ନଭେମ୍ବର ୨୫ ବଡ଼ ଶୁକ୍ରବାର : ଘରର କବାଟରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ,ମା ଲକ୍ଷ୍ମୀ ଦୋୖଡିକି ଆସିବେ ଆପଣଙ୍କ ଘରକୁ ! କାଙ୍ଗାଳ ବି ହୋଇଯିବ କୋଟିପତି

ଧନ ଅର୍ଜନ କରିବାରେ ସମସ୍ତଙ୍କ ଆକାଂକ୍ଷା ଥାଏ । ମାତ୍ର କିଛି ଲୋକ ଖରାପ ରାସ୍ତାରେ ଧନ ଅର୍ଜନ କରିଥାନ୍ତି ଏବଂ ଆଉ କିଛି ଲୋକ ଭଲ କାମ କରି ଧନ ଅର୍ଜିତ କରନ୍ତି । ଆଉ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଅତ୍ୟଧିକ ଧନ ଅର୍ଜନ କରିବା ସତ୍ତ୍ୱେବି ଧନ ଅଧିକ ଖର୍ଚ୍ଚ ହୋଇଥାଏ । ତେଣୁ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ।

ଯାହାଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ଯଦି ଆପଣ ଶାସ୍ତ୍ରରେ ବର୍ଣ୍ଣିତ କିଛି ଖାସ ଉପାୟ ଆପଣାନ୍ତି ତେବେ ଧନ ସର୍ବଦା ଆପଣଙ୍କ ପାଖରେ ରହିବ ଏବଂ କେବେବି ଅଭାବ ହେବ ନାହିଁ । ଏହାଦ୍ବାରା ଧନ ଅର୍ଜନ କରିବାର ଭିନ୍ନ ଭିନ୍ନ ରାସ୍ତା ମଧ୍ୟ ଫିଟିଯିବ ।

ଶାସ୍ତ୍ର ଅନୁଯାୟୀ ଧନର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ ଯିଏକି ଭଗବାନ ବିଷ୍ଣୁଙ୍କ ପତ୍ନୀ ଅଟନ୍ତି । ତେଣୁ ଯଦି ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ତେବେ ଧନର ଅଭାବ ଦେଖା ଦିଏ ନାହିଁ । ଏପରି କୁହାଯାଏ ଯେ ସମୁଦ୍ର ମନ୍ଥନରୁ ମାତା ଲକ୍ଷ୍ମୀଙ୍କ ଜନ୍ମ ହୋଇଥିଲା । ତେଣୁ ମାତା ଲକ୍ଷ୍ମୀଙ୍କୁ କିଛି ଉପାୟରେ ପ୍ରସନ୍ନ କରି ପାରିଲେ କେବେବି ଧନର ଅଭାବ ହେବ ନାହିଁ । ତେବେ ପ୍ରଥମତଃ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତ୍ୟେକ ଦିନ ସକାଳୁ ଶୀଘ୍ର ଉଠି ଘରକୁ ଝାଡୁ କରି ସଫା ସୁତୁରା କରି ଦିଅନ୍ତୁ ।

ଏହାପରେ ସ୍ନାନ କରି ପରିଷ୍କାର ବସ୍ତ୍ର ଧାରଣ କରନ୍ତୁ । ଏହାପରେ ଏକ ଲୋଟା ଜଳରେ ପାଣି ନେଇ ସେଥିରେ ପେଶା ଯାଇଥିବା ହଳଦୀ ମିଶାଇ ଦିଅନ୍ତୁ । ଏହାପରେ ଘରର ମନ୍ଦିରକୁ ସଫାସୁତୁରା କରନ୍ତୁ । ମନ୍ଦିରରେ ଥିବା ସବୁ ଦେବଦେବୀଙ୍କ ମୂର୍ତ୍ତିକୁ ସ୍ନାନ କରାଇ ପରିଷ୍କାର ବସ୍ତ୍ର ପିନ୍ଧାଇ ଦିଅନ୍ତୁ ।

ଏହାପରେ ସେହି ହଳଦୀ ପାଣି ଥିବା ଲୋଟାକୁ ଘରର ମନ୍ଦିରରେ ରଖି ଏକ ଘିଅ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ । ଦୀପକୁ ସିଧାସଳଖ ଭୂଇଁରେ ରଖନ୍ତୁ ନାହିଁ । କୌଣସି କପଡ଼ା କିମ୍ବା ଚାଉଳ ଉପରେ ରଖନ୍ତୁ । ଏହାପରେ ପ୍ରଥମେ ଭଗବାନ ଗଣେଶଙ୍କୁ ତିଳକ କରି ମାତା ଲକ୍ଷ୍ମୀଙ୍କୁ ତିଳକ କରନ୍ତୁ । ତାପରେ ଭଗବାନ ଗଣେଶଙ୍କୁ ପୂଜା କରି ଭୋଗ ଲଗାଇ ମାତା ଲକ୍ଷ୍ମୀଙ୍କୁ ପୂଜା କରି ଭୋଗ ଲଗାଇ ଘରେ ସ୍ଥାୟୀ ବାସ କରିବା ପାଇଁ ଆରାଧନା କରନ୍ତୁ ।

ତାପରେ ମାତା ଲକ୍ଷ୍ମୀଙ୍କ ମନ୍ତ୍ର ‘ ଓଁ ହ୍ରୀଂ କ୍ଲିଂ ଶ୍ରୀଙ୍ଗ ‘ ଏହି ମନ୍ତ୍ରକୁ ୨୧ ଥର ଜପ କରନ୍ତୁ । ଏହାପରେ ନିଜର ଇଷ୍ଟ ଦେବତାଙ୍କ ପୂଜନ କରନ୍ତୁ । ପୂଜା କରିବା ପରେ ମାତା ଲକ୍ଷ୍ମୀଙ୍କୁ ତିଳକ କରିଥିବା ସିନ୍ଦୁର ନିଜ ମସ୍ତକରେ ଲଗାନ୍ତୁ ଏବଂ ତାପରେ ହଳଦୀ ମିଶା ଲୋଟା ରୁ ପାଣି ନେଇ ନିଜର ଦୁଇ ଆଖିରେ ଲଗାଇ ନିଅନ୍ତୁ । ତାପରେ ସେହି ହଳଦୀ ପାଣି ଲୋଟାକୁ ନେଇ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ଦିଅନ୍ତୁ । ଯଦି ଘରେ ଗଙ୍ଗା ପାଣି ଥାଏ ତେବେ

ଗଙ୍ଗା ଜଳ ମଧ୍ୟ ମିଶାଇ ପାରିବେ । ତାପରେ ମାତା ଲକ୍ଷ୍ମୀଙ୍କୁ ଆବାହନ କରନ୍ତୁ । ଏପରି କରିବା ଦ୍ୱାରା ଘରକୁ ମାତା ସୀତାଙ୍କୁ ଲକ୍ଷ୍ମୀଙ୍କ ଆବାହନ ହୋଇଥାଏ ଏବଂ ସ୍ଥାୟୀ ବାସ ହୋଇଥାଏ । ଏହାବ୍ୟତୀତ ଘରକୁ ଧନ ସମ୍ପତ୍ତିର ଆଗମନ ହୋଇଥାଏ । ଯଦି ସମ୍ଭବ ତେବେ ସେହି ଜଳକୁ ପୁରା ଘରେ ସିଞ୍ଚି ଦିଅନ୍ତୁ । ଏହାଦ୍ବାରା ଘରୁ ନକରାତ୍ମକତା ଦୂରେଇ ଯିବା ସହିତ ଘରେ କେବେବି ଅଭାବ ଦେଖା ଦେବ ନାହିଁ । ନକରାତ୍ମକ ଶକ୍ତି କାରଣରୁ ଘରେ କଳି ଝଗଡ଼ା ଏବଂ ଦାରିଦ୍ର୍ୟତା ରହିଥାଏ ।

ମାତ୍ର ଏହି ଉପାୟ ଦ୍ୱାରା ସେହି ସମସ୍ୟା ଦୂରେଇ ଯିବ । ସେହି ଜଳକୁ ସିଞ୍ଚିବା ପରେ ଅଳ୍ପ ପ୍ରସାଦ ଆକାରରେ ଗ୍ରହଣ କରନ୍ତୁ । ବଳକା ଜଳକୁ କୌଣସି ପରିଷ୍କାର ସ୍ଥାନରେ ଥିବା ଗଛ ତଳେ ଢ଼ାଳି ଦିଅନ୍ତୁ । ଯଦି ଆପଣ ଏହି ଉପାୟକୁ ସବୁଦିନ କରି ପାରୁ ନାହାଁନ୍ତି ତେବେ ପ୍ରତ୍ୟେକ ଶୁକ୍ରବାର ଏବଂ ପୂର୍ଣ୍ଣିମା ଦିନ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *