ଭୁଲରେ ମଧ୍ୟ ମାଗଣାରେ ନିଅନ୍ତୁ ନାହିଁ ଏହି ଜିନିଷ, ନଚେତ ଭୋଗିବାକୁ ପଡିପାରେ ଶନିଦେବଙ୍କ କୋପ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶନିଙ୍କ କୋପାକୁ ସମସ୍ତେ ଭୟ କରିଥାନ୍ତି। ଶନିଦେବଙ୍କ କୋପରୁ ବଞ୍ଚିତ ହେବା ପାଇଁ ଲୋକେ ଅନେକ ଉପାୟ ମଧ୍ୟ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ କିଛି ଖାସ ନିୟମ ଗୁଡିକ ବିଷୟରେ ବର୍ଣ୍ଣନା କରାଯାଇଛି, ଯେପରି କିଛି ଏଭଳି ଜିନିଷ ରହିଛି ଯାହାକୁ ମାଗଣାରେ କେବେ ମଧ୍ୟ ନେବା ଉଚିତ ନୁହେଁ। ନଚେତ ଭଗବାନ ଶନି କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ବ୍ୟକ୍ତିକୁ ଅନେକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

ଭଗବାନ ଶନିଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ପ୍ରତ୍ୟେକ ଶନିବାର ଦିନ ଶନିଙ୍କ ମନ୍ଦିରରେ ମୁଗଡାଲି ଅର୍ପଣ କରନ୍ତୁ। ଦେଖିବେ ଶନିଙ୍କ ସାଢେ଼ ସାତୀରୁ ମୁକ୍ତି ମିଳିବ। କେବେବି ଅନ୍ୟମାନଙ୍କ ପାଖରୁ ମୁଗଡାଲି ଖାଲିରେ ନିଅନ୍ତୁ ନାହିଁ। ଏହାଦ୍ବାରା ଭଗବାନ ଶନି କ୍ରୋଧିତ ହୋଇ ଯାଇଥାନ୍ତି। ଏହାର ପରିଣାମ ସ୍ବରୂପ ଅନେକ କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଥାଏ।

ପ୍ରତ୍ୟେକ ଶନିବାର ଦିନ ଭଗବାନ ଶନିଙ୍କ ପାଖରେ ସୋରିଷ ତେଲର ଦୀପ ପ୍ରଜ୍ବଳନ କରିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଏହାକୁ କେବେବି ମାଗଣାରେ ନେବା ଉଚିତ ନୁହେଁ, ନଚେତ ଭଗବାନ ଶନି କ୍ରୋଧିତ ହୋଇଥାନ୍ତି ଏବଂ ଅଶୁଭ ପରିଣାମ ପ୍ରାପ୍ତ ହୋଇଥାଏ। ଏହାସହିତ ଶନିଦେବଙ୍କର ସାଢେ଼ ସାତୀର ସାମ୍ନା କରିବାକୁ ପଡ଼ିଥାଏ।

ଶନିବାର ଦିନ କେବେବି ଲୁହା ବିକ୍ରି କରିବା ବା କିଣିବା ଉଚିତ ନୁହେଁ। ଲୁହାକୁ କେବେବି ମାଗଣାରେ ଆଣିବା ଉଚିତ ନୁହେଁ। ନଚେତ ଭଗବାନ ଶନିଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ। ତିଳକୁ ମଧ୍ୟ କେବେବି ମାଗଣାରେ ନେବେ ନାହିଁ। ଯାହାଦ୍ଵାରା ସନୀଙ୍କର ପ୍ରତିକୂଳ ଦଶା ପଡ଼ିବା କ୍ଷଣି ଜୀବନରେ ଅନେକ ସମସ୍ୟା ଆସିଥାଏ। ଯଦି ଆପଣ କୌଣସି ବ୍ୟକ୍ତି ଦ୍ଵାରା କିଛି କାର୍ଯ୍ୟ ସମ୍ପନ୍ନ କରୁଛନ୍ତି, ତାହେଲେ ସେହି ବ୍ୟକ୍ତିକୁ କିଛି ଦାନ କରି ବିଦାୟ ଦିଅନ୍ତୁ। ମାଗଣାରେ ନିଜ କାର୍ଯ୍ୟ ସମ୍ପାଦନ କରାଇବା ଅନୁଚିତ୍ ଅଟେ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଶନି କ୍ରୋଧିତ ହୋଇ ଯାଇଥାନ୍ତି।

Leave a Reply

Your email address will not be published. Required fields are marked *