ସାମ୍ନା କରିଥାନ୍ତି । ଏମାନଙ୍କ ଜୀବନରେ ଆର୍ଥିକ ଅଭାବ ରହିଥାଏ । ଯଦି କେହି ପୁରୁଷର ପାଦର ସବୁଠାରୁ ଛୋଟ ଆଙ୍ଗୁଠି ସବୁ ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ ତେବେ ସେହି ବ୍ୟକ୍ତି ଧନୀ ହୋଇଥାଏ । ଯେଉଁ ପୁରୁଷଙ୍କ ଜଙ୍ଘରେ ଚୁଟି ନଥାଏ ସେମାନଙ୍କ ଭାଗ୍ୟ ସାଥ ଦିଏ ନାହିଁ । ଯେଉଁ ପୁରୁଷଙ୍କ ଜଙ୍ଘ ମୋଟା ହୋଇଥାଏ ସେମାନେ ଖୁବ ଧନ ଅର୍ଜନ କରନ୍ତି । ଯେଉଁ ବ୍ୟକ୍ତିଙ୍କ ଆଣ୍ଠୁ ମାଂସଳ ହୋଇଥାଏ ସେମାନଙ୍କୁ ଛୋଟ ଛୋଟ ସଫଳତା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ । ଯେଉଁ ପୁରୁଷଙ୍କ ପେଟ ମାଂସଳ ଏବଂ ଗୋଲ ହୋଇଥାଏ ସେମାନେ ଅତ୍ୟନ୍ତ ଧନବାନ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *