ମନୁଷ୍ୟକୁ ଏହି ତିନି ପ୍ରକାରର ଭୋଜନ ଆଦୋୖ କରିବା ଉଚିତ ନୁହେଁ । ନଚେତ କମିଯାଏ ଆୟୁଷ । ଜାଣନ୍ତୁ କଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ :-

ପ୍ରତ୍ୟକ ମନୁଷ୍ୟ ଜୀବନ ବଞ୍ଚିବା ପାଇଁ ଅନ୍ନ ଆବଶ୍ୟକ କରିଥାନ୍ତି । ପ୍ରତ୍ୟେକ ଜୀବଜନ୍ତୁଙ୍କର ଭିନ୍ନ ଭିନ୍ନ ଖାଦ୍ୟ ରହିଥାଏ । ତେବେ ଖାଦ୍ୟ ଦ୍ୱାରା ହିଁ ମନୁଷ୍ୟ କିମ୍ବା ଜୀବଜନ୍ତୁ ଜୀବନରେ ସଂଘର୍ଷ ଏବଂ ପରିଶ୍ରମ କରିପାରେ । କାରଣ ମନୁଷ୍ୟ ବଞ୍ଚିବା ପାଇଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି ଖାଦ୍ୟ । ଖାଦ୍ୟ ସେବନ କରିବା ଦ୍ୱାରା ଶକ୍ତି ମିଳିଥାଏ । ଯାହାଦ୍ୱାରା ମନୁଷ୍ୟ କାମ କରିବାକୁ ସକ୍ଷମ ହୁଏ । ସନାତନ ଧର୍ମରେ ଭୋଜନ ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କରିବାର ନିୟମ ରହିଛି । ଭୋଜନ ଗ୍ରହଣ ପୂର୍ବରୁ ଭଗବାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥାଏ । ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଭୋଜନ କରିବା ସମୟରେ କେଉଁ ସବୁ ଭୁଲ କରିବା ଆଦୋୖ ଉଚିତ ନୁହେଁ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାରେ ଭୋଜନ କରିବାର ଅନେକ ନିୟମ ବିଷୟରେ କହିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟ ବଞ୍ଚିବା ପାଇଁ ଖାଦ୍ୟ ଆହରଣ କରିଥାଏ । ମାତ୍ର ସେ କାମ ଏବଂ ମୋହରେ ଅନ୍ଧ ହୋଇ ତାମସିକ ଭୋଜନ କରିବା ଉଚିତ ନୁହେଁ । ବରଂ ଭଗବାନଙ୍କ ନାମ ନେଇ ସାତ୍ଵିକ ଭୋଜନ କରିବା ଉଚିତ । ଯେଉଁ ବ୍ୟକ୍ତି ତାମସିକ ଭୋଜନ କରିଥାଏ ସେ କ୍ରୋଧ ଏବଂ ଲାଳସାର ବଶବର୍ତ୍ତୀ ହୋଇ ଦୁଷ୍କର୍ମକୁ ଆପଣେଇଥାଏ । ଏହାବ୍ୟତୀତ ସେ ଖୁବ କ୍ରୋଧି ସ୍ୱଭାବର ମଧ୍ୟ ହୋଇଥାଏ । ମାତ୍ର ସାତ୍ଵିକ ଭୋଜନ କରୁଥିବା ବ୍ୟକ୍ତିର ମନ ପବିତ୍ର ହୋଇଥାଏ । ଏପରି ଶରୀରରେ ଭଗବାନ ସଦୈବ ବାସ କରିଥାନ୍ତି । ଭୋଜନ କରିବା ସମୟରେ ଠିକ ଦିଗକୁ ମୁହଁ କରି ଭୋଜନ କରିବା ମଧ୍ୟ ଉଚିତ । ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କଲେ ଘର ଉପରେ ପ୍ରେତାତ୍ମାର ପ୍ରଭାବ ପଡ଼ିଥାଏ ଏବଂ ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ତେଣୁ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ ।

ଘରକୁ ଆସୁଥିବା ଅତିଥିଙ୍କୁ କେବେ ନିରାଶ କରି ଖାଲି ହାତରେ ଫେରାଇବା ଉଚିତ ନୁହେଁ । ତେଣୁ ଭୋଜନ କରାଇବା ପରେ ହିଁ ନିଜେ ଭୋଜନ ଗ୍ରହଣ କରନ୍ତୁ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ନିଜ ପିତାଙ୍କ ଘରେ ରହୁଥିବା ବିବାହିତ କନ୍ୟା , ଦୁଃଖୀ କିମ୍ବା ଗର୍ଭଧାରଣ ସ୍ତ୍ରୀ ତଥା ବୃଦ୍ଧଙ୍କୁ ଭୋଜନ କରାଇବା ପରେ ହିଁ ନିଜେ ଭୋଜନ କରିବା ଉଚିତ । ଏହି ସମସ୍ତଙ୍କୁ ଭୋଜନ ନକରାଇ ଯେଉଁ କନ୍ୟା ଭୋଜନ କରିଥାଏ ସେ ପାପର ଭାଗିଦାରୀ ହୋଇଥାଏ । ଯେଉଁ ବ୍ୟକ୍ତି ବିନା ସ୍ନାନରେ ଭୋଜନ କରିଥାଏ ସେହି ବ୍ୟକ୍ତି ନର୍କକୁ ଯାଇଥାଏ । ଯେଉଁ ବ୍ୟକ୍ତି ବିନା ଛୋଟ ପିଲା ଏବଂ ବୃଦ୍ଧଙ୍କୁ ଭୋଜନ କରାଇ ନିଜେ ଭୋଜନ କରିଥାଏ ସେହି ଭୋଜନ ନିରର୍ଥକ ଏବଂ ବିଷ ସମାନ ହୋଇଥାଏ । ଯିଏ ବିନା ଦାନରେ ଭୋଜନ କରିଥାଏ ସେହି ଭୋଜନ ବିଷ ସମାନ ହୋଇଥାଏ ।

ଭୋଜନ କରିବା ସମୟରେ ଠିକ ଦିଗକୁ ମୁହଁ କରି ଭୋଜନ କରିବା ମଧ୍ୟ ଉଚିତ । ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କଲେ ଘର ଉପରେ ପ୍ରେତାତ୍ମାର ପ୍ରଭାବ ପଡ଼ିଥାଏ ଏବଂ ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ତେଣୁ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ ।

ଭୋଜନ ଉପର ଦେଇ ଡେଇଁ ଯାଇଥିବା ଭୋଜନକୁ ଗ୍ରହଣ କରିବା ଉଚିତ ନୁହେଁ । ଏପରି ଭୋଜନ ଅଶୁଦ୍ଧ ହୋଇଯାଏ । ଏପରି ଭୋଜନକୁ ପଶୁଙ୍କୁ ଖୁଆଇ ଦେବା ଉଚିତ । ମନୁଷ୍ୟ ସେହି ଭୋଜନକୁ ସେବନ କଲେ ଆୟୁଷ କମିଯିବ ଏବଂ ଶରୀରରେ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ହୋଇଥାଏ । ଗରୁଡ଼ ପୁରାଣ ଅନୁଯାୟୀ ଯଦି ଭୋଜନରୁ ଚୁଟି ବାହାରି ଥାଏ ତେବେ ସେହି ଭୋଜନ ବିଷ ସମାନ ହୋଇଯାଏ । ତାହାକୁ ସେବନ କରିବା ଉଚିତ ନୁହେଁ । ତାହାକୁ ଈଶ୍ୱରଙ୍କୁ ମଧ୍ୟ କେବେ ପ୍ରସାଦ ଆକାରରେ ଚଢ଼ାଇବା ଉଚିତ ନୁହେଁ । ସେହି ଭୋଜନ ପ୍ରେତଙ୍କୁ ପ୍ରାପ୍ତ ହୋଇଥାଏ । ଅନ୍ୟ ପାଇଁ ପରୋଶା ଯାଇଥିବା ଭୋଜନ ମଧ୍ୟ ମନୁଷ୍ୟ ଖାଇବା ଉଚିତ ନୁହେଁ । ଭୋଜନ ସମସ୍ତେ ବାଣ୍ଟି ଖାଇବା ଉଚିତ । ମାତ୍ର ଯେଉଁ ବ୍ୟକ୍ତି ଅନ୍ୟକୁ ନଦେଇ ଏକୁଟିଆ ଖାଇଥାଏ ତା ଉପରେ ମାତା ଅନ୍ନପୂର୍ଣ୍ଣା ରୁସ୍ଟ ହୋଇଥାନ୍ତି । ଅନ୍ୟର ଭୋଜନ ଗ୍ରହଣ କରିବା ଦ୍ୱାରା ମନୁଷ୍ୟର ପୁଣ୍ୟ ନଷ୍ଟ ହୋଇଥାଏ ।

Leave a Reply

Your email address will not be published. Required fields are marked *