ପଇସାକୁ ଆକର୍ଷିତ କରିଥାଏ ଏହି ଗଛ । ନଜରରେ ପଡ଼ିଲେ ସାଧାରଣ ଭାବି ଫିଙ୍ଗିବାର କରନ୍ତୁ ନାହିଁ ଭୁଲ

ପ୍ରତ୍ୟେକ ମନୁଷ୍ୟ ଧନର ଆକାଂକ୍ଷା କରିଥାଏ । ମାତ୍ର ଧନ କେବଳ ସେହି ବ୍ୟକ୍ତି ପାଖକୁ ଆସିଥାଏ ଯେ ଧନକୁ ମାତା ଲକ୍ଷ୍ମୀଙ୍କ ଭଳି ଭାବିଥାଏ ଏବଂ ସବୁ ନିୟମକୁ ପାଳନ କରିଥାଏ । ପ୍ରଥମତଃ ଧନ ଅର୍ଜନ ପାଇଁ ପରିଶ୍ରମ କରିବା ଆବଶ୍ୟକ । ମାତ୍ର କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ବହୁତ ଅଧିକ ପରିଶ୍ରମ କରିବା ସତ୍ତ୍ୱେବି ଧନ ରହେନାହିଁ ଏବଂ ଅଧିକ ଖର୍ଚ୍ଚ ହୋଇଥାଏ ।

ଆଜିକାର ଏହି ଲେଖାରେ ଆମେ ଏପରି ଏକ ଗଛର ମୂଳ ବିଷୟରେ କହିବୁ , ଯାହାର ଉପଯୋଗ କରି ଯଦି ଆପଣ ଉପାୟ କରନ୍ତି ତେବେ ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ । ତେବେ ଭଗବାନ ମଧ୍ୟ ସେହି ଚମତ୍କାରୀ ଗଛର ମୂଳ ବିଷୟରେ କହିଛନ୍ତି । ଏହି ଉପାୟ ଦ୍ୱାରା ଅନ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ ।

ତେବେ ପ୍ରଥମତଃ ସକାଳୁ ଉଠି ଘରକୁ ସଫାସୁତୁରା କରି ସ୍ନାନ କରି ନିଅନ୍ତୁ । ଏହାପରେ ପୂଜା କରି ଧୂପ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ । ଏହାପରେ ଘରର ଦ୍ୱାରକୁ ପୂଜା କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କ ଆଗମନ ପାଇଁ ପ୍ରାର୍ଥନା କରନ୍ତୁ । ଆପଣ ଚାହିଁଲେ ଭଗବାନ ଶାଳିଗ୍ରାମଙ୍କ ମୂର୍ତ୍ତି ରଖି ମଧ୍ୟ ପୂଜା କରି ପାରିବେ । ତେବେ ଶାଳିଗ୍ରାମଙ୍କୁ ନିୟମିତ ପଞ୍ଚାମୃତ ଏବଂ ଚନ୍ଦନ ଦ୍ୱାରା ପୂଜା କରନ୍ତୁ । ଏହାପରେ ଶୁକ୍ରବାର ଦିନଟି ମାତା ଲକ୍ଷ୍ମୀଙ୍କୁ ସମର୍ପିତ ଥାଏ । ତେଣୁ ମାତାଙ୍କୁ ନାଲି ଚନ୍ଦନ ଅର୍ପିତ କରନ୍ତୁ । ପ୍ରତ୍ୟେକ ଶୁକ୍ରବାର କୌଣସି ମନ୍ଦିରକୁ ଯାଇ ମାତାଙ୍କୁ ନାଲି ପୁଷ୍ପ ନିଶ୍ଚୟ ଚଢାନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

ଭଗବାନ ବିଷ୍ଣୁ ଏବଂ ମାତା ସୀତାଙ୍କୁ ଲକ୍ଷ୍ମୀଙ୍କୁ ଶଙ୍ଖ ପ୍ରିୟ ହୋଇଥାଏ । ଏହାବ୍ୟତୀତ ଦକ୍ଷିଣାବର୍ତ୍ତି ଶଙ୍ଖ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମାନା ଯାଇଥାଏ । ଶୁକ୍ରବାର ଦିନ ଦକ୍ଷିଣାବର୍ତ୍ତି ଶଙ୍ଖରେ ଜଳ ଭରି ଭଗବାନ ବିଷ୍ଣୁଙ୍କ ଅଭିଷେକ କରନ୍ତୁ । ଏହି ଉପାୟକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଗୁରୁବାର ଦିନଟି ବୃହସ୍ପତି ମହାରାଜଙ୍କ ଦିନ ଅଟେ ।

ତେଣୁ ଏହି ଦିନ ପାଞ୍ଚ କିଲୋ ଅଟା ଏବଂ ପାଞ୍ଚ କିଲୋ ଗୁଡ଼ ମିଶାଇ ରୁଟି କରନ୍ତୁ ଏବଂ ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ । ଏହି ଉପାୟ ତିନୋଟି ଗୁରୁବାର ପର୍ଯ୍ୟନ୍ତ କରନ୍ତୁ । ଏହାଦ୍ବାରା ଦାରିଦ୍ର୍ୟତା ଦୂର ହୋଇଥାଏ । ଏହି ଦିନ କୌଣସି ହଳଦିଆ କପଡ଼ାରେ ପାଞ୍ଚଟି କଉଡ଼ି , କେଶର ଏବଂ ଚାନ୍ଦି ମୁଦ୍ରା ବାନ୍ଧି ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରର ଆର୍ଥିକ ସମସ୍ୟା ସବୁଦିନ ପାଇଁ ଦୂରେଇ ଯାଏ ।

ଘରେ ଆର୍ଥିକ ବୃଦ୍ଧି ହେବା ପାଇଁ ବସିଥିବା ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫୋଟ ରଖନ୍ତୁ ମାତ୍ର ଦୋକାନ ଛିଡ଼ା ହୋଇଥିବା ଲକ୍ଷ୍ମୀଙ୍କ ମୂର୍ତ୍ତି ରଖନ୍ତୁ । ଏହାଦ୍ବାରା ବ୍ୟବସାୟରେ ଲାଭ ହୋଇଥାଏ । ତୁଳସୀ ଗଛ ସର୍ବଦା ଐଶାନ୍ୟ କୋଣରେ ରହିବା ଉଚିତ । ଏହାବ୍ୟତୀତ ପୂଜାଘରେ ଗଙ୍ଗା ଜଳ ରହିବା ନିତାନ୍ତ ଜରୁରୀ ଅଟେ । ଏହାଦ୍ବାରା ପରିବାର ଲୋକଙ୍କ ଜୀବନରେ ଖୁସି ରହିଥାଏ । ଆମେ ଯେଉଁ ଗଛର ମୂଳ ବିଷୟରେ କହୁଥିଲୁ ତାହା ହେଉଛି ତୁଳସୀ ଗଛର ମୂଳ ।

ସ୍ବୟଂ ଭଗବାନ ବିଷ୍ଣୁ ମଧ୍ୟ ତୁଳସୀର ପ୍ରଶଂସା କରନ୍ତି । ଭଗବାନ ବିଷ୍ଣୁ ଶାଳିଗ୍ରାମ ରୂପରେ ତୁଳସୀ ଗଛ ମୂଳରେ ରହନ୍ତି । ତେବେ ସବୁ ପ୍ରକାରର ଗ୍ରହ ଜନିତ ସମସ୍ୟା କିମ୍ବା ଜୀବନର କୌଣସି ସମସ୍ୟାରୁ ରକ୍ଷା ପାଇବା ପାଇଁ ତୁଳସୀ ଗଛର ମୂଳକୁ ତାବିଜରେ ପୁରାଇ ହାତରେ କିମ୍ବା ବେକରେ ବାନ୍ଧିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ।

ତୁଳସୀ ଗଛ ମୂଳରେ ଯଦି ଆପଣ ପ୍ରତ୍ୟେକ ଦିନ ଜଳ ଅର୍ପିତ କରନ୍ତି ତେବେ ମଧ୍ୟ ନବ ଗ୍ରହର ଦୋଷ ଦୂର ହୋଇଥାଏ । ଯଦି ସ୍ୱାସ୍ଥ୍ୟ ଜନିତ କୌଣସି ସମସ୍ୟା ରହୁଛି ତେବେ ତୁଳସୀ ମାଳା ପିନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂରେଇ ଯିବ । ଏହି ମାଳା ନକରାତ୍ମକ ଶକ୍ତିକୁ ମଧ୍ୟ ଅବଶୋଷିତ କରିଥାଏ । ଏହାର ମୂଳକୁ ରୂପାର ତାବିଜରେ ପୁରାଇ ବେକରେ ବାନ୍ଧିଲେ ଧନ ଅର୍ଜନ ସମ୍ବନ୍ଧୀୟ ମାର୍ଗ ଖୋଲିଯାଏ ।

Leave a Reply

Your email address will not be published. Required fields are marked *