ଘରର ମନ୍ଦିରରେ ରଖି ଦିଅନ୍ତୁ ଏହି ଚାରୋଟି ଜିନିଷ । ଆଉ ହଟାଇ ଦିଅନ୍ତୁ ଏହି ଜିନିଷ ନଚେତ ହୋଇଯିବେ ବର୍ବାଦ

ହିନ୍ଦୁ ଧର୍ମ ଶାସ୍ତ୍ରରେ ଦୀପ ପ୍ରଜ୍ଜ୍ଵଳନର ଅନେକ ମହତ୍ତ୍ୱ ରହିଛି । ଯାହାକୁ ସବୁ ହିନ୍ଦୁ ଲୋକ ମାନିବା ଅନିର୍ବାର୍ଯ୍ୟ ଅଟେ । କାରଣ କୌଣସିବି ନିୟମକୁ ଭଙ୍ଗ କଲେ ତାହାର ସମସ୍ୟା ବ୍ୟକ୍ତିକୁ ଭୋଗିବାକୁ ପଡ଼ିଥାଏ । ସାଧାରଣତଃ ଶାସ୍ତ୍ରରେ ଦୀପ ଜାଳିବାର କିଛି ସ୍ୱତନ୍ତ୍ର ବିଧି ମଧ୍ୟ ରହିଛି । ଯାହା ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ । ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟକ ବ୍ୟକ୍ତିଙ୍କ ଘରେ ପ୍ରଥମତଃ ଏକ ସ୍ୱତନ୍ତ୍ର ପୂଜା ଘର ରହିବା ଉଚିତ । ଘରର ମନ୍ଦିରରେ ପ୍ରତ୍ୟେକ ଦିନ ଦୀପ ଜାଳିବା ଉଚିତ ।

କାରଣ ଦୀପ ଜାଳିବା ଦ୍ୱାରା ଘରର ନକରାତ୍ମକତା ଦୂର ହୋଇଥାଏ ଏବଂ ଘରକୁ ସକାରାତ୍ମକତା ପ୍ରବେଶ କରିଥାଏ । ଘରେ ଦୀପ ନଜାଳିଲେ ଘରର ମୁରବୀଙ୍କ ଉପରକୁ ସମସ୍ୟା ଆସିଥାଏ ଏବଂ ସବୁବେଳେ ଅସଫଳତା ଆସିଥାଏ । ସନ୍ଧ୍ୟା ସମୟରେ ମଧ୍ୟ ଦୀପ ଜାଳିବାର ବିଧାନ ରହିଛି ।

ଯେଉଁ ଘରେ ଘିଅ କିମ୍ବା ତେଲରେ ଦୀପ ପ୍ରଜ୍ଜ୍ୱଳନ କରାଯାଏ ନାହିଁ ସେହି ଘରେ ସବୁବେଳେ ସମସ୍ୟା ରହିଥାଏ ଏବଂ ସେହି ଘରର ବାତାବରଣ ମଧ୍ୟ ନକରାତ୍ମକ ହୋଇଥାଏ । ସୂର୍ଯ୍ୟ ଅସ୍ତ ପରେ ଅର୍ଥାତ ଅନ୍ଧାର ଆସିଲେ କିମ୍ବା ସନ୍ଧ୍ୟା ସମୟରେ ନକରାତ୍ମକତା ଅଧିକ ବଢ଼ିଯାଏ ଯାହାକୁ ଦୂର କରିବା ପାଇଁ ଘିଅ କିମ୍ବା ତିଳରେ ଦୀପ ନିଶ୍ଚୟ ଜାଳିବା ଉଚିତ । ଯେଉଁ କାମ ଘରର କେହିବି କରି ପାରିବେ ।

ଘରେ କାହାରି ଅଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲେ ତାହା ଘରେ ନକରାତ୍ମକ ଶକ୍ତିର ଉପସ୍ଥିତି ବିଷୟରେ ସୂଚନା ଦେଇଥାଏ । ଯଦି ଆପଣଙ୍କୁ କୌଣସି ଚାକିରୀ ସମ୍ବନ୍ଧୀୟ ସମସ୍ୟା କିମ୍ବା ଆର୍ଥିକ ସମସ୍ୟା ରହିଛି ତେବେ ପ୍ରତ୍ୟେକ ଦିନ ଘରର ଉତ୍ତର ଦିଗରେ ଘିଅ ଦୀପ ନିଶ୍ଚୟ ଜଳାନ୍ତୁ । ଏହାଦ୍ବାରା ସମସ୍ୟାରେ ସୁଧାର ଆସିବ । ଏହାବ୍ୟତୀତ ସମସ୍ୟା ଥିବା ବ୍ୟକ୍ତି ନିଜେ ଦୀପ ଜାଳିଲେ ଏହାର ଫାଇଦା ଦୁଇଗୁଣା ଅଧିକ ମିଳିଥାଏ ।

ଘିଅ ଦୀପ ଜାଳିବା ଦ୍ୱାରା ଦୀପ ରଶ୍ମିରୁ ସକାରାତ୍ମକ ଶକ୍ତି ବାହାରିଥାଏ ଯାହା ଘରର ନକରାତ୍ମକତାକୁ ଅବଶୋଷିତ କରିଥାଏ । ଏହାବ୍ୟତୀତ ତେଲ ଦୀପ ଜଳିବା ଦ୍ୱାରା ମଧ୍ୟ ସବୁ ପ୍ରକାରର ନକରାତ୍ମକତା ଦୂର ହୋଇଥାଏ । ସେହିପରି ଶାସ୍ତ୍ର ଅନୁଯାୟୀ ଘରର ମନ୍ଦିରରେ କିଛି ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ମାତ୍ର ଆଜି ଆମେ ଆପଣଙ୍କୁ ଆଉ କିଛି ମୂର୍ତ୍ତି ବିଷୟରେ କହିବୁ ଯାହାକୁ ଯଦି ଆପଣ ପୂଜା ଘରେ ରଖନ୍ତି ତେବେ ରାଜଯୋଗ ସୃଷ୍ଟି ହୋଇଥାଏ ଯାହାଦ୍ୱାରା ଆର୍ଥିକ ସମୃଦ୍ଧି ହୋଇଥାଏ ।

ଏହାସହ ଜୀବନରେ ଅନେକ ପରିବର୍ତ୍ତନ ମଧ୍ୟ ଆସିଥାଏ । ଯଦି ଆପଣ ଘରର ପୂଜାଘରେ କୃଷ୍ଣ କିମ୍ବା ବାଳଗୋପାଳଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ନିଶ୍ଚିତ ଭାବରେ ତା ସହିତ ଶ୍ରୀରାଧାଙ୍କ ମୂର୍ତ୍ତି ରଖନ୍ତୁ । କାରଣ ଏହି ଦୁଇ ମୂର୍ତ୍ତି କିମ୍ୱା ଫୋଟକୁ ସାଥିରେ ରଖିବା ଦ୍ୱାରା ଖୁବ ଭଲ ଫଳ ପ୍ରାକ୍ତ ହୋଇଥାଏ ।

ଶ୍ରୀକୃଷ୍ଣ ଏବଂ ରାଧାଙ୍କୁ ପ୍ରେମ ଏବଂ ଏକତାର ପ୍ରତୀକ ବୋଲି ବିଶ୍ୱାସ କରାଯାଏ । ଯେଉଁ ଘରେ ଏହି ଦୁଇ ଦେବଦେବୀଙ୍କ ମୂର୍ତ୍ତି ଏକାଠି ଥାଏ ସେହି ଘରେ ଶାନ୍ତି ଏବଂ ପ୍ରେମ ସବୁବେଳେ ବଜାୟ ରହେ ଏବଂ ସେହି ଘରେ କେବେବି କଳହ କ୍ଳେଶ ଦେଖା ଦିଏ ନାହିଁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ସର୍ବଦା ପ୍ରେମ ବଜାୟ ରହେ ଏବଂ ଘରେ ଆର୍ଥିକ ସମସ୍ୟା ଦେଖା ଦିଏନାହିଁ ।

ସେହିଭଳି ଯଦି ଆପଣ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ମିଳିତ ଭାବରେ ରଖୁଛନ୍ତି ତେବେ ମଧ୍ୟ ଏହା ରାଜଯୋଗ ଅଟେ । ସମଗ୍ର ବୁଶ୍ୱରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ଙ୍କୁ ତ୍ରିଦେବ ମାନା ଯାଏ ଏବଂ ନାରାୟଣଙ୍କୁ ପୂଜା କରାଯାଏ । ଯଦି ଆପଣ ଘରେ ନାରାୟଣଙ୍କ ସହିତ ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫୋଟ ସ୍ଥାପିତ କରନ୍ତି ତେବେ ଘରେ ଧନ ସମ୍ପତ୍ତିର ଉନ୍ନତି ଏବଂ ଏବଂ ଏହାସହିତ ସମ୍ମାନ ମଧ୍ୟ ବୃଦ୍ଧି ହେବ ।

ଯଦି ଆପଣ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ରଖିବାକୁ ଚାହୁଁଛନ୍ତି , ତାସହିତ ଭଗବାନ ହନୁମାନ ଏବଂ ମାତା ସୀତାଙ୍କ ମୂର୍ତ୍ତି ମଧ୍ୟ ରଖିବାକୁ ଚାହୁଁଛନ୍ତି ତେବେ ଶ୍ରୀରାମଚନ୍ଦ୍ରଙ୍କ ଦରବାରର ମୂର୍ତ୍ତି ରଖିଲେ ଏକା ସାଥିରେ ସବୁ ଦେବଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ । କିମ୍ବା କେବଳ ଶ୍ରୀରାମଚନ୍ଦ୍ରଙ୍କୁ ପୂଜା କଲେ ମିଳିତ ଭାବରେ ମାତା ସୀତା ଏବଂ ହନୁମାନଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । କାରଣ ଶ୍ରୀରାମଚନ୍ଦ୍ରଙ୍କ ପ୍ରିୟ ଭକ୍ତ ଥିଲେ ହନୁମାନ ।

ତ୍ରିଦେବଙ୍କ ମୂର୍ତ୍ତି ଅର୍ଥାତ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱରଙ୍କ ମୂର୍ତ୍ତି ଏକାଠି ରଖି ପୂଜା କଲେ ଜୀବନରେ କୌଣସି ସମସ୍ୟା ରହେ ନାହିଁ ଏବଂ ଜୀବନରେ କେବେ ଦାରିଦ୍ର୍ୟତା ଆସିନାହିଁ । କାରଣ ଏହି ତ୍ରିଦେବ ହିଁ ପୁରା ସୃଷ୍ଟିକୁ ଚଳାଉଛନ୍ତି । କିନ୍ତୁ ଘରର ମନ୍ଦିରରେ ବିଷମ ସଂଖ୍ୟାରେ ଗଣେଶ ମୂର୍ତ୍ତି ରଖନ୍ତୁ ନାହିଁ । ଯୋଡ଼ା ସଂଖ୍ୟାରେ କିମ୍ବା କେବଳ ଦୁଇଟି ରଖି ପାରିବେ । ନଚେତ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହାବ୍ୟତୀତ ସର୍ବଦା ଗଣେଶଙ୍କ ମୁହଁ ମୁଖ୍ୟ ଦ୍ୱାରା ଦିଗକୁ ହେବା ଆବଶ୍ୟକ । କାରଣ ଗଣେଶଙ୍କ ପିଠିରେ ଦାରିଦ୍ର୍ୟତା ରହିଥାଏ । ଏହାବ୍ୟତୀତ ଆଙ୍ଗୁଠି ଠାରୁ ବଡ଼ ଆକାରର ଶିବଲିଙ୍ଗ କିମ୍ବା ଛିଡ଼ା ହୋଇଥିବା ହନୁମାନ ମୂର୍ତ୍ତି ମଧ୍ୟ ଠାକୁର ଘରେ ରଖିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *