କଠିନ ପରିଶ୍ରମ କରିବା ପରେ ମଧ୍ୟ ପକେଟ ରହୁଛି ଖାଲି ! ତା ହେଲେ ଘରେ ଲଗାନ୍ତୁ ଏହି ଫୁଲ ଗଛ,ଆସିବ ଘରକୁ ଟଙ୍କା !

ବାସ୍ତୁ ଶାସ୍ତ୍ରକୁ ମନୁଷ୍ୟ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ କାରଣ ବାସ୍ତୁ ଶାସ୍ତ୍ରରେ ମନୁଷ୍ୟ ଜୀବନରେ ଆସୁଥିବା ପ୍ରତ୍ୟେକ ଛୋଟ ବଡ଼ ସମସ୍ୟାର ସମାଧାନ ପାଇଁ ଅନେକ ନିୟମ ବିଷୟରେ ବର୍ଣ୍ଣିତ ହୋଇଛି । ଯାହା ମନୁଷ୍ୟ ଜୀବନରେ ଖୁବ ପ୍ରଭାବୀ ପ୍ରମାଣିତ ହୋଇଥାଏ । ଅନେକ ସମୟରେ ମନୁଷ୍ୟ କଠିନ ପରିଶ୍ରମ କରିବା ପରେ ମଧ୍ୟ ଟଙ୍କା ସଞ୍ଚୟ କରିପାରେ ନାହିଁ ଏବଂ ସର୍ବଦା ଆର୍ଥିକ ସମସ୍ୟାରେ ପଡ଼ିଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଗଛ ସହିତ ଜଡ଼ିତ ବାସ୍ତୁ ପ୍ରତିକାର ବିଷୟରେ କହିବୁ , ଯାହାକୁ ଯଦି ଆପଣ ନିଜ ଜୀବନରେ ଉପଯୋଗ କରନ୍ତି ତେବେ ଜୀବନରେ ଆସୁଥିବା ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଚାଲନ୍ତୁ ଜାଣିନେବା ।

୧ . ଘରକୁ ଆସିଥାଏ ସକାରାତ୍ମକ ଶକ୍ତି :-

ବାସ୍ତୁ ଶାସ୍ତ୍ର ଅନୁଯାୟୀ , ଘରେ ପଳାଶ ଫୁଲ ଗଛ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଅନେକ ସମୟରେ ଏପରି ପରିସ୍ଥିତି ଉପୁଜି ଥାଏ ଯେ ଘରେ ଅଶାନ୍ତି ଦେଖା ଦିଏ , ପରିବାର ସଦସ୍ୟ ପରସ୍ପର ସହ କଳହ କରିଥାନ୍ତି ଏବଂ ପରସ୍ପର ବିପକ୍ଷରେ ରହନ୍ତି । ଯାହାଦ୍ୱାରା ଘରେ ସବୁବେଳେ ଅସନ୍ତୋଷ ପ୍ରକାଶ ପାଇଥାଏ । ତେବେ ଏହି ସବୁ ଜିନିଷ ସୂଚାଇଥାଏ ଯେ ଘରେ ନକାରାତ୍ମକତା ରହିଛି । ତେବେ ଯଦି ଆପଣଙ୍କ ଘରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେଉଛି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଘରେ ନକରାତ୍ମକତା ରହିଛି । ତେଣୁ ଏଭଳି ପରିସ୍ଥିତିରେ ଘରେ ପଳାଶ ଫୁଲର ଏକ ଗୁଚ୍ଛା ରଖିବା ଜରୁରୀ ଅଟେ ।

୨ . ମାନସିକ ଚାପରୁ ମିଳିଥାଏ ମୁକ୍ତି :-

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମାନସିକ ଚାପ ଜନିତ ସମସ୍ୟାର ପୀଡିତ ହେଉଛନ୍ତି । ଲୋକଙ୍କ ଧ୍ୟାନ ଗୋଟିଏ ସ୍ଥାନରେ ସ୍ଥିର ରହିବାକୁ ସକ୍ଷମ ହେଉନାହିଁ । ତେବେ ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନଙ୍କୁ ପଳାଶ ଫୁଲ ସହିତ ଜଡିତ କିଛି ଉପାୟ ଗ୍ରହଣ କରିବା ଉଚିତ୍ । ଏହି ଉପାୟ ଅନୁଯାୟୀ ଆପଣ ନିଜ ବେଡ଼ ନିକଟରେ କିମ୍ବା ତକିଆ ତଳେ ପଳାଶ ଫୁଲ ରଖି ଶୋଇବା ଉଚିତ୍ । ଆପଣ ନିଜ ଶୋଇବା କକ୍ଷରେ ପଳାଶ ଫୁଲ ଗୁଚ୍ଛ ରଖି ପାରିବେ । ଯାହାଦ୍ୱାରା ଆପଣଙ୍କ ଘରେ ସକରାତ୍ମକ ଶକ୍ତିର ପ୍ରଭାବ ବଢ଼ିବ ଏବଂ ମାନସିକ ଚାପ ଜନିତ ସମସ୍ୟା ମଧ୍ୟ ଦୂର ହୋଇଯିବ ।

୩ . ବଢ଼ିଥାଏ ମାତା ଲକ୍ଷ୍ମୀଙ୍କ କୃପା :-

ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସର୍ବଦା ଆର୍ଥିକ ସମସ୍ୟା କାରଣରୁ ଚିନ୍ତିତ ରହନ୍ତି । ଖୁବ ପରିଶ୍ରମ କରିବା ସତ୍ତ୍ୱେବି ଲୋକଙ୍କ ପକେଟରେ ଟଙ୍କା ସ୍ଥାୟୀ ହୋଇ ରହେ ନାହିଁ । ତେଣୁ ଏଭଳି ପରିସ୍ଥିତିରେ ଘରେ ପଳାଶ ଫୁଲ ଗଛ ଲଗାଇବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁଯାୟୀ , ଯେଉଁ ଘରେ ପଳାଶ ଫୁଲ ଗଛ ଲଗାଯାଏ ସେହି ପରିବାର ଉପରେ ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ ଏବଂ ସେହି ପରିବାରରେ କେବେ ଅର୍ଥର ଅଭାବ ଦେଖାଯାଏ ନାହିଁ । କୁହାଯାଏ ଯେ ଯେଉଁମାନେ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଉପରେ ପଳାଶ ଫୁଲ ଅର୍ପଣ କରନ୍ତି , ସେମାନଙ୍କୁ ଜୀବନରେ କେବେବି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିନଥାଏ ।

Leave a Reply

Your email address will not be published. Required fields are marked *