କେବଳ ଗୋଟେ ଗ୍ଲାସ ପାଣି ଆପଣଙ୍କ ଭାଗ୍ୟ ବଦଳାଇ ଦେବ, କରନ୍ତୁ ଏହି ଖାସ ଉପାୟ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଅଧିକାଂଶ ସମୟରେ ଆପଣ ଦେଖିଥିବେ, ସାମାନ୍ୟ କଥା ବା ସାମାନ୍ୟ କାର୍ଯ୍ୟ ଆପଣଙ୍କ ଭାଗ୍ୟ ବଦଳାଇ ଦେଇଥାଏ। ଆମ ଜୀବନରେ କିଛି ଏଭଳି ସଂକେତ ମିଳିଥାଏ, ଯାହାକୁ ଆମେ ବୁଝି ପାରି ନଥାଉ। ଯେପରି ଖାଦ୍ୟ ଖାଇବା ସମୟରେ କିଛି ଖାସ କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ତେବେ ଏହି ଆମେ ଆପଣଙ୍କୁ ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା।

ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ, ଖାଦ୍ୟ ଖାଇବା ସମୟରେ ଅନେକ କଥା ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏଭଳି କରିବା ଦ୍ଵାରା ଆମ ସ୍ବାସ୍ଥ୍ୟ ଉତ୍ତମ ରହିବା ସହିତ ଦୁର୍ଭାଗ୍ୟ ମଧ୍ୟ ଦୂର ହୋଇଥାଏ। ଏହି ଟିପ୍ସ ବହୁତ ସରଳ ଓ ପ୍ରଭାବଶାଳୀ ଅଟେ।ତେବେ ଆସନ୍ତୁ ବାସ୍ତୁ ଅନୁସାରେ କିଛି ଖାସ ତଥ୍ୟ ବିଷୟରେ ଜାଣିବା।

ଖାଦ୍ୟ ଖାଇବା ସମୟରେ ଦିଗ ଉପରେ ବିଶେଷ ଧ୍ୟାନ ରଖନ୍ତୁ :-

ଖାଦ୍ୟ ସେବନ କରୁଥିବା ସମୟରେ କେବେବି ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ବସନ୍ତୁ ନାହିଁ। ପୌରାଣିକ ମାନ୍ୟତା ଅନୁସାରେ ଦକ୍ଷିଣ ଦିଗକୁ ମୃତ୍ୟୁର ଦେବତା ଯମ ବା ମୃତକଙ୍କ ଦିଗ ବୋଲି ମାନା ଯାଇଛି। ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଭୋଜନ କରିବା ଦ୍ଵାରା ମନରେ ହିଂସା, ନକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ତେଣୁ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଖାଦ୍ୟ ଖାଇବା ଉଚିତ ନୁହେଁ।

ପୌରାଣିକ ମାନ୍ୟତା ଅନୁସାରେ ଆପଣ ଖାଦ୍ୟ ଖାଉଥିବା ସମୟରେ ନିଜ ଭୋଜନରୁ ଯଦି ପକ୍ଷୀ ମାନଙ୍କୁ କିଛି ଖାଇବା ପାଇଁ ଦିଅନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ସୌଭାଗ୍ୟର କାରଣ ହେବ। ପ୍ରତ୍ୟେକଦିନ କୌଣସି ଜୀବଜନ୍ତୁଙ୍କ ନିଜ ଭାଗରୁ ଖାଇବା ପାଇଁ ଦେଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ଘରକୁ ଆସୁଥିବା ସଙ୍କଟ ଟଳି ଯାଇଥାଏ।

ସର୍ବଦା ଭୋଜନ କରୁଥିବା ସମୟରେ ନିଜ ଥାଳି ପାଖରେ ପିଇବା ପାଣି ଗ୍ଲାସ ଡାହାଣ ପାଖରେ ରଖିବା ଆବଶ୍ୟକ। ଖାଇବା ପରେ ପାଣି ପିଇବା ପାଇଁ ଡାହାଣ ହାତର ପ୍ରୟୋଗ କରନ୍ତୁ। ଅନେକ ଲୋକଙ୍କର ଖରାପ ଅଭ୍ୟାସ ରହିଥାଏ କି ଖାଇ ସାରିବା ପରେ ସେହି ଥାଳିରେ ପ୍ରଥମେ ହାତ ଧୋଇ ଥାଆନ୍ତି। ତେଣୁ ସେଭଳି ଭୁଲ କଦାପି କରିବେ ନାହିଁ। ଅଇଁଠା ଥାଳିରେ ହାତ ଧୋଇଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇ ଥାଆନ୍ତି ଏବଂ ଆର୍ଥିକ ଅଭାବ ଦେଖା ଦେଇଥାଏ। ତେଣୁ ଏଭଳି ଭୁଲ କଦାପି କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *