ମଇଳା ପୋଷାକ ପିନ୍ଧୁଥିବା ଲୋକ ନିଶ୍ଚିତ ଜାଣି ନିଅନ୍ତୁ କିଛି ରହସ୍ୟ । ନଚେତ ପଡ଼ିବେ ସମସ୍ୟାରେ

ମନୁଷ୍ୟ ଜୀବନରେ ସମୟ ସମୟରେ ହଠାତ ଏପରି ସବୁ ସମସ୍ୟା ଦେଖା ଦେଇଥାଏ ଯାହାର କାରଣ ମନୁଷ୍ୟ ବୁଝି ପାରି ନଥାଏ କିମ୍ବା ବୁଝିବା ବେଳକୁ ଅନେକ ବିଳମ୍ବ ହୋଇ ଯାଇଥାଏ । ତେବେ ହଠାତ ଅର୍ଥ ହାନୀ , ପରିବାରରେ ଅଶାନ୍ତି , ମାନସିକ ଚିନ୍ତା , ଗମ୍ଭୀର ରୋଗ ଭଳି ସମସ୍ୟା ଦେଖା ଦେଲେ ତାହାର କାରଣ ମନୁଷ୍ୟ ମଧ୍ୟ ହୋଇପାରେ । କେବଳ ଯେ ବାହ୍ୟ କାରଣ ଏଥିପାଇଁ ଦାୟୀ ତାହା ନୁହେଁ ।

ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ମନୁଷ୍ୟ ନିଜ ଘରେ ରଖୁଥିବା ସବୁ ଆସବାବପତ୍ର , ନିଜର ପୋଷାକ , ଜୋତା ସବୁକିଛିର ରଖିବା ସ୍ଥାନ ଅନୁଯାୟୀ ହିଁ ମନୁଷ୍ୟ ଜୀବନରେ ପ୍ରଭାବ ପଡ଼ିଥାଏ । ଯେଉଁ ବିଷୟରେ ବାସ୍ତୁ ଶାସ୍ତ୍ରରେ ବେଶ ଭଲ ଭାବରେ ବର୍ଣ୍ଣନା କରାଯାଇଛି । ଏହାବ୍ୟତୀତ ସବୁ ଜିନିଷର ବ୍ୟବହାର ମଧ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇ ଥାଏ ।

ସାଧରଣତଃ ମନୁଷ୍ୟ ଧାରଣ କରୁଥିବା ବସ୍ତ୍ର ମଧ୍ୟ ଏଥିପାଇଁ ଦାୟୀ ହୋଇଥାଏ । ମନୁଷ୍ୟ ବାହାରୁ ଘରୁ ପ୍ରବେଶ କରିବା ସମୟରେ ସେ ଧାରଣ କରିଥିବା ପୋଷାକ ସହିତ ଅନେକ ନକରାତ୍ମକ ଶକ୍ତି ମଧ୍ୟ ଆସିଥାଏ । ତେବେ ଏହାଦ୍ବାରା ଘରେ ଅଶାନ୍ତି ଏବଂ କ୍ଳେଶ ଦେଖା ଦେଇଥାଏ । ମନୁଷ୍ୟ ଧାରଣ କରୁଥିବା ପୋଷାକର ଅତ୍ୟନ୍ତ ମହତ୍ତ୍ୱ ରହିଛି । ମନୁଷ୍ୟ ଧାରଣ କରୁଥିବା ପୋଷାକ ମନୁଷ୍ୟର ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ବିଷୟରେ ମଧ୍ୟ ଅନେକ କିଛି ସଙ୍କେତ ଦେଇଥାଏ ।

ପୋଷାକର ପରିସ୍ଥିତି ଅନୁଯାୟୀ ହିଁ ମନୁଷ୍ୟର ଶାରୀରିକ ଏବଂ ମାନସିକ ସ୍ଥିତି ବିଷୟରେ ଜଣା ପଡ଼ିଥାଏ । ବିଶେଷ କରି ମଇଳା କପଡ଼ା ଏବଂ ଛିଡ଼ା କପଡ଼ା ପିନ୍ଧିବା ଉଚିତ ନୁହେଁ । କାରଣ ଏହା ଶୁକ୍ର ଗ୍ରହକୁ ପ୍ରଭାବିତ କରିଥାଏ । ଯାହାଦ୍ୱାରା ମନୁଷ୍ୟ ଜୀବନରେ ସମସ୍ୟା ଦେଖା ଦେଇଥାଏ ।

ଏହାଦ୍ବାରା ରୋଗ ଏବଂ କ୍ଳେଶ ମଧ୍ୟ ଜୀବନରେ ସୃଷ୍ଟି ହୋଇଥାଏ । ତେଣୁ ସର୍ବଦା ପରିଷ୍କାର ଏବଂ ବିନା ଫଟା ପୋଷାକ ପିନ୍ଧିବା ଉଚିତ । ଏପରି କୁହାଯାଏ ଯେ ଯେତେବେଳେ ଏକ ପୋଷାକ ବୁଣିବା ପାଇଁ ସୂତାର ପ୍ରୟୋଗ ହୋଇଥାଏ ସେତେବେଳେ ଏହା ଉପରେ ବୁଧ ଗ୍ରହର ଆଧିପତ୍ୟ ରହିଥାଏ ।

ଯେତେବେଳେ ତାହାକୁ ଏକ ପୋଷାକ ତିଆରି ପାଇଁ ବ୍ୟବହାର କରାଯାଏ ସେତେବେଳେ ତାହା ଉପରେ ମଙ୍ଗଳ ଗ୍ରହର ଆଧିପତ୍ୟ ରହିଥାଏ । ଯେତେବେଳେ ତାହାକୁ କୌଣସି ସୂତାଦ୍ୱାରା ସିଲେଇ କରାଯାଏ ସେତେବେଳେ ଚନ୍ଦ୍ର ଏବଂ ଯେତେବେଳେ କୌଣସି କଇଁଚି ଦ୍ୱାରା କଟା ଯାଏ ସେତେବେଳେ ଶନିଙ୍କ ଆଧିପତ୍ୟ ରହିଥାଏ । ତେଣୁ ଭୁଲରେ ବି ମଇଳା ପୋଷାକ ପିନ୍ଧିବା ଦ୍ୱାରା ମନୁଷ୍ୟ ନିଜ ଜୀବନରେ ଦାରିଦ୍ର୍ୟତା ଏବଂ ସମସ୍ୟାକୁ ଆମନ୍ତ୍ରିତ କରିଥାଏ । ଯାହାଦ୍ୱାରା ଗ୍ରହ ଦୋଷ ଲାଗିଥାଏ ।

ଯେତେବେଳେ ଆପଣ ବାହାରୁ ଘରକୁ ଆସୁଛନ୍ତି ସେତେବେଳେ ବ୍ୟବହାର କରିଥିବା ପୋଷାକକୁ ଦକ୍ଷିଣ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ ନାହିଁ । ଏହାଦ୍ବାରା ନକରାତ୍ମକତା ଘରକୁ ପ୍ରବେଶ କରିଥାଏ ଏବଂ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଆପଣ ଯେତେବେଳେ ବାହାରକୁ ଯାଉଛନ୍ତି ହୁଏତ ବାହାରେ ଲୋକଙ୍କ ଖରାପ ଦୃଷ୍ଟି ଆପଣଙ୍କ ପୋଷାକ ଉପରେ ପଡ଼ିଥାଇ ପାରେ କିମ୍ବା ଆପଣ କୌଣସି ନକରାତ୍ମକ ସ୍ଥାନ ନେଇ ଆସିଥାଇ ପାରନ୍ତି ।

ତେଣୁ ପୋଷାକକୁ ଦକ୍ଷିଣ ଦିଗରେ ରଖିଲେ ସେହି ନକରାତ୍ମକ ଶକ୍ତି ଆକ୍ଟିଭ ହୋଇଯାଏ । ଏହାବ୍ୟତୀତ ପୋଷାକକୁ କେବେ ବାହାରେ ପକାଇ ରଖିବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ପୋଷାକକୁ ଏହି ଦିଗରେ ରଖିଲେ ରାହୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ । ଯାହାଦ୍ୱାରା ଘରେ କଳହ କ୍ଳେଶ ଭଳି ସମସ୍ୟା ଦେଖା ଦେଇଥାଏ । ଯାହାଦ୍ୱାରା ଘରେ ଦାରିଦ୍ର୍ୟତା ଦେଖା ଦିଏ । ଏଥିପାଇଁ ମଇଳା ପୋଷାକକୁ ସର୍ବଦା ଉତ୍ତର କିମ୍ବା ଉତ୍ତର ପଶ୍ଚିମ ଦିଗରେ ରଖିବା ଉଚିତ ।

Leave a Reply

Your email address will not be published. Required fields are marked *