ଡିସେମ୍ବର ମାସଟି ଏହି ରାଶିର ଲୋକଙ୍କ ପାଇଁ ହେବ ଅତ୍ୟନ୍ତ ଶୁଭ ଦାୟକ !

ଡିସେମ୍ବର ମାସଟି ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି । ତେବେ ଡିସେମ୍ବର ମାସର ପ୍ରାରମ୍ଭରେ ଆପଣଙ୍କର ଅନେକ ଦିନକୁ ବିଚାରାଧୀନ ଥିବା କାର୍ଯ୍ୟ ସମାପ୍ତ ହେବାକୁ ଯାଉଛି । ପରିବାରର ବାତାବରଣ ଅତ୍ୟନ୍ତ ଆନନ୍ଦିତ ରହିବ । ମାସର ମଝିରେ କୌଣସି ନୂତନ ସ୍ଥାନ ଯାତ୍ରା କରି ପାରନ୍ତି । କମ୍ପାନୀ ଚାକିରି ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ଇଚ୍ଛା ଏହି ମାସରେ ପୂର୍ଣ୍ଣ ହେବାକୁ ଯାଉଛି ।

ଏହି ମାସରେ କୌଣସି ବିନିଯୋଗ କରିବାକୁ ଚାହୁଁଥିଲେ ସମୟ ଅତ୍ୟନ୍ତ ଉପଯୁକ୍ତ ଅଟେ ଏବଂ ଆପଣଙ୍କ ପାଇଁ ତାହା ଲାଭଦାୟକ ପ୍ରମାଣିତ ହେବ । ଆର୍ଥିକ ବୃଦ୍ଧି ହେବାକୁ ଯାଉଛି । ଡିସେମ୍ବର ମାସଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିବ । ଯୁବକମାନଙ୍କୁ ନୂତନ କ୍ୟାରିୟର ନିମନ୍ତେ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ଡିସେମ୍ବର ମାସର ଶେଷ ସୁଦ୍ଧା , ଏହି ରାଶିର ଲୋକମାନନକୁ କିଛି ବଡ଼ ଶୁଭ ଖବର ମିଳିପାରେ ।

ପ୍ରଥମ ସପ୍ତାହ:-

ଡିସେମ୍ବର ପ୍ରଥମ ସପ୍ତାହ ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବାକୁ ଯାଉଛି । ଚାକିରି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନସ୍କାମନା ପୂର୍ଣ୍ଣ ହେବ ଏବଂ ସବୁ ସମସ୍ୟା ଦୂରେଇ ଜିନ । ପରିବାରରେ ଧାର୍ମିକ କାର୍ଯ୍ୟାନୁଷ୍ଠାନର ଆୟୋଜନ ହୋଇପାରେ ।

ଦ୍ୱିତୀୟ ସପ୍ତାହ:-

ବିଦେଶୀ ସମ୍ପର୍କ କାରଣରୁ ଫାଇଦା ମିଳିବ । ଆଧ୍ୟାତ୍ମିକ ଏବଂ ଦାର୍ଶନିକ ସାହିତ୍ୟ ପ୍ରତି ଆଗ୍ରହ ରହିବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟର ସମାପ୍ତି ହେବ । ବ୍ୟବସାୟୀ ମାନଙ୍କୁ ଆଶା ଅନୁଯାୟୀ ଫାଇଦା ମିଳିବ ।

ତୃତୀୟ ସପ୍ତାହ:-

ନଭେମ୍ବର ମାସର ତୃତୀୟ ସପ୍ତାହ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବାକୁ ଯାଉଛି । ସାଙ୍ଗସାଥୀଙ୍କ ସହଯୋଗ ପ୍ରାପ୍ତ ହେବ । କୌଣସି ସ୍ଥାନକୁ ଭ୍ରମଣ କରି ପାରନ୍ତି । ପର୍ଯ୍ୟାପ୍ତ ଆର୍ଥିକ ଲାଭ ହେବାକୁ ଯାଉଛି । ଜୀବନସାଥୀ ସହିତ କୌଣସି କଥାରେ ମତାନ୍ତର ହୋଇପାରେ ।

ଚତୁର୍ଥ ସପ୍ତାହ:-

ଏହି ସମୟରେ ଆପଣଙ୍କୁ ନିଜର ପରିଶ୍ରମର ପୁରା ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଉନ୍ନତି ହେବ । ପୌତୃକ ସମ୍ପତ୍ତିର ଫାଇଦା ମିଳିପାରେ । କୋର୍ଟ ମାମଲାର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିବ ।

ପ୍ରତିକାର:-

ଶନିବାର ଏବଂ ମଙ୍ଗଳବାର ଦିନ ସୁନ୍ଦରକନଣ୍ଡ ପାଠ କରନ୍ତୁ । ସକାଳ ଓ ସନ୍ଧ୍ୟାରେ ଖାଦ୍ୟ ଖାଇବା ପୂର୍ବରୁ ନିୟମିତ ଗାଈକୁ ରୋଟି ଖୁଆନ୍ତୁ ।

Leave a Reply

Your email address will not be published. Required fields are marked *