ଋଣରୁ ମୁକ୍ତି ପାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ତିନୋଟି କଥା ନିଶ୍ଚିତ ଭାବରେ ଜାଣି ରଖନ୍ତୁ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତି ଗ୍ରନ୍ଥରେ ବର୍ଣ୍ଣିତ ରହିଥିବା କିଛି ଖାସ ତଥ୍ୟ ବିଷୟରେ ଆଲୋଚନା କରିବା। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ବ୍ୟକ୍ତିର ଧର୍ମ ତାର ଜନ୍ମ, ତାର ପରିଚୟ ହୋଇ ପାରିବ ନାହିଁ। ବ୍ୟକ୍ତିର କର୍ମ ହିଁ ତାକୁ ମହାନ ବନେଇ ଥାଏ। ଋଣ ମନୁଷ୍ୟର ସବୁଠାରୁ ବଡ଼ ଶତ୍ରୁ ଅଟେ। ଯଦି ବ୍ୟକ୍ତି ସୁଖମୟ ଜୀବନ ଅତିବାହିତ କରିବାକୁ ଚାହୁଁଛି, ତାହେଲେ ବ୍ୟକ୍ତିକୁ ସମସ୍ତ ଋଣ ପରିଶୋଧ କରିବା ଆବଶ୍ୟକ।

ମନୁଷ୍ୟକୁ ନିଜ ଭବିଷ୍ୟତ ଓ ଅତୀତ ବିଷୟରେ ବିଚାର କରିବା ଉଚିତ ନୁହେଁ।କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ବିଚାର କରି ମନୁଷ୍ୟ ନିଜ ଜୀବନକୁ ସଫଳ କରି ପାରିବ। ବ୍ୟବସାୟ ସମ୍ବନ୍ଧୀୟ ରହସ୍ୟ ଅନ୍ୟମାନଙ୍କ ସାମ୍ନାରେ ପ୍ରକାଶ କରିବା ଉଚିତ ନୁହେଁ। ଯଦି ଆପଣ କୌଣସି ରହସ୍ୟ କଥା ଅନ୍ୟମାନଙ୍କ ସାମ୍ନାରେ ପ୍ରକାଶ କରନ୍ତି, ତାହେଲେ ଆପଣଙ୍କର ବିନାଶ ସୁନିଶ୍ଚିତ। ଯେଉଁ ବ୍ୟକ୍ତି ଆପଣଙ୍କର ଯେତେ ନିକଟତର ହୋଇ ଥିବେ, ସେ ଦୂରରେ ଏହିମେ ମଧ୍ୟ ସେ ଆପଣଙ୍କ ହୃଦୟରେ ରହିବେ।କିନ୍ତୁ କୌଣସି ବ୍ୟକ୍ତିକୁ ହୃଦୟରୁ କାଢି ଦେବା ପରେ ସେ ପାଖରେ ଥିଲେ ମଧ୍ୟ ଦୂରରେ ରହିବା ଭଳି ସମାନ ହୋଇଥାଏ।

ଯେତେବେଳେ ଆପଣ କୌଣସି କାର୍ଯ୍ୟର ଆରମ୍ଭ କରୁଛନ୍ତି , ସେତେବେଳେ ପ୍ରଥମେ ନିଜେ ନିଜକୁ ପ୍ରଶ୍ନ ପଚାରନ୍ତୁ। କଣ ଆପଣ ସତରେ ସେହି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ଏବଂ କଣ ସେହି କାର୍ଯ୍ୟରେ ଆପଣ ସଫଳତା ହାସଲ କରିବେ? ଭୟ କରି ଆପଣ କୌଣସି କାର୍ଯ୍ୟକୁ ଅଧୁରା ରଖନ୍ତୁ ନାହିଁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ନିଜ ଭୟ ଉପରେ ବିଜୟ ହାସଲ କରିଥାନ୍ତି, ସେ ହିଁ ସବୁଠାରୁ ସୁଖୀ ବ୍ୟକ୍ତି ଅଟନ୍ତି।

ଆପଣ ନିଜ ଅର୍ଥକୁ ଏଭଳି ଲୋକଙ୍କୁ ଦାନ କରନ୍ତୁ, ଯିଏ ଆପଣଙ୍କ କଥାକୁ ସମ୍ମାନ ଦେଉଥିବେ। ସିଧା ଛିଡା ହୋଇଥିବା ବୃକ୍ଷକୁ ପ୍ରଥମେ କଟା ଯାଇଥାଏ। ଏହାର ଅର୍ଥ ସବୁଠାରୁ ଅଧିକ ସଚ୍ଚୋଟ ପଣିଆ ଅଧିକ ଘାତକ ସାବ୍ୟସ୍ତ ହୋଇପାରେ। ଏହା ବିନାଶର କାରଣ ହୋଇପାରେ। ଭଗବାନଙ୍କୁ ମନ୍ଦିରରେ ଖୋଜିବା ଦ୍ଵାରା କିଛି ଲାଭ ମିଳିଥାଏ। ଯେଉଁ ଶରୀରରେ ପବିତ୍ର ଆତ୍ମା ରହିଥାଏ, ସେହି ଶରୀରରେ ସ୍ଵୟଂ ଈଶ୍ୱର ବାସ କରିଥାନ୍ତି

Leave a Reply

Your email address will not be published. Required fields are marked *