ନୂଆ ବର୍ଷ ପୂର୍ବରୁ ହିଁ ଏହି ଜିନିଷଗୁଡିକୁ ଫୋପାଡ଼ି ଦିଅନ୍ତୁ,ନହେଲେ ମା ଲକ୍ଷ୍ମୀ କ୍ରୋଧିତ ହେବେ !

ନୂଆ ବର୍ଷ 2023 ଶୀଘ୍ର ହିଁ ଆରମ୍ଭ ହେବାକୁ ଯାଉଛି | ନୂଆ ବର୍ଷ ର ଆରମ୍ଭ ପୂର୍ବରୁ ଲୋକେ ଘରକୁ ସଫା ସୁତର କରିଥାନ୍ତି | କୁହାଯାଏ କି ଘର ମଇଳା ହେବା ଦ୍ୱାରା ମା ଲକ୍ଷ୍ମୀ ଆସିନଥାନ୍ତି | ବର୍ଷ 2023 ଆସିବା ପୂର୍ବରୁ ନିଜ ଘରୁ କିଛି ଜିନିଷ କୁ ବାହାରକୁ ଫିଙ୍ଗିଦିଅନ୍ତୁ | ନୂଆ ବର୍ଷ ରୁ ପ୍ରତ୍ୟେକ ଲୋକ ଙ୍କୁ ବହୁତ ଆଶା ରହିଥାଏ | ସମସ୍ତେ ଚାହିଁଥାନ୍ତି କି ନୂଆ ବର୍ଷ ରେ ତାଙ୍କୁ ଶୁଭ ପରିଣାମ ହିଁ ମିଳୁ | ତେବେ କିଛି କାର୍ଯ୍ୟ ଅଛି କି ଯାହାକୁ ବର୍ଷ ର ଆରମ୍ଭ ପୂର୍ବରୁ କରିନେବା ଦ୍ୱାରା ବର୍ଷ ସାରା ସୁଖ ସମୃଦ୍ଧି ବନି ରହିଥାଏ | ନୂଆ ବର୍ଷ ରେ ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଏହିଠାରେ କିଛି ଉପାୟ ଦିଆଯାଇଛି |

ଭଙ୍ଗା କାଚ

ଘରେ ଲାଗିଥିବା କାଚ କିମ୍ବା ଝରକା କବାଟ ର କାଚ ଯଦି ଭାଙ୍ଗିଯାଇଛି ତେବେ ସେସବୁ ତୁରନ୍ତ ହଟେଇ ଦିଅନ୍ତୁ | ଭଙ୍ଗା କାଚ କୁ ଘରେ ରଖିବା ବହୁତ ଅଶୁଭ ହୋଇଥାଏ |ଏହି ଜିନିଷ ଘରେ ନକାରାତ୍ମକ ଉର୍ଜା କୁ ବଢ଼େଇଥାଏ |

ବନ୍ଦ ଘଣ୍ଟା

ଯଦି ଆପଣଙ୍କ ଘରେ କୌଣସି ଖରାପ କିମ୍ବା ବନ୍ଦ ଘଣ୍ଟା ରହିଛି ତେବେ ନୂଆ ବର୍ଷ ଆସିବା ପୂର୍ବରୁ ହିଁ ତାକୁ ଘରୁ ବାହାର କରିଦିଅନ୍ତୁ | ଘରେ ବନ୍ଦ ଘଣ୍ଟା ରଖିବା ବହୁତ ଅଶୁଭ ବୋଲି ବିଶ୍ୱାସ କରାଯାଏ |ନୂଆ ବର୍ଷ ର ଆରମ୍ଭ ଶୁଭ ଜିନିଷ ରୁ ହିଁ ହେବା ଉଚିତ |

ଭଙ୍ଗା ଫର୍ନିଚର

ଯଦି ଆପଣଙ୍କ ଘରେ କୌଣସି ଭଙ୍ଗା ଫର୍ନିଚର ଯେପରି ମେଜ, ସୋଫା କିମ୍ବା ଚେୟାର ବହୁତ ଦିନରୁ ଏମିତି ହିଁ ପଡ଼ିରହିଛି ତେବେ ନୂଆ ବର୍ଷ ଆସିବା ପୂର୍ବରୁ ତାହାକୁ ଘରୁ ବାହାର କରିଦିଅନ୍ତୁ | ଖରାପ ଫର୍ନିଚର ଘରେ ଦୁର୍ଭାଗ୍ୟ ଏବଂ ନକାରାତ୍ମକ ଉର୍ଜା ନେଇକି ଆସିଥାଏ | ଘରର ଫର୍ନିଚର ସର୍ବଦା ସଠିକ ସ୍ଥିତି ରେ ହେବା ଉଚିତ |

ଛିଣ୍ଡା ଚପଲ

ଘରେ ପୁରୁଣା କିମ୍ବା ଛିଣ୍ଡା ଚପଲ ପଡି ରହିଛି ତେବେ ତାକୁ ତୁରନ୍ତୁ ଘରୁ ବାହାର କରନ୍ତୁ | ଏହି ଜିନିଷ ରଖିବା ଦ୍ୱାରା ଘରେ କାଙ୍ଗାଳି ଆସିଥାଏ | ନୂଆ ବର୍ଷର ଆରମ୍ଭ ପୂର୍ବରୁ ଏହିପରି ଜିନିଷ ଘରୁ ବାହାର କରିଦିଅନ୍ତୁ | ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଥାନ୍ତି |

Leave a Reply

Your email address will not be published. Required fields are marked *