ଶନିବାର ଦିନ ଅଶ୍ୱତ୍ଥ ଗଛ ତଳେ ଜଳାଇବା ଦ୍ୱାରା ହୋଇଥାଏ ଏପରି । ଜାଣନ୍ତୁ କଣ କହିଛନ୍ତି ଶନି ଦେବ

ଅଶ୍ୱତ୍ଥ ବୃକ୍ଷ ଅତ୍ୟନ୍ତ ଚମତ୍କାରୀ ଗଛ ହୋଇଥାଏ ଯାହା ମନୁଷ୍ୟର ଜୀବନ ମଧ୍ୟ ବଦଳାଇ ଦେଇପାରେ । ଜୀବନର କୌଣସିବି ସମସ୍ୟା ହେଉ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିମ୍ବା ଅର୍ଥ ସମ୍ବନ୍ଧୀୟ ହେଉ ଯଦି ଆପଣ ଅଶ୍ୱତ୍ଥ ଗଛ ମୂଳରେ ଦୀପ ଦାନ କରନ୍ତି , ପୂଜା କରନ୍ତି ଏବଂ ପରିକ୍ରମା କରନ୍ତି ତେବେ ସେହି ସବୁ ସମସ୍ୟା ଦୂର ହୋଇଥାଏ । ଅଶ୍ୱତ୍ଥ ବୃକ୍ଷ ହେଉଛି ସ୍ବୟଂ ଭଗବାନ ବିଷ୍ଣୁ ଯାହାକି ଭଗବାନ ବିଷ୍ଣୁ ଗୀତାରେ ଉଲ୍ଲେଖ କରିଛନ୍ତି । ଏହାବ୍ୟତୀତ ଅଶ୍ୱତ୍ଥ ବୃକ୍ଷରେ ତେତିଶ କୋଟି ଦେବଦେବୀ ଏବଂ ପିତୃ ମଧ୍ୟ ବାସ କରନ୍ତି । ତେଣୁ କେବଳ ଏହି ଗଛକୁ ପୂଜା କରିବା ଦ୍ୱାରା ଆମକୁ ସମସ୍ତ ଦେବାଦେବୀ ଏବଂ ପିତୃଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏକ ଖାସ ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ ବିଶେଷ କରି ଶାଣିବାର ଦିନ କରନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କୁ ଭଲ ଫଳ ପ୍ରାପ୍ତ ହେବ । ଶନିବାର ଦିନ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ସମୟରେ ହିଁ ଏହି ଉପାୟ କରନ୍ତୁ । ତେବେ ଏହି ଉପାୟ ଅନୁଯାୟୀ ଶନିବାର ଦିନ ସନ୍ଧ୍ୟାରେ କୌଣସି ପୁରୁଣା ଅଶ୍ୱତ୍ଥ ବୃକ୍ଷ ନିକଟକୁ ଯାଆନ୍ତୁ ।

ଅଧିକ ପୁରୁଣା କିମ୍ବା ନିୟମିତ ପୂଜା ହେଉଥିବା ଅଶ୍ୱତ୍ଥ ବୃକ୍ଷ ଅଧିକ ଲାଭଦାୟକ ହେବ । ତେବେ ନିଜ ସାଥିରେ ଏକ ରୋଲି , ଏକ ନାଲି କପଡ଼ା , ହାତରେ ବାନ୍ଧୁଥିବା ମୋୖଲି ସୂତା , ଅଟା ଦୀପ , ଗାଈ ଘିଅ ନେଇ ଯାଆନ୍ତୁ । ସୂର୍ଯ୍ୟାସ୍ତ ଠାରୁ ଆରମ୍ଭ କରି ରାତି ୮ ପୂର୍ବରୁ ପୂଜା କରି ନିଅନ୍ତୁ । ସର୍ବପ୍ରଥମେ ଅଶ୍ୱତ୍ଥ ବୃକ୍ଷକୁ ପ୍ରଣାମ କରି ସବୁ ଦେବଦେବୀ ଏବଂ ପିତୃ ପୂର୍ବଜଙ୍କୁ ପ୍ରମାଣ କରି ଦିଅନ୍ତୁ ।

ଅଟା ଦୀପ ମନସ୍କାମନା ପୂରଣ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାପରେ ଅଟା ଦୀପ ପ୍ରଜ୍ଜ୍ଵଳିତ କରି ଦିଅନ୍ତୁ । ଏହାପରେ ହନୁମାନ ଚାଲିଶା ପାଠ କରି ଦିଅନ୍ତୁ । ଏହାପରେ ଏକ ଅଶ୍ୱତ୍ଥ ପତ୍ରକୁ ନଛିଡାଇ ସେଥିରେ ରୋଲି ଦ୍ୱାରା ଅନାମିକା ଆଙ୍ଗୁଠିରେ ନିଜର ସମସ୍ୟା ଲେଖି ଦିଅନ୍ତୁ । ଏହା ଉପରେ ମୋୖଲି ସୂତାକୁ ସାତ ଥର ଗୁଡାଇ ଦିଅନ୍ତୁ । ଏହାପରେ ବଳି ଯାଇଥିବା ସୂତାକୁ ନିଜର ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଏହାପରେ ଏକ ଚମତ୍କାରୀ ମନ୍ତ୍ର ସେହି ଅଶ୍ୱତ୍ଥ ବୃକ୍ଷ ତଳେ ବସି ଜପ କରନ୍ତୁ ।

ମନ୍ତ୍ରଟି ହେଉଛି ‘ ଓଁ ହିଂ ବଟ ସ୍ୱାହା ‘ । ଅଶ୍ୱତ୍ଥ ବୃକ୍ଷର ଛାୟା ତଳେ ବସି କୌଣସି ମନ୍ତ୍ର ଜପ କଲେ ତାହା ବହୁତ ଜଲଦି ସିଦ୍ଧ ହୋଇଥାଏ । ଏହାପରେ ମୂଳରୁ କିଛି ମାଟି ନେଇ ନାଲି କପଡ଼ାରେ ବାନ୍ଧି ଘରକୁ ଆସି ଧନ ଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାପରେ ଅଶ୍ୱତ୍ଥ ବୃକ୍ଷକୁ ପ୍ରଣାମ କରି ଘରକୁ ପଳାଇ ଆସନ୍ତୁ ।

ଦେଖିବେ ଏହି ଉପାୟ ଦ୍ୱାରା ଆପଣଙ୍କର କୌଣସି ବି ସମସ୍ୟା ଯେମିତିକି ଆର୍ଥକ ସମସ୍ୟା , ଚାକିରୀ ସମ୍ବନ୍ଧୀୟ ସମସ୍ୟା କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ । ଯଦି କୌଣସି କାରଣରୁ ମାନସିକ ଚିନ୍ତାଗ୍ରସ୍ତ ଅଛନ୍ତି ତେବେ ମଧ୍ୟ ଏହି ଉପାୟ କରି ଦିଅନ୍ତୁ । ଯଦି ଆପଣ କୌଣସି କରଜରେ ବୁଡ଼ି ରହିଛନ୍ତି କିମ୍ବା ପାରିବାରିକ କଳହ ଚିନ୍ତାରେ ପକାଉଛି ତେବେ ମଧ୍ୟ ଏହି ଉପାୟ କରି ପାରିବେ । ଯଦି ଶିକ୍ଷା ସମ୍ବନ୍ଧୀୟ କୌଣସି ସମସ୍ୟା ଥାଏ ତେବେ ମଧ୍ୟ ଏହି ଉପାୟ କରିବା ଦ୍ୱାରା ତାହା ପୂରଣ ହୋଇଯିବ ।

Leave a Reply

Your email address will not be published. Required fields are marked *