ପୂର୍ବ ଜନ୍ମରେ କରିଥିବାର ପାପର ଫଳ ହେଉଛନ୍ତି ଏହି ଚାରି ପ୍ରକାରର ପୁତ୍ର – ଗରୁଡ ପୁରାଣ

ମନୁଷ୍ୟ କେବେବି ନିଜ ଇଚ୍ଛା ଅନୁସାରେ ଜନ୍ମ ହେବା ପରେ ଘର ପରିବାରର ଚୟନ କରିପାରିବ ନାହିଁ । ତାହା କେବଳ ଭାଗ୍ୟ ଉପରେ ହିଁ ନିର୍ଭର କରିଥାଏ ଏବଂ ଭଗବାନଙ୍କ ଉପରେ ନିର୍ଭର କରିଥାଏ । ତେବେ ମନୁଷ୍ୟ ଜନ୍ମ ହେବା ପୂର୍ବରୁ ହିଁ ତାହା ସବୁ ଠିକ ହୋଇଥାଏ ଯେ ସେ କେଉଁଠି କେଉଁ ଘରେ ଜନ୍ମ ନେବ । ପୁଣି ଗତ ଜନ୍ମର କର୍ମ ହିଁ ମନୁଷ୍ୟର ଭାଗ୍ୟ ବନାଇ ଥାଏ । ଯେଉଁ ଭଳି ଭାବରେ ମନୁଷ୍ୟର ଗତ ଜନ୍ମର କର୍ମ ଅନୁଯାୟୀ ତାକୁ ନିଜର ସମ୍ବନ୍ଧୀୟ ମିଳି ଥାଆନ୍ତି ସେହିଭଳି ମନୁଷ୍ୟକୁ ନିଜ କର୍ମ ଅନୁଯାୟୀ ହିଁ ପୁତ୍ର ପ୍ରାପ୍ତ ହୋଇଥାଏ ।

ଶାସ୍ତ୍ର ଅନୁଯାୟୀ ମନୁଷ୍ୟର ଗତ ଜନ୍ମର ଫଳ ଅନୁଯାୟୀ ହିଁ ପୁତ୍ର ଜନ୍ମ ନେଇଥାଏ । ଯାହା ବିଷୟରେ ଭଗବାନ ଶ୍ରୀକୃଷ୍ଣ କହିଥିବା କିଛି କଥା ଗରୁଡ଼ ପୁରାଣରେ ବର୍ଣ୍ଣିତ ହୋଇଛି । ତେବେ ଆଜିକାର ଲେଖାରେ ଆମେ ଆପଣଙ୍କୁ ଧର୍ମଗ୍ରନ୍ଥ ଅନୁସାରେ ଗଛ ଜନ୍ମର କର୍ମ ଫଳ ଭାବରେ କିପରି ପୁତ୍ର ଜନ୍ମ ହୋଇଥାଏ ସେହି ବିଷୟରେ କହିବୁ । ମଣିଷକୁ ଗତ ଜନ୍ମ ଅନୁଯାୟୀ ଚାରି ପ୍ରକାରର ପୁତ୍ର ପ୍ରାପ୍ତ ହୋଇଥାଏ ।

୧ . ରୁଣାନୁବନ୍ଧ ପୁତ୍ର :-

ପୂର୍ବ ଜନ୍ମରେ ଯଦି ଆପଣ କାହାରି କିଛି କ୍ଷତି କରିଥାନ୍ତି କିମ୍ବା କୌଣସି ପ୍ରକାରେ ଯଦି ଆପଣ କାହାରି ସମ୍ପତ୍ତି ନଷ୍ଟ କରିଥାନ୍ତି ତେବେ ଏପରି ପୁତ୍ର ଆପଣଙ୍କ ଘରେ ଜନ୍ମ ନେଇଥାନ୍ତି । ଏଭଳି ପୁତ୍ର ନିଜ ଜନ୍ମ ସହିତ ଅନେକ ରୋଗ ନେଇ ଆସିଥାଏ । ଆପଣଙ୍କ ଧନ ଗମ୍ଭୀର ରୋଗ କିମ୍ବା ଅନ୍ୟ କୌଣସି କାମରେ ସେତେ ପର୍ଯ୍ୟନ୍ତ ନଷ୍ଟ ହୋଇଥାଏ ଯେତେ ପର୍ଯ୍ୟନ୍ତ ସବୁ ଧନ ନଷ୍ଟ ନହୋଇଛି ।

୨ . ଶତ୍ରୁ ପୁତ୍ର :-

ଯଦି ପୂର୍ବ ଜନ୍ମର ଆପଣ କେହି ବଡ଼ ଶତ୍ରୁ ଥାଏ , ଯିଏକି ପ୍ରତିଶୋଧ ନେବାକୁ ଜନ୍ମ ନେଇଥାଏ , ଏପରି ପୁତ୍ର ବଡ଼ ହେଲେ ନିଜ ବାପା ମା’ ଙ୍କ ସହ ଝଗଡ଼ା କରି ପୁରା ଜୀବନ ସେମାନଙ୍କୁ କୌଣସି ନା କୌଣସି କଷ୍ଟ ଦେଇଥାନ୍ତି । ଏମାନେ ସେପରି ସେତେ ପର୍ଯ୍ୟନ୍ତ କରିଥାନ୍ତି ଯେତେ ପର୍ଯ୍ୟନ୍ତ ପୂର୍ବ ଜନ୍ମର ହିସାବ ନହୋଇଛି ।

୩ . ଉଦାସୀନ ପୁତ୍ର :-

ଏପରି ପୁତ୍ର ବଡ଼ ହେବା ପରେ ନିଜ ପିତା ମାତାଙ୍କ ସେବା କରନ୍ତି ନାହିଁ । ବିବାହ କରିବା ପରେ ବାପା ମା’ଙ୍କ ଠାରୁ ଅଲଗା ହୋଇ ଯାଆନ୍ତି । ଏପରି ପୁତ୍ର ପଶୁ ସମାନ ହୋଇଥାନ୍ତି । ଏହି ଭଳି ଭାବରେ ଆପଣଙ୍କର ପୂର୍ବ ଜନ୍ମର ହିସାବ ହୋଇଥାଏ ।

୪ . ସେବା କରୁଥିବା ପୁତ୍ର :-

ଏପରି ପୁତ୍ର ଆପଣଙ୍କ ପୂର୍ବ ଜନ୍ମର ସେବାର ଫଳ ଅଟେ । ଯିଏକି ଏହି ଜନ୍ମରେ ଆପଣଙ୍କ ସେବା କରି ସେବାର କରଜ ସୁଝିଥାଏ । ଏପରି ପୁତ୍ର ନିଜ ବାପା ମା’ଙ୍କର ସବୁ ପ୍ରକାରର ସେବା କରିଥାନ୍ତି ଏବଂ ସବୁ ପ୍ରକାରର ସୁବିଧା ସୁଯୋଗ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *