ନଖ କାଟି ଏହି ଗଛର ମୂଳରେ ପକାଇ ଦିଅନ୍ତୁ , ଏବଂ ଚମତ୍କାରକୁ ଅପେକ୍ଷା କରନ୍ତୁ । ପୂରଣ ହେବ ସବୁ ମନସ୍କାମନା

ନଖ ଶରୀରର ଏକ ଏପରି ଅଂଶ ଅଟେ ଯାହାକି ଅନେକ ଶକ୍ତିରେ ପୂର୍ଣ୍ଣ ଥାଏ । ଅନେକ ପୁରୁଣା କାଳରୁ ହିଁ ନଖକୁ ବ୍ୟବହାର କରି କଳା ଯାଦୁ ଏବଂ ତନ୍ତ୍ରମନ୍ତ୍ର କରାଯାଇ ଆସୁଛି । ତେଣୁ ଲୋକେ ନଖ କାଟି ଏଣେତେଣେ ପକାଇ ବହୁତ ବଡ଼ ଭୁଲ କରି ଦିଅନ୍ତି । ଯାହା କରିବା ଦ୍ୱାରା ଦୁର୍ଭାଗ୍ୟ ଆସିଥାଏ । ସାଧରଣତଃ ନଖ କିମ୍ବା କେଶ ମନୁଷ୍ୟର ସବୁଠାରୁ ବଡ଼ ଶକ୍ତି ହୋଇଥାଏ । ଯାହା ଉପରେ କଳା ଯାଦୁ କରିବା ଅର୍ଥ ମନୁଷ୍ୟର ଶକ୍ତିକୁ କାବୁ କରିବା । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ପାଛୋଟି ନଖ କାଟି କେଉଁ ନିୟମ ପାଳନ କରିବା ଉଚିତ ସେହି ବିଷୟରେ କହିବୁ ।

ଯଦି ଆପଣ କୌଣସି ଆବର୍ଜନା ସ୍ଥାନରେ ନଖ କାଟି ଫିଙ୍ଗି ଦେଉଛନ୍ତି ତେବେ ଆପଣଙ୍କ ଜୀବନରେ ସମସ୍ୟା ଦେଖା ଦେବ ଏବଂ ସବୁକିଛି ବିଗିଡିବାରେ ଲାଗିବ । ଏହାଦ୍ବାରା ଆପଣ ବିନା କାରଣରେ ମଧ୍ୟ ଚିନ୍ତିତ ହୋଇ ପାରନ୍ତି । ପୁଣି ସ୍ୱାସ୍ଥ୍ୟ ସମସ୍ୟା ଠାରୁ ଆରମ୍ଭ କରି ଆର୍ଥିକ ସ୍ଥିତି ମଧ୍ୟ ଖରାପ ହୋଇପାରେ । ତେଣୁ ନଖ କାଟିବା ପରେ ଆବର୍ଜନାରେ ପକାନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ ଶକ୍ତି ଉପରେ ସିଧାସଳଖ ଖରାପ ପ୍ରଭାବ ପଡ଼ିଥାଏ । ଶକ୍ତି ଉପରେ ଖରାପ ପ୍ରଭାବ ପଡ଼ିବା ଅର୍ଥ ଜୀବନ ନକରାତ୍ମକ ଦିଗରେ ଗତି କରିବା । ଯଦି ଆପଣଙ୍କର ଆର୍ଥିକ ସମସ୍ୟା ରହିଛି ତେବେ ମଙ୍ଗଳବାର ଏବଂ ଶନିବାର ଦିନ ନଖ କିମ୍ବା କେଶ କାଟନ୍ତୁ ନାହିଁ ।

ଆପଣ ନଖ ଏବଂ କେଶ ବୁଧବାର ଏବଂ ଶୁକ୍ରବାର କାଟି ପାରିବେ । ମାତ୍ର ନଖ ଏବଂ କେଶ କାଟି ଆପଣ ତାହାକୁ କୌଣସି ବରଗଛ ମୂଳରେ ପକାଇ ଦିଅନ୍ତୁ । ନଚେତ ଅନ୍ୟ କୌଣସି ଗଛ ମୂଳରେ ପକାଇ ଦିଅନ୍ତୁ । ମାତ୍ର ତୁଳସୀ ଗଛ ମୂଳରେ ଏହାକୁ ପକାନ୍ତୁ ନାହିଁ । ନଖରେ ଶକ୍ତି ଥାଏ । ଯଦି ଆପଣ ତାହାକୁ କାଟି କୌଣସି ଗଛ ମୂଳରେ ପକାଇ ଦିଅନ୍ତି ତେବେ ଆପଣଙ୍କର କୌଣସିବି ପ୍ରକାରର ଆର୍ଥିକ ସମସ୍ୟାରେ ସୁଧାର ଆସିଥାଏ ।

ଏହାଦ୍ବାରା ଜୀବନର ଅନ୍ୟ ସମସ୍ୟା ମଧ୍ୟ ଦୂରେଇ ଯାଏ । ମାତ୍ର ଶମୀ ଗଛ ମୂଳରେ ପକାନ୍ତୁ ନାହିଁ । ଆମ ପୁରାଣ ବେଦ ଶାସ୍ତ୍ରରେ କେଶ ବିଷୟରେ ଅନେକ କଥା କୁହାଯାଇଛି । ଏପରିକି କେଶକୁ କିପରି ରଖିବା ଉଚିତ ଏବଂ କେଶକୁ କିପରି କୁଣ୍ଡାଇବା ଉଚିତ , କେଉଁଦିନ କାଟିବା ଉଚିତ , କେଉଁଦିନ ଧୋଇବା ଉଚିତ , କେଶକୁ କେତେ ଲମ୍ବା ରଖିବା ଉଚିତ ଏସବୁ ବିଷୟରେ ଆମ ଶାସ୍ତ୍ରରେ ଲେଖା ଯାଇଛି । ତେଣୁ ମହିଳାଙ୍କ ତାଙ୍କ କେଶ ସହ ଜଡ଼ିତ ଯେଉଁ ବିଶେଷ ନିୟମର ପାଳନ କରିବା ଉଚିତ ସେହି ବିଷୟରେ କହିବୁ ।

ହିନ୍ଦୁ ଧର୍ମ ଅନୁଯାୟୀ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବୀ ଦେବତାଙ୍କୁ ସମର୍ପିତ ହୋଇଥାଏ । ପ୍ରତ୍ୟେକ ଦିନ ପାଇଁ କୌଣସି ନା କୌଣସି ନିୟମ ନିଶ୍ଚିତ ଥାଏ । ଏହିପରି କେଶ କାଟିବା ସମ୍ବନ୍ଧୀୟ ଅନେକ ନିୟମ ଥାଏ । ମଙ୍ଗଳବାର , ଗୁରିବାର ଏବଂ ଶନିବାର ଦିନ କେଶ କାଟିବା ଉଚିତ ନୁହେଁ । ମଙ୍ଗଳବର ଦିନ ମଙ୍ଗଳ ଦେବତାଙ୍କ ଦିନ ହୋଇଥାଏ । ଏହିଦିନ କେଶ କାଟିଲେ ମଙ୍ଗଳ ସ୍ଥିତି ଖରାପ ହୋଇଥାଏ ଏବଂ ଏହାଦ୍ବାରା ଆୟୁଷ କମିଥାଏ ।

ଗୁରୁବାରର ସମ୍ବନ୍ଧ ଗୁରୁ ଗ୍ରହ ସହିତ ହୋଇଥାଏ । ତେଣୁ ଏହିଦିନ କେଶ କାଟିବା ଦ୍ୱାରା ଆମକୁ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ମାନ ସମ୍ମାନ ଏବଂ ଧନ ହାନୀ ହୋଇଥାଏ । କାରଣ ଗୁରୁବାର ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ଦିନ ହୋଇଥାଏ । ତେଣୁ ଏହିଦିନ କେଶ କାଟିବା ଉଚିତ ନୁହେଁ । ଶନିବାରର ସମ୍ପର୍କ ଶନିଦେବଙ୍କ ସହିତ ରହିଛି । ତେଣୁ ଏହିଦିନ କେଶ କାଟିଲେ ଜୀବନରେ କିଛି ନା କିଛି ସମସ୍ୟା ଆସିଥାଏ । କେଶ କାଟିବା ପାଇଁ ବୁଧବାର , ଶୁକ୍ରବାର ଏବଂ ରବିବାର ସବୁଠାରୁ ଅଧିକ ଉତ୍ତମ ଦିନ ହୋଇଥାଏ ।

Leave a Reply

Your email address will not be published. Required fields are marked *