ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ଘରେ ସୁଖସମୃଦ୍ଧି ବଢିବା ପୂର୍ବରୁ ତୁଳସୀ ଗଛ ଦେଇଥାଏ ସଂକେତ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ତୁଳସୀ ଗଛ କେଉଁ ସବୁ ସଂକେତ ଦେଇଥାଏ। କହିବାକୁ ଗଲେ ଘରେ ତୁଳସୀ ଗଛ ରହିବା ଅତ୍ୟନ୍ତ ଶୁଭ ଅଟେ । ତେଣୁ ପ୍ରତ୍ୟେକଦିନ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରି ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହାସହିତ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।ପୌରାଣିକ ମାନ୍ୟତା ଅନୁସାରେ ତୁଳସୀକୁ ଅଲୌକିକ ଶକ୍ତି ବୋଲି ମାନା ଯାଇଛି। କୁହାଯାଏ କି ଯେଉଁଠାରେ ତୁଳସୀ ଗଛ ରହିଥାଏ, ସେଠାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ମଧ୍ୟ ବାସ କରିଥାନ୍ତି।

ତୁଳସୀ ଗଛକୁ ପ୍ରତ୍ୟେକଦିନ ପୂଜାର୍ଚ୍ଚନା କରୁଥିବା ଲୋକଙ୍କୁ ମୃତ୍ୟୁ ପରେ ସ୍ୱର୍ଗଲୋକ ପ୍ରାପ୍ତ ହୋଇଥାଏ। ଶାସ୍ତ୍ରରେ ପ୍ରତ୍ୟେକ ହିନ୍ଦୁଲୋକଙ୍କ ଘର ଅଗଣାରେ ତୁଳସୀ ଗଛ ରହିବାର ବିଧାନ ରହିଛି। ଘରର ମୁଖ୍ୟ ଫାଟକ ସାମ୍ନାରେ ତୁଳସୀ ଗଛ ରହିଲେ, ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ। ଏହାସହିତ ତୁଳସୀ ଗଛ ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ମଧ୍ୟ ସୂଚନା ଦେଇଥାଏ। ଯାହାଦ୍ଵାରା ଆମେ ସାବଧାନ ହୋଇ ସେହି କଠିନ ପରିସ୍ଥିତିକୁ ସାମ୍ନା କରି ଥାଉ।

ପୂରଣ ଓ ଗ୍ରନ୍ଥରେ ଏହି ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି, ଅର୍ଥାତ୍ ଆମ ଜୀବନ ଉପରେ ଆସୁଥିବା ସଙ୍କଟ ବିଷୟରେ ଆମ ଆଖପାଖରେ ଥିବା ଗଛଲତା ଓ ଜୀବଜନ୍ତୁ ସଂକେତ ଦେଇଥାନ୍ତି। ତେଣୁ ଆସନ୍ତୁ ସେହି ସଂକେତ ବିଷୟରେ ଆଲୋଚନା କରିବା।

– ତୁଳସୀ ଗଛ ଅଚାନକ ଶୁଖି ଯିବା। ଯଦି ତୁଳସୀ ଗଛକୁ ସଠିକ ରୂପରେ ଧ୍ୟାନ ଦିଆଯିବ, ତାହେଲେ କେବେବି ଏହା ଶୁଖିବ ନାହିଁ। ଶାସ୍ତ୍ରରେ ସୁଲଦି ଗଛ ଶୁଖିଯିବା ଅତ୍ୟନ୍ତ ଅଶୁଭ ହୋଇଥାଏ ବୋଲି ମାନା ଯାଇଛି। ଏହାର ଅର୍ଥ ଆପଣଙ୍କ ଘର ଉପରେ ବହୁତ ବଡ଼ ବିପଦ ମାଡି ଆସିପାରେ। କୌଣସି କାରଣ ଯୋଗୁଁ ଆପଣଙ୍କୁ ବ୍ୟାପାରରେ କ୍ଷତି ସହିବାକୁ ପଡିପାରେ।

– ଯଦି ତୁଳସୀ ପତ୍ର ବାରମ୍ବାର ଝଡି ଯାଉଛି, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କ ଘରେ ଆର୍ଥିକ ଅଭାବ ଦେଖା ଦେଇପାରେ। ଏଥିପ୍ରତି ସାବଧାନ ରୁହନ୍ତୁ। ତେଣୁ ତୁଳସୀ ଗଛର ବିଶେଷ ରୂପରେ ଧ୍ୟାନ ରଖନ୍ତୁ। ଏହାର ଅଶୁଭ ପରିଣାମ ଆପଣଙ୍କ ଘରେ କଳି ଝଗଡା ଲାଗି ରହିପାରେ।

– ଯଦି ତୁଳସୀ ଗଛ ମୂଳରେ ଅଚାନକ ପିମ୍ପୁଡ଼ି ଲାଗୁ ଥିବାର ଆପଣ ଦେଖୁଛନ୍ତି, ତାହେଲେ ଏହା ଅତ୍ୟନ୍ତ ଶୁଭ ସଂକେତ ଅଟେ। ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଅଚାନକ ଧନ ପ୍ରାପ୍ତି ହେବାର ମଧ୍ୟ ସମ୍ଭାବନା ରହିଛି।

– ଯଦି ତୁଳସୀ ଗଛ ସର୍ବଦା ସବୁଜମୟ ରହିବ, ତାହେଲେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ତେଣୁ ତୁଳସୀ ଗଛର ସର୍ବଦା ଯତ୍ନ ନିଅନ୍ତୁ ଏବଂ ପ୍ରତ୍ୟେକଦିନ ପାଣି ଦିଅନ୍ତୁ। ତୁଳସୀ ଗଛ ସବୁଜମୟ ରହିଲେ, ଘରେ ଧନଧାନ୍ୟ ବୃଦ୍ଧି ହୋଇଥାଏ।

Leave a Reply

Your email address will not be published. Required fields are marked *